କୁଲଭୁଷଣ ମାମଲାରେ ଆଇସିଜେକୁ ଭୁଆଁ ବୁଲାଉଛି ପାକିସ୍ତାନ : ଅର୍ଡିନାନ୍ସ ଜାରି କରି ଏଡାଇ ଯିବାକୁ ଉଦ୍ୟମ, ଭାରତ ଆଡକୁ ଉଠାଇଲା ଆଙ୍ଗୁଳି

Published By : Prameya-News7 Bureau | July 25, 2020 IST

ନୂଆଦିଲ୍ଲୀ ୨୫/୦୭ : ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣଃ ଯାଦବଙ୍କୁ ଅପହରଣ କରି ମୃତ୍ୟୁଦଣ୍ଡ ଶୁଣାଇଥିବା ପାକିସ୍ତାନ କହିଛି ଯେ ଭାରତ ଚାପରେ ସେ କୁଲଭୁଷଣଙ୍କ ପାଇଁ ଅର୍ଡିନାନ୍ସ ଆଣିବାକୁ ବାଧ୍ୟ ହୋଇଛି | ଯଦି ପାକିସ୍ତାନ ଭାରତ କଥା ନ ରଖେ ତାହେଲେ ଭାରତ ଜାତିସଂଘକୁ ଯାଇ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇପାରେ ବୋଲି ପାକିସ୍ତାନ କହିଛି | ପାକିସ୍ତାନର ନବ ନିଯୁକ୍ତ ଆଇନ ମନ୍ତ୍ରୀ ଫାରୋଗ ନସିମ ଶୁକ୍ରବାର ଦିନ ସଂସଦରେ କହିଛନ୍ତି ଯେ କୁଲଭୁଷଣଙ୍କ ଦଣ୍ଡ କ୍ଷମା କରାଯାଇନାହିଁ | ଏହି ଅଧ୍ୟାଦେଶ ଜରିଆରେ ପାକିସ୍ତାନ ICJ ଆଖିରେ ଧୂଳି ଦେବାକୁ ଚେଷ୍ଟା କରିଛି | କୁଲଭୁଷଣଙ୍କୁ କୋର୍ଟରେ ଅପିଲ କରିବାକୁ ଦିଆଯାଇନଥିଲା |

ପାକିସ୍ତାନର ପ୍ରମୁଖ ଖବରକାଗଜ ଡନର ଏକ ଖବର ଅନୁଯାୟୀ, ନସିମ କହିଛନ୍ତି ଯେ କୁଲଭୁଷଣଙ୍କୁ ନେଇ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସଙ୍କ ଆଦେଶ ପୁରା କରିବାକୁ ଅର୍ଡିନେନ୍ସ ଆଣିବାକୁ ପଡିଥିଲା, ଯେପରିକି ଭାରତକୁ ପାକିସ୍ତାନ ବିରୋଧରେ ୟୁନାଇଟେଡ଼ ନେସନ୍ସ ସିକ୍ୟୁରିଟି କାଉନ୍ସିଲକୁ ଯିବାକୁ ରୋକାଯାଇପାରିବ | ନସିମ କହିଛନ୍ତି ଯେ ଯଦି ପାକିସ୍ତାନ ଏଭଳି ନ କରେ ତାହେଲେ ଭାରତ ପୂର୍ବରୁ ହିଁ ପ୍ରସ୍ତୁତି କରିସାରିଥିଲା | ଭାରତ ଚାହୁଁଥିଲା ଯେ ପାକିସ୍ତାନ ICJ ଙ୍କ ଆଦେଶ ଅମାନ୍ୟ କରନ୍ତୁ ଯେପରିକି ସେ UNSC ରେ ପାକିସ୍ତାନକୁ ଏକ ରୋଗ ଟେଷ୍ଟ ଘୋଷିତ କରିବାକୁ ଓ ପ୍ରତିବନ୍ଧକ ଲଗାଇବାକୁ ସବୁ ପ୍ରକାର ପ୍ରସ୍ତାବ ଆଣିପାରେ |

ପାକିସ୍ତାନ ଆଇନ ମନ୍ତ୍ରୀ ସଂସଦରେ କହିଛନ୍ତି ଯେ, ଗୋଟିଏ ରାଷ୍ଟ୍ର ହିସାବରେ ICJ ଆଦେଶ ମାନିବାକୁ ହେବ | ଯଦି ପାକିସ୍ତାନ ଏହି ଅର୍ଡିନେନ୍ସ ନ ଆଣେ ତାହେଲେ ଭାରତ UNSC ଆର୍ଟିକଲ ୯୪ ଓ ICJ ଆର୍ଟିକଲ ୬୦ ବ୍ୟବହାର କରିଥାନ୍ତ | ଏହି ଅର୍ଡିନାନ୍ସ ଆଣି ପାକିସ୍ତାନ ଭାରତର ହାତ କାଟିଦେଇଛି ବୋଲି ସେ କହିଛନ୍ତି | ପାକିସ୍ତାନ ଦାୟିତ୍ୱର ସହ ଏହି ପଦକ୍ଷେପ ନେଇଛି | ICJ ଙ୍କ ଆଦେଶର ଏକ କପି ହାତରେ ଧରି ନସିମ କହିଥିଲେ ଯେ କୋର୍ଟ ନିଷ୍ପତ୍ତି ନେଇଥିଲେ ଯେ ପାକିସ୍ତାନକୁ କୁଲଭୁଷଣଙ୍କୁ କାଉନସିଲର ଆକ୍ସେସ ଦେବାକୁ ହେବ, ମାମଲା ଉପରେ ପୁଣିଥରେ ବିଚାର କରିବାକୁ ହେବ | ସେ ବିରୋଧୀଙ୍କ ସେହି ଅଭିଯୋଗକୁ ଖଣ୍ଡନ କରିଥିଲେ ଯେ ଅର୍ଡିନେନ୍ସ କୁଲଭୁଷଣଙ୍କ ଦଣ୍ଡ କମ କରିବାକୁ ଅଣାଯାଇଛି |

ସୂଚନାଯୋଗ୍ୟ ଯେ, ମେ ମାସରେ ପାକିସ୍ତାନ କୁଲଭୁଷଣଙ୍କୁ ନେଇ ଏକ ଅଧ୍ୟାଦେଶ ଜାରି କରିଥିଲା | ଏହାପରେ ସେ ପାକିସ୍ତାନ ମିଲିଟାରୀ କୋର୍ଟ ଦ୍ୱାରା ଶୁଣାଯାଇଥିବା ସଜା ବିରୋଧରେ ଇସ୍ଲାମଵାଦ ହାଇକୋର୍ଟରେ ୬୦ ଦିନ ଭିତରେ ସମୀକ୍ଷା ଆବେଦନ ଦାଏର କରିପାରିବେ | କୁଲଭୁଷଣଙ୍କୁ କାଉନସିଲର ଆକ୍ସେସ ଦେବା କଥା ମଧ୍ୟ କୁହାଯାଇଥିଲା | କିନ୍ତୁ ବାସ୍ତବରେ ଏହା ପାକିସ୍ତାନର ଚାଲ ଥିଲା | ନିକଟରେ ଭାରତର ବିଦେଶ ମନ୍ତ୍ରାଳୟ କହିଥିଲେ ଯେ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଲଭୁଷଣ ଯାଦବଙ୍କ ସମସ୍ତ ଆଇନଗତ ରାସ୍ତା ପାକିସ୍ତାନ ବନ୍ଦ କରିଦେଇଛି | ପାକିସ୍ତାନ ସରକାର ଏକତରଫା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇସ୍ଲାମଵାଦ ହାଇକୋର୍ଟରେ ଏକ ଅର୍ଜି ଦାଖଲ ଜେଲରେ ବନ୍ଦ ଥିବା କୁଲଭୁଷଣଙ୍କ ପାଇଁ ଆଇନ ପ୍ରତିନିଧି ନିଯୁକ୍ତି କରିବାକୁ ଦାବି କରିଥିଲେ | କିନ୍ତୁ ସଂଘୀୟ ଅଧ୍ୟାଦେଶ ଅନୁସାରେ ଏହି ମାମଲାରେ ଅର୍ଜି ଦେବା ପୂର୍ବରୁ ପାକିସ୍ତାନ ଆଇନ ଓ ନ୍ୟାୟ ମନ୍ତ୍ରାଳୟ ଭାରତ ସରକାରଙ୍କ ସହିତ ମୁଖ୍ୟ ପକ୍ଷକୁ ନେଇ ବିଚାର କରିନଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.