ବିଶ୍ୱକପ୍ ରୁ ବାଦ ପଡିଲା ପାକିସ୍ତାନ, ହାସଲ କରିପାରିଲାନି ଟାର୍ଗେଟ୍, ମଉଳିଲା ସେମିରେ ଖେଳିବା ଆଶା

Published By : Prameya-News7 Bureau | July 05, 2019 IST

ଲର୍ଡସ: ଆଇସିସି ବିଶ୍ୱକପ୍ ଦୌଡରୁ ବାଦ ପଡିଛି ପାକ୍ । ଶୁକ୍ରବାର ବାଂଲାଦେଶ ବିପକ୍ଷରେ ଲର୍ଡସରେ ଅନୁଷ୍ଠିତ ମ୍ୟାଚ୍ ରେ ପାକିସ୍ତାନ ନିର୍ଦ୍ଧାରିତ ରନ ଟାର୍ଗେଟ୍ ହାସଲ କରିପାରି ନାହିଁ । ଏଣୁ ଟିମର ସେମି ଫାଇନାଲ ସ୍ୱପ୍ନ ଭଙ୍ଗ ହୋଇଛି। ଲର୍ଡସ୍ ଏକଦିବସୀୟରେ ପାକ୍ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଇନିଂସରେ ପାକ୍ ନିମନ୍ତେ ୩୫୦ ରନର ଟାର୍ଗେଟ୍ ଥିବା ବେଳେ ୯ ୱିକେଟ ବିନିମୟରେ କରିଥିଲା ୩୧୫ ରନ୍।

{"id":130891}

ଦଳୀୟ ସ୍କୋର ଅନୁସାରେ ବାଂଲାଦେଶକୁ ୬ ରନରେ ଅଲ ଆଉଟ୍ କରିବାର ଥିଲା। ହେଲେ ଏଥିରେ ସଫଳ ହୋଇ ନାହାନ୍ତି ସରଫରାଜଙ୍କ ଟିମ୍। ଯଦି ପାକ୍ ୩୫୦ ରନ ସ୍କୋର କରିଥାନ୍ତା ତେବେ ୩୯ ରନ୍ ରେ ତାକୁ ବାଂଲାଦେଶକୁ ଅଟକାଇବାକୁ ପଡିଥାନ୍ତା। ହେଲେ କେଉଁଠିରେ ହେଲେ ପାକ୍ ସଫଳ ହୋଇ ପାରିନଥିବାରୁ ଟିମର ବିଶ୍ୱକପ୍ ଯାତ୍ରା ଏଇଠୁ ଶେଷ ହୋଇଛି। ସେପଟେ ନ୍ୟୁଜିଲ୍ୟାଣ୍ଡ ଟିମ୍ ସେମି ପାଇଁ କ୍ୱାଲିଫାଏ କରିଛି।

{"id":130892}

ଚଳିତ ବିଶ୍ୱକପ୍ ରେ ପାକିସ୍ତାନର ଖେଳ ସେତେ ଭଲ ନଥିଲା। ଆରମ୍ଭ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ ନିକଟରୁ ୭ ୱିକେଟରେ ପରାସ୍ତ ହୋଇଥିଲା ଟିମ୍। ତେବେ ପରବର୍ତ୍ତି ମ୍ୟାଚ୍ ରେ ଭଲ ପ୍ରଦର୍ଶନ କରି ଆୟୋଜନକ ଇଂଲଣ୍ଡକୁ ପରାସ୍ତ କରିଥିଲେ ହେଁ ବର୍ଷା ଯୋଗୁ ପାକ୍- ଶ୍ରୀଲଙ୍କା ତୃତୀୟ ମ୍ୟାଚ୍ ଟି ଖେଳାଯାଇ ପାରିନଥିଲା। ଏଣୁ ଉଭୟ ଟିମକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଥିବା ବେଳେ ଚତୁର୍ଥ ମ୍ୟାଚ୍ ରେ ଅଷ୍ଟ୍ରେଲିଆଠାରୁ ୪୧ ରନରେ ହାରିଥିଲା। ଏହା ପରେ ପରେ ଅନୁଷ୍ଠିତ ଭାରତ ବିପକ୍ଷ ମ୍ୟାଚ୍ ଟିକୁ ମଧ୍ୟ ଟିମ୍ ୮୯ ରନ ବ୍ୟବଧାନରେ ହାରିଥିଲା। ତେବେ ପରବର୍ତ୍ତି ମ୍ୟାଚ୍ ଗୁଡିକରେ ଟିମ୍ ର ପ୍ରଦର୍ଶନ ସୁଧୁରି ଥିଲେ ହେଁ ପଏଣ୍ଟ ଟେବୁଲରେ ଆଗକୁ ବଢି ପାରିନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.