Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ପାକିସ୍ତାନ: ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ତଳୁ ମିଳିଲା ୩୦ ମିଲିୟନ ନଗଦ ଅର୍ଥ, ଏତେ ଅର୍ଥ ଆସିଲା କେଉଁଠୁ, ତଦନ୍ତ ନିର୍ଦ୍ଦେଶ

30/05/2020 at 9:54 PM

କରାଚି ୩୦।୦୫: ପାକିସ୍ତାନର କରାଚିରେ ନିକଟରେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ତଳୁ ପ୍ରାୟ ୩୦ ମିଲିୟନ ନଗଦ ଅର୍ଥ ମିଳିଛି। ବିମାନଟି କରାଚି ଅନ୍ତରାଷ୍ଟ୍ରୀୟ ବିମାନ ନିକଟରେ କ୍ରାଶ ହୋଇଥିଲା ଏବଂ ଏହି ଭୟାନକ ଦୁର୍ଘଟଣାରେ ୯୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଜଣେ ଅଧିକାରୀ କହିଛନ୍ତି ବିମାନ ଦୁର୍ଘଟଣାର ଯାଞ୍ଚ ବେଳେ ଭଗ୍ନାବଶେଷ ତଳୁ ଯାଞ୍ଚ ଓ ଉଦ୍ଧାରକାରୀ ଦଳ ପ୍ରାୟ ୩୦ ମିଲିୟନ ନଗଦ ପାଇଛନ୍ତି।

ପିଟିଆଇ ସୂତ୍ର ଅନୁଯାୟୀ, ଏହି ଘଟଣାରେ ତଦନ୍ତ ଆଦେଶ ଦିଆଯାଇଛି ଯେ, ଏତେ ବିପୁଳ  ପରିମାଣର ଅର୍ଥ ସହିତ ଯାତ୍ରୀଙ୍କୁ କେମିତି ବିମାନରେ ପ୍ରବେଶ ଅନୁମତି ମିଳିଲା। ବିମାନ ବନ୍ଦରରେ ସ୍କାନର ଯାଞ୍ଚ ପରେ ମଧ୍ୟ ବିମାନକୁ ଏ ଅର୍ଥ କେମିତି ଗଲା ତାର ଯାଞ୍ଚ କରାଯାଉଛି। ଏହି ସବୁ ଅର୍ଥ ଦୁଇଟି ବ୍ୟାଗ୍‌ରୁ ମିଳିଥିବା ଅଧିକାରୀ କହିଛନ୍ତି।

ଉଲ୍ଲେଖନୀୟ ପାକିସ୍ତାନରେ ବିମାନ ଦୁର୍ଘଟଣାର ଇତିହାସରେ ଏହା ସବୁଠୁ ଭୟାନକ ଦୁର୍ଘଟଣା ମଧ୍ୟରୁ ଏକ ଥିଲା। ଏଥିରେ ୯୭ ଯାତ୍ରୀ ଏବଂ ଚାଳକ ଦଳର ଦୁଇ ସଦସ୍ୟଙ୍କୁ ମିଶାଇ ମୋଟ୍‌ ୯୯ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୪୭ ଜଣଙ୍କ ଚିହ୍ନଟ ହୋଇଥିବା ବେଳେ ବାକି ମୃତଶରୀରକୁ ଅନ୍ତିମ ସଂସ୍କାର ଲାଗି ପଠାଇ ଦିଆଯାଇଛି।

ବିମାନ ପିକେ-୮୩୦୩ ଲାହୋରରୁ କରାଚି ଅଭିମୁଖେ ଯାତ୍ରା କରୁଥିଲା। କିନ୍ତୁ ଅବତରଣର ଠିକ୍ ପୂର୍ବରୁ ବିମାନଟି କରାଚି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ନିକଟରେ ଦୁର୍ଘଟଣାର ଶିକାର ହୋଇ ଏକ ଜନବହୁଳ ପୂର୍ଣ୍ଣ କଲୋନୀ ଉପରେ ଖସି ପଡିଥିଲା। ପାକିସ୍ତାନ ବେସାମରିକ ଚଳାଚଳ ମନ୍ତ୍ରୀ ଘୁଲାମ ସରଓ୍ଵାର ଖାନ୍ ଶୁକ୍ରବାର କହିଛନ୍ତି, ବିମାନ ଦୁର୍ଘଟଣାର ପ୍ରାଥମିକ ରିପୋର୍ଟ ସଂସଦରେ ଜୁନ ୨୨ ପୂର୍ବରୁ ଉପସ୍ଥାପନ କରାଯିବ।

   Related Posts