ଭାରତୀୟ ଯୁଦ୍ଧ ବିମାନ ଉପରକୁ ପାକିସ୍ତାନର ବୋମାମାଡ : ପାକିସ୍ତାନୀ ସାମ୍ବାଦିକଙ୍କ ଭିଡିଓ ଭାଇରାଲ

Published By : Prameya-News7 Bureau | February 26, 2019 IST

କାଶ୍ମୀର ୨୬/୨ : ପୁଲୱାମା ଆତଙ୍କୀ ହମଲା ପରେ ଦେଶବାସୀ ଆକ୍ରୋଶର ଶିକାର ହୋଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ | ପାକିସ୍ତାନକୁ ଏହି ଆତଙ୍କୀ ହମଲାର କଡା ଜବାବ ଦେବା ପାଇଁ ଦେଶବାସୀ କେନ୍ଦ୍ର ସରକାରଙ୍କୁ ଦାବି କରିଥିଲେ | ଆଜି ଭୋର ୩ଟା ବେଳେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ଉଲଂଘନ କରିଛି | ଭାରତୀୟ ବାୟୁସେନା ମୁଜାଫରବାଦ ସେକ୍ଟରରେ ପଶି ବୋମା ପକାଇଛି | ଏହି ବୋମା ଵାଲାକୋଟି ଉପରେ ପଡିଥିଲା | ଏହାପରେ ପାକିସ୍ତାନ ଭାରତୀୟ ବିମାନ ଉପରକୁ ଗୋଳାବାରୁଦ ଛାଡିଥିଲା | ପାକିସ୍ତାନର ବିମାନ ଆକ୍ରମଣ ପରେ ଭରତୁଆ ଯୁଦ୍ଧ ବିମାନ ଫେରିଯାଇଥିଲା |

{"id":88802}


ପାକିସ୍ତାନୀ ସାମ୍ବାଦିକ ଅର୍ଶନଲ ସିଦ୍ଦିକି ଟ୍ୱିଟ କରି ଏକ ଭିଡିଓ ଜାରି କରିଛନ୍ତି | ଭିଡିଓରେ ପାକିସ୍ତାନ ସେନା ଭାରତୀୟ ଯୁଦ୍ଧ ବିମାନ ଉପରେ ଗୋଳାବାରୁଦ ଛାଡୁଥିବା ଦେଖିବାକୁ ମିଳିଛି | ତେବେ ଟ୍ୱିଟ କରାଯାଇଥିବା ଭିଡିଓ ପାକିସ୍ତାନର ନା କ'ଣ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ |

{"id":88803,"width":557,"height":462}


ଭିଡିଓ ସହ ଅର୍ଶନଲ ସିଦ୍ଦିକି ଟ୍ୱିଟ କରି କହିଛନ୍ତି ଯେ, ଭାରତୀୟ ଯୁଦ୍ଧ ବିମାନ ମୁଜାଫରବାଦ ସେକ୍ଟରରେ ବୋମାମାଡ କରିଛି | ପାକିସ୍ତାନ ଭାରତୀୟ ବାୟୁସେନାକୁ ଠିକ ସମୟରେ ଏହାର ଜବାବ ଦେଇ ଗୋଳାବାରୁଦ ଆକ୍ରମଣ କରିଥିଲା ବୋଲି କହିଛନ୍ତି ସିଦ୍ଦିକି |

wp:core-embed/twitter {"url":"https://twitter.com/i/status/1100190433265754112","type":"rich","providerNameSlug":"twitter","className":""}
https://twitter.com/i/status/1100190433265754112
/wp:core-embed/twitter


ସୂଚନାଯୋଗ୍ୟ ଯେ, ଭାରତ ପାକିସ୍ତାନ ସୀମାରେ ଯୁଦ୍ଧ ବିମାନ ଉଡିବା ପରେ ସୋମବାର ବିଳମ୍ବିତ ରାତିରେ ପାକିସ୍ତାନ ରଜୋରି ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ପାର କରି ରାତି ସାରା ଫାଇରିଙ୍ଗ କରିଥିଲା | ଅନେକ ଜାଗାରେ ଗାଡି ମଟର ଉପରକୁ ମଧ୍ୟ ଗୁଳି ବର୍ଶଣ କରାଯାଇଥିଲା |

{"id":88804}


ସୂଚନାଯୋଗ୍ୟ ଯେ, ପୁଲୱାମା ଆତଙ୍କୀ ହମଲା ପରେ ଭାରତ ପାକିସ୍ତାନକୁ ସମସ୍ତ ଦେଶ ଠାରୁ ଅଲଗା କରିବା ପାଇଁ କୂଟନୀତି କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.