Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣାକଲା ଆପ୍‌, ତାଲିକାରେ ଅନେକ ଉଚ୍ଚ ଶିକ୍ଷିତ
  • ||
  • ଆସେସ୍‌ ସିରିଜ୍ କବଜା କଲା ଅଷ୍ଟ୍ରେଲିଆ, ଇଂଲଣ୍ଡକୁ ୪-୦ରେ ମୂଳପୋଛ କରି ଇତିହାସ ରଚିଲା କଙ୍ଗାରୁ ବାହିନୀ
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ରେକର୍ଡ ୪୪୫୨ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୦୦୩ଜଣ ଡିସଚାର୍ଜ
  • ||
  • ମୋହନା: ଅଟୋ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ, ୭ ଆହତ
  • ||
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||

ଜାତିସଂଘରୁ ବିଦା ହେଲେ ପାକିସ୍ତାନର ସ୍ଥାୟୀ ସଚିବ ମଲ୍ଲିହା ଲୋଧୀ

1/10/2019 at 12:00 PM

ଇସଲାମାବାଦ ୧୧୦: ଜାତିସଂଘରୁ ପାକିସ୍ତାନର ସ୍ଥାୟୀ ସଚିବ ମଲ୍ଲିହା ଲୋଧୀ ବିଦା ହେଲେ । ମଲ୍ଲିହା ଲୋଧୀଙ୍କୁ ବିଦା କରିଛି ପାକିସ୍ତାନ । ତାଙ୍କ ସ୍ଥାନରେ ମୁନିର୍ ଅକ୍ରମଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ।

ଜାତିସଂଘରେ ପାକିସ୍ତାନକୁ ଭାରତର ଶକ୍ତ ଚାପୁଡା ପରେ ନିଜ କର୍ମଚାରୀଙ୍କ ଉପରେ ରାଗ ସୁଝାଉଛନ୍ତି ଇମ୍ରାନ୍ । ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଉଛି ପାକିସ୍ତାନ । କାଶ୍ମୀରକୁ ଦ୍ବାହି ଦେଇ ଭାରତ ବିପକ୍ଷରେ ଅପପ୍ରଚାର କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା । କିନ୍ତୁ ଏଥିରେ ପାକିସ୍ତାନକୁ ସଫଳତା ମିଳିପାରିନି । ଏପରିକି ମୁସଲିମ୍ ରାଷ୍ଟ୍ରଗୁଡିକ ମଧ୍ୟ ପାକିସ୍ତାନକୁ ଅଣଦେଖା କରିଛନ୍ତି ।

ନବନିଯୁକ୍ତ ସଚିବ ମୁନିର୍ ଅକ୍ରମ ୨୦୦୩ରେ ହିଂସାତ୍ମକ ଆଚରଣ ପାଇଁ ଜାତିସଂଘରୁ ବିଦା ହୋଇଥିଲେ । ଏଭଳି ଏକ ବ୍ୟକ୍ତିତ୍ବଙ୍କୁ ପୁଣି ଥରେ ଅବସ୍ଥାପିତ କରିବା ପାକିସ୍ତାନର ହିଂସାତ୍ମକ ମନୋଭାବକୁ ସ୍ପଷ୍ଟ କରୁଛି ।

   Related Posts