ପାକିସ୍ତାନର ନୂଆ ଚାଲ୍: ଟେରରିଷ୍ଟ୍ ବ୍ୟାଚଲିଷ୍ଟରୁ ହଟାଇଲା ୪୦୦୦ ଆତଙ୍କବାଦୀଙ୍କ ନାମ, ଖସିଯିବ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ !

Published By : Prameya-News7 Bureau | April 21, 2020 IST

ଲାହୋର, ୨୧|୦୪: ପାକିସ୍ତାନ ସମେତ ସାରା ବିଶ୍ୱ ଏବେ କରୋନା ଭାଇରସ ସଙ୍କଟ ମଧ୍ୟରେ ଗତି କରୁଛି । ତେବେ ଏହି ସମୟରେ ପାକିସ୍ତାନର ଆତଙ୍କବାଦୀଙ୍କ ପ୍ରତି ଭଲ ପାଇବା ଦେଖିବାକୁ ମିଳିଛି । ଇମରାନ ଖାନଙ୍କ ସରକାର ୪୦୦୦ ଆତଙ୍କବାଦୀଙ୍କ ନାମ ଟେରରିଷ୍ଟ୍ ତାଲିକାରୁ ହଟାଇ ଦେଇଛନ୍ତି । ଏନେଇ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍ ଦାବି କରିଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲଶ୍କରର ଅପରେସନ କମାଣ୍ଡାର ଜରି-ଉର-ରହମାନ-ଲଖବି ମଧ୍ୟ ରହିଛି ।

ନ୍ୟୁୟର୍କର ଏକ ଷ୍ଟାଟଅପ୍ କେସଲେମ୍ ଦାବି କରିଛି ଯେ, ପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି । ଗ୍ଲୋବାଲ ଟେରରିଷ୍ଟ ବ୍ୟାଚଲିଷ୍ଟରୁ ୩୮୦୦ରୁ ଅଧିକ ଆତଙ୍କବାଦୀଙ୍କ ନାମ ହଟାଇ ଦେଇଛି । ପାକିସ୍ତାନ ଏକଥା ଲୁଚାଇ ରଖିଛି । ଅନ୍ତାରାଷ୍ଟ୍ରୀୟ ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ପାକ୍ ଏହି ସୂଚନା କାହାକୁ ଦେଇନାହିଁ ।

{"id":257798,"width":753,"height":423,"sizeSlug":"large"}

ଇମରାନ ଖାନ ସରକାରକୁ ଆସିବା ପରେ ଏବେସୁଦ୍ଧା ୧୮୦୦ରୁ ଅଧିକ କୁଖ୍ୟାତ ଆତଙ୍କବାଦୀଙ୍କ ନାମ ଏହି ତାଲିକାରୁ ହଟାଇ ଦେଇଛନ୍ତି । ଅକ୍ଟୋବର ୨୦୧୮ ସୁଦ୍ଧା ମୋଟ ୭୬୦୦ ନାମ ଏହି ତାଲିକାରେ ଥିଲା । ଯାହା ଏବେ ୩୮୦୦ରେ ପହଁଚିଛି । ଇମରାନ ମାର୍ଚ୍ଚ ୪ରେ ପ୍ରଧାନମନ୍ତ୍ରୀ ହେବା ପରେ ୨୭ ତାରିଖରେ ୧୦୬୯ ଜଣଙ୍କୁ ଏହି ତାଲିକାରୁ ବାହାର କରିଥିଲେ ।

ଏଫଏଟିଏଫ ଚଳିତ ବର୍ଷ ପାକିସ୍ତାନକୁ ମନି ଲଣ୍ଡରିଂ କେସରେ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲା । ପାକିସ୍ତାନ ଉପରେ ଜୁନ ୨୦୧୮ରୁ ନଜର ରଖାଯାଉଛି । ଏଥିରେ ଫେଲ ହେଲେ ପାକକୁ କଳା ତାଲିକାଭୁକ୍ତ କରାଯିବ । ତେଣୁ ଏକ ଚାଲ ଖେଳି ଇମରାନ ଖାନ ଆତଙ୍କବାଦୀଙ୍କ ତାଲିକାକୁ ଛୋଟ କରୁଥିବା ମଧ୍ୟ ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.