ପାକିସ୍ତାନ ଜେଲରୁ ମୁକ୍ତ ହେଲେ ୩୦ ଭାରତୀୟ ବନ୍ଦୀ

Published By : Prameya-News7 Bureau | August 13, 2018 IST

ଇସ୍ଲାମଵାଦ ୧୩/୮ : ସ୍ୱାଧୀନତା ଦିବସ ପାଇଁ ପାକିସ୍ତାନରେ ବନ୍ଦୀ ଥିବା ୩୦ ଜଣ ଭାରତୀୟ ଜେଲ ବନ୍ଦୀଙ୍କୁ ଆଜି ପାକିସ୍ତାନ ଖଲାସ କରିଛି, ଯେଉଁଥିରେ ୨୭ଜଣ ମାଛ ଧରାଳି ଅଛନ୍ତି | ପାକିସ୍ତାନ ଅଗଷ୍ଟ ୧୪ ତାରିଖରେ ନିଜର ସ୍ୱାଧୀନତା ଦିବସ ପାଳନ କରେ | ଏହି ଅବସରରେ ବନ୍ଦୀ ମାନଙ୍କୁ ଖଲାସ କରିବା ଏକ ମାନବିକତାର ପରିଚୟ ବୋଲି କହିଛନ୍ତି ବିଦେଶୀ କାର୍ଯ୍ୟାଳୟର ପ୍ରବକ୍ତା ମହମ୍ମଦ ଫୈଜଲ | କେନ୍ଦ୍ର ସରକାର ଦ୍ୱାରା ଭାରତୀୟ ସୁପ୍ରିମକୋର୍ଟରେ ଦାଖଲ ହେଇଥିବା ରିପୋର୍ଟ ଅନୁଯାୟୀ ପାକିସ୍ତାନ ଜେଲରେ ପ୍ରାୟ ୪୭୦ ଭାରତୀୟ ବନ୍ଦୀ ହୋଇ ରହିଛନ୍ତି, ଯେଉଁଥିରେ ୪୧୮ ଜଣ ମାଛ ଧରାଳି ସାମିଲ ଅଛନ୍ତି | ଗତକାଲି ପାକିସ୍ତାନ ସରକାର ଏହା ସୂଚାଇ ଦେଇଥିଲେ ଯେ, ଉକ୍ତ ମାଛ ଧରାଳୀମାନେ ପାକିସ୍ତାନr ଜଳବିଭାଗ ଅତିକ୍ରମ କଲାବେଳେ ଗିରଫ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.