ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୨୦ ଭାରତୀୟ ମତ୍ସ୍ୟଜୀବୀ, ଏବେ ବି ମୁକ୍ତି ଅପେକ୍ଷାରେ ୫୮୮ରୁ ଅଧିକ ବନ୍ଦୀ

Published By : Prameya-News7 Bureau | November 14, 2021 IST

କରାଚି ୧୪/୧୧: ପାକିସ୍ତାନ ଜେଲ୍‌ରୁ ୪ ବର୍ଷ ପରେ ମୁକୁଳିଲେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀ । ପାକିସ୍ତାନ ଜଳ ସୀମାରେ ବେଆଇନ୍‌ ଭାବେ ମାଛ ଧରୁଥିବା ବେଳେ ମତ୍ସ୍ୟଜୀବୀମାନେ ଗିରଫ ହୋଇଥିଲେ । ସୋମବାର ସେମାନଙ୍କୁ ଓ୍ବାଘା ବର୍ଡରରେ ଭାରତୀୟ ସେନା ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ । ଅଧିକାଂଶ ମତ୍ସ୍ୟଜୀବୀ ଗୁଜୁରାଟର ବୋଲି ଲାନ୍ଧୀ ଜେଲ୍‌ର ଜେଲର ଇର୍ଶାଦ ଶାହା କହିଛନ୍ତି।

ଇର୍ଶାଦ ଆହୁରି ମଧ୍ୟ କହିଛନ୍ତି, ମତ୍ସ୍ୟଜୀବୀମାନଙ୍କୁ ଇଦି ଫାଉଣ୍ଡେସନକୁ ହସ୍ତାନ୍ତର କରିଦିଆଯାଇଛି। ଏହା ସହ ଲାନ୍ଧୀ ଜେଲ୍‌ରେ ଏବେ ବି ୫୮୮ରୁ ଅଧିକ ଭାରତୀୟ ନାଗରିକ ବନ୍ଦୀ ହୋଇ ରହିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକ ମତ୍ସ୍ୟଜୀବୀ । ସିନ୍ଧର ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଲେ ସେମାନଙ୍କୁ ଛଡ଼ାଯିବ ବୋଲି ସେ କହିଛନ୍ତି।

୩୫୦ ମତ୍ସ୍ୟଜୀବୀ ଯେଉଁମାନେ ପାକିସ୍ତାନ ଜେଲରେ ଅଛନ୍ତି ସେମାନଙ୍କ ମଧ୍ୟରେ ଏହି ୨୦ ଜଣ ସାମିଲ ଥିଲେ । ୪ ବର୍ଷ ଜେଲ ଦଣ୍ଡ ଶେଷ ହେବା ପରେ ସେମାନଙ୍କୁ ମୁକ୍ତି ମିଳିଛି । ଏହି ସମସ୍ତ ମତ୍ସ୍ୟଜୀବୀଙ୍କୁ ଧୀରେ ଧୀରେ ଜେଲ୍‌ରୁ ଖଲାସ କରି ଭାରତ ପଠାଯାଉଛି । ସେମାନଙ୍କୁ ଇଦି ଟ୍ରଷ୍ଟ ଫାଉଣ୍ଡେସନ୍‌ ଓ୍ବାଘା ବର୍ଡର ପର୍ଯ୍ୟନ୍ତ ଆଣିବାରେ ସହାୟତା କରୁଛି। ଏହା ସହ ଫାଉଣ୍ଡେସନ ଅନ୍ୟ ଭାରତୀୟ ବନ୍ଦୀଙ୍କୁ ଭାରତ ପଠାଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.