Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ଜୈସ ଆତଙ୍କୀ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ନେଇ ପ୍ରଥମେ ସୂଚନା ଦେଇଥିଲା ପାକିସ୍ତାନ : ଘଣ୍ଟେ ପରେ ୱେବସାଇଟରୁ କଲା ଡିଲିଟ

23/02/2019 at 3:49 PM

ଦିଲ୍ଲୀ ୨୩/୨ : ପାକିସ୍ତାନ ପ୍ରଥମଥର ପାଇଁ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦର କ୍ୟାମ୍ପସ ବାହାବଳପୁରରେ ଥିବା ସୂଚନା ଦେଇଥିଲା | କିନ୍ତୁ ଘୋଷଣା କରିବାର ଠିକ ଘଣ୍ଟାଏ ପରେ ପ୍ରେସ ସୂଚନା ବିଭାଗର ୱେବସାଇଟରୁ ଏହାକୁ ଡିଲିଟ କରାଯାଇଥିଲା | ପାକିସ୍ତାନ ଶୁକ୍ରବାର ଦିନ ଘୋଷଣା କରି କହିଥିଲା ଯେ, ପଞ୍ଜାବ ସରକାର ବାହାବଳପୁରର ଜୈସ-ଏ-ମହମ୍ମଦ ମୁଖ୍ୟ କାର୍ଯ୍ୟାଳୟର ପ୍ରଶାସନିକ ନିୟନ୍ତ୍ରଣ ନିଜ ଦାୟିତ୍ୱକୁ ନେଇଛନ୍ତି |

ଲାହୋରରୁ ୪୩୦ କି:ମି: ଦୂରରେ ଥିବା କାର୍ଯ୍ୟାଳୟକୁ ଆତଙ୍କୀ ସଂଗଠନର ମୁଖ୍ୟ କାର୍ଯ୍ୟାଳୟ ବୋଲି ସ୍ୱୀକାର କରାଯାଇଛି | ଏହି ଆତଙ୍କୀ ସଂଗଠନର ସଂଚାଳକ ମସୁଦ ଅଜହର ଯିଏକି କାଶ୍ମୀର ପୁଲୱାମାରେ ହୋଇଥିବା ଆତ୍ମଘାତୀ ହମଲା ପାଇଁ ଦାୟୀ |

ପାକିସ୍ତାନ ଗଣମାଧ୍ୟମ ସୂଚନା ଅନୁଯାୟୀ, ସ୍ବରାଷ୍ଟ୍ର ମନ୍ତ୍ରାଳୟ ପରେ ପରେ ଏକ ବୟାନ ଜାରି କରିଥିଲେ | ବାହାବଳପୁର ପରିସର ସମ୍ପୂର୍ଣ ଭାବେ ମଦ୍ରସା ଏବଂ ଜାମିଆ ମସଜିଦରେ ଅନାଥ ଏବଂ ଗରିବ ପରିବାରର ପିଲା ଧାର୍ମିକ ଏବଂ ସାଂସାରିକ ଶିକ୍ଷା ପ୍ରାପ୍ତ କରୁଥିବା ଏହି ବୟାନରେ କହିଥିଲେ | ପାକିସ୍ତାନ ସରକାର ଏହି ପରିସରକୁ ନିଜ କବଜାକୁ କାହିଁକି ନେଇଛନ୍ତି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ | ପ୍ରାଥମିକ ବୟାନରୁ ଜଣାପଡିଥିଲା ଯେ, ସରକାର ଏହି ପରିସରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି | ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଗତକାଲି ଆୟୋଜିତ ରାଷ୍ଟ୍ରୀୟ ସୁରକ୍ଷା ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା | ବୈଠକ ପରେ ନିଷ୍ପତ୍ତି ନିଆଯାଇଥିଲା ଯେ, ସରକାର ହାଫିଜ ସଇଦର ଜମାଟ-ଉଦ- ଦାବା ଏବଂ ଫଲାହ-ଏ-ଇନସାନିୟତ ଫାଉଣ୍ଡେସନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇଦେଇଛନ୍ତି |

ଏହା ପୂର୍ବରୁ ଜମାଟ-ଉଦ- ଦାବାର କେନ୍ଦ୍ର ଏବଂ କାର୍ଯ୍ୟାଳୟକୁ ମୁମ୍ବାଇ ଆକ୍ରମଣ ପରେ କବଜାକୁ ନିଆଯାଇଥିଲା ଏବଂ ଏହା ଉପରେ ପ୍ରତିବନ୍ଧକ ଲଗା ଯାଇଥିଲା | କିନ୍ତୁ କିଛି ମାସ ପରେ ଏହି ପ୍ରତିବନ୍ଧକକୁ ହଟାଇ ଦିଆଯାଇଥିଲା | ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ସ୍ଥରରେ ଚାପ ପକା ଯାଉଛି |

   Related Posts