ଧାରା ୩୭୦ ପ୍ରସଙ୍ଗରେ ପାକିସ୍ତାନକୁ ଜାତିସଂଘରୁ ବଡ ଝଟ୍‌କା, ଜାଣନ୍ତୁ କ'ଣ କହିଲା ଜାତିସଂଘ

Published By : Prameya-News7 Bureau | August 10, 2019 IST

ନୂଆଦିଲ୍ଲୀ ୧୦|୮: ଭାରତ ସରକାର ଜାମ୍ମୁ କାଶ୍ମୀରରୁ ଧାରା ୩୭୦ହଟାଇବା ଏବଂ ଜାମ୍ମୁ କାଶ୍ମୀରର ପୁର୍ନଗଠନର ନିଷ୍ପତ୍ତି ନେବା ପରେ ପାକିସ୍ତାନ ବିଚଳିତ ହୋଇଉଠିଛି । ଭାରତ ବିରୋଧରେ ସମର୍ଥନ ଜୁଟାଇବା ଲାଗି ପାକିସ୍ତାନର ସବୁ ଚେଷ୍ଟା ବିଫଳ ହୋଇଛି । ଏ ଭିତରେ ପାକିସ୍ତାନରୁ ଜାତିସଂଘରୁ ଏକ ବଡ ଝଟକା ମିଳିଛି । ଜାତିସଂଘ ମହାସଚିବ ଏଣ୍ଟୋନିଓ ଗୁତାରେସ କାଶ୍ମୀର ମାମଲାରେ ଭାରତ ଏବଂ ପାକିସ୍ତାନକୁ ସଞ୍ଜମତା ରକ୍ଷା କରିବାକୁ କହିଛନ୍ତି । ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରିଦେଇଛି ଜାତିସଂଘ । ଉଭୟ ଭାରତ ଏବଂ ପାକିସ୍ତାନ ୧୯୭୨ସିମଲା ଚୁକ୍ତି ଆଧାରରେ ବିବାଦର ସମାଧାନ କରିବାକୁ ଜାତିସଂଘ କହିଛି । ସେହିଭଳି ଜାତିସଂଘ ସୁରକ୍ଷା ପରିଷଦ ମଧ୍ୟ ପାକିସ୍ତାନର ଚିଠି ଉପରେ ଟିପ୍ପଣୀ କରିବାକୁ ମନାକରିଦେଇଛି । ଏ ନେଇ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଜୋଆନ୍ନା ବେରୋନିକା ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦକୁ ଚିଠି ଲେଖିଥିଲା । ଏହି ଚିଠିକୁ ନେଇ ସୁରକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରାଯାଇଥିଲା । ମାତ୍ର ସେ କୌଣସି ଟିପ୍ପଣୀ ଦେବାକୁ ସିଧା ସିଧା ମନାକରିଦେଇଥିଲେ । ଭାରତ ଅଗଷ୍ଟ ୫ରେ  ସୁରକ୍ଷା ପରିଷଦ ସହ ସମସ୍ତ ଦେଶକୁ ଧାରା ୩୭୦ ଉଚ୍ଛେଦ କରିବା ନେଇ ସୂଚନା ଦେଇସାରିଥିଲା ।

ଅନ୍ୟପଟେ ଆମେରିକାରୁ ମଧ୍ୟ ପାକିସ୍ତାନ କୌଣସି ସମର୍ଥନ ମିଳିନି । କାଶ୍ମୀର ପ୍ରସଙ୍ଗରେ ଆମେରିକାର ନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଟ୍ରମ୍ପ ପ୍ରଶାସନ ସ୍ପଷ୍ଟ କରି ଦେଇଛି । ଭାରତ ସହ ସଂପର୍କ ବୃଦ୍ଧି ପାଇଁ ଆମେରିକା ତାଆଡୁ ପ୍ରୟାସ ଆରମ୍ଭ କରିଛି । ଏପଟେ ଚୀନ ଆଡୁ ମଧ୍ୟ ସେମିତି କିଛି ପାକିସ୍ତାନକୁ ସୁହାଇବା ଭଳି ସମର୍ଥନ ମିଳିନି । କାଶ୍ମୀର ବିବାଦ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହେଉ ବୋଲି ଚୀନ ସ୍ପଷ୍ଟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.