Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ପାକିସ୍ତାନରେ ସଫେଇ କାମ କରିବେନି ମୁସଲିମ୍ : ନିଯୁକ୍ତି ପ୍ରକ୍ରିୟାରେ କେବଳ ଅଣ-ମୁସଲିମ୍ ପ୍ରାର୍ଥୀଙ୍କୁ ଆବେଦନ ପାଇଁ ନିର୍ଦ୍ଦେଶ

29/01/2020 at 12:02 PM

ନୂଆଦିଲ୍ଲୀ ୨୯/୧: ପାକିସ୍ତାନରେ ଅଣ-ମୁସଲିମଙ୍କ ସହ ଭେଦଭାବ ଘଟଣା ସାମନାକୁ ଆସୁଛି। ପାକିସ୍ତାନ ରେଞ୍ଜର୍ସଙ୍କ ଏକ ଭାଇରାଲ୍ ବିଜ୍ଞାପନ ଏପରି ଏକ ଘଟଣା ବିଷୟରେ ସ୍ପଷ୍ଟ କରିଥାଏ। ପାକିସ୍ତାନ ରେଞ୍ଜର୍ସ ଖାଲି ପଦ ଭର୍ତ୍ତି ପାଇଁ ବିଜ୍ଞାପନ ବାହାର କରିଛନ୍ତି। କିନ୍ତୁ ଏଥିରେ କିଛି ପଦ ଏପରି ରହିଛି ଯାହା ଆଗରେ ସିଧାସଳଖ ଲେଖା ହୋଇଛି ଯେ କେବଳ ଅଣ-ମୁସଲିମ୍ ବ୍ୟକ୍ତି ହିଁ ଏଥିପାଇଁ ଆବେଦନ କରିପାରିବେ। ଏଥିରେ ଦର୍ଜି,କେଉଟ,ବଢ଼େଇ,ଚିତ୍ରକର,ମୋଚି ଏବଂ ସଫେଇ କର୍ମୀ ଭଳି ପଦ ରହିଛି।

ହେଡ କ୍ବାର୍ଟର ପାକିସ୍ତାନ ରେଞ୍ଜର୍ସ(ସିନ୍ଧ) ତରଫରୁ ଜାରି ହୋଇଥିବା ଏହି ବିଜ୍ଞାପନ ପାକିସ୍ତାନର ଖବରକାଗଜରେ ପ୍ରକାଶିତ କରାଯାଇଥିଲା। ପାକିସ୍ତାନର ପ୍ରସିଦ୍ଧ ଖବର କାଗଜ ଡନର ଅଗଷ୍ଟ ୨୬ ପ୍ରକାଶନରେ ଏହା ଥିଲା।

ଏହା ପରେ ଅଳ୍ପସଂଖ୍ୟକ ଅଧିକାର ପାଇଁ ଲଢ଼ୁଥିବା ସାମାଜିକ କାର୍ଯ୍ୟକର୍ତ୍ତା କପିଳ ଦେବ ଏହାକୁ ଟ୍ବିଟରରେ ସେୟାର କରିଥିଲେ ଏବଂ ଲେଖିଥିଲେ-‘ପାକିସ୍ତାନରେ ସଫେଇ କର୍ମୀ ଚାକିରୀ ପାଇବା ପାଇଁ ଆପଣଙ୍କୁ ଅଣ-ମୁସଲିମ୍ ହେବା ଜରୁରୀ। ଆପଣଙ୍କ କାମ କେବଳ ଆମର ସଫେଇ କରିବା’

ଖୁବ୍ ଶୀଘ୍ର ବିଜ୍ଞାପନର ଫଟୋ ପୂରା ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଥିଲା ଏବଂ ଅଣ-ମୁସଲିମ ଲୋକଙ୍କ ସହ ମୁସଲିମ୍ ମାନେ ମଧ୍ୟ ଏହାର ବିରୋଧ କରିଥିଲେ।

ହମଜା ସରଓ୍ବାନି ନାମକ ଟ୍ବିଟର ୟୁଜର ଲେଖିଛନ୍ତି-‘ ଏହା କେତେକ କ୍ଷେତ୍ରରେ ଭୁଲ୍। ଆମେ ଗୋଟିଏ ଦେଶ,ଗୋଟିଏ ନାଗରିକ ଏବଂ ସମାନ ଅଟୁ। ଆମ ଜାତି ଏବଂ ଧର୍ମ କ’ଣ ଏଥିରେ ଆମକୁ କୌଣସି ଫରକ ପଡ଼େ ନାହିଁ।’

   Related Posts