ଭାରତକୁ ପରମାଣୁ ବୋମା ଧମକ ଦେଇଥିବା ପାକିସ୍ତାନ ମନ୍ତ୍ରୀ ଏବେ କରୋନାରେ ଛଟପଟ, ପୂର୍ବତନ ପ୍ରଧାନମନ୍ତ୍ରୀ ମଧ୍ୟ ପଜିଟିଭ୍
8/06/2020 at 7:57 PM

ଲାହୋର, ୦୮|୦୬: ଭାରତକୁ ପରମାଣୁ ବମର ଧମକ ଦେଉଥିବା ପାକିସ୍ତାନର ରେଳମନ୍ତ୍ରୀ ସେକ ରସିଦ ଅହମ୍ମଦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପାକ୍ ରେଳ ମନ୍ତ୍ରାଳୟ ସୋମବାର ଏନେଇ ସୂଚନା ଦେଇଛି । ତେବେ ରସିଦଙ୍କ ଶରୀରରେ କୌଣସି ଲକ୍ଷଣ ନଜର ଆସିନାହିଁ । ଏବେ ସେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ।
ଶେଖ ରସିଦ ଭାରତକୁ ଧମକ ଦେଇ କହିଥିଲେ ଯେ, ପାକିସ୍ତାନ ପରମାଣୁ ଯୁଦ୍ଧ ଚାହେଁନାହିଁ । ଯଦି ଭାରତ କିଛି କରେ ତେବେ ପାକିସ୍ତାନ ଏହାର ଜବାବ ଦେବ ।

ଏତତ୍ ବ୍ୟତୀତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ମୁସଲିମ ଲିଗର ନେତା ସହିଦ ଖାକାନ ଅବ୍ବାସୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଜିଓ ନ୍ୟୁଜ ସୋମବାର ନିଜ ରିପୋର୍ଟରେ ଏନେଇ ସୂଚନା ଦେଇଛି । ଅବ୍ବାସୀଙ୍କ ପରିବାର ଲୋକଙ୍କ କହିବାନୁସାରେ, ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ଚିକିତ୍ସା ଜାରି ରହିଛି ।
ସୂଚନାଯୋଗ୍ୟ, ପାକିସ୍ତାନରେ ମୋଟ ୧୦୩୬୭୧ଜଣ କରୋନା ସଂକ୍ରମିତ ଥିବା ବେଳେ ୨୦୬୭ଜଣଙ୍କ ମୃତ୍ୟୁ ହୋଇଛି । ୩୪୩୫୫ଜଣ ସୁସ୍ଥ ହୋଇ ଫେରିଛନ୍ତି ।