ଅଳିଆ ଗଦାରେ କ୍ୱାରେଣ୍ଟାଇନ କ୍ୟାମ୍ପ ତିଆରି କରିଛି ପାକିସ୍ତାନ, ସାମ୍ନାକୁ ଆସିଲା କରୋନା ମୁକାବିଲାର ବାସ୍ତବ ଚିତ୍ର

Published By : Prameya-News7 Bureau | March 19, 2020 IST

ଲାହୋର, ୧୯|୦୩  ଗତ ୩ ଦିନ ଧରି ପାକିସ୍ତାନରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏବେ ସେଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୦୪ରେ ପହଁଚିଛି। ତେବେ ଇମରାନ ସରକାର ଇରାନର ସଟୀ ସୀମାରେ କରୋନା ପୀଡିତଙ୍କ ଚିକିତ୍ସା କାଇଁ କ୍ୱାରେଣ୍ଟାଇନ ସେଣ୍ଟର ତିଆରି କରିଛି। ଯାହାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

wp:core-embed/twitter {"url":"https://twitter.com/MurtazaViews/status/1239968138185211906?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239968138185211906\u0026ref_url=https%3A%2F%2Fhindi.news18.com%2Fnews%2Fworld%2Fpakistans-spike-in-coronavirus-cases-raises-quarantine-concerns-over-bad-situation-in-camps-2945176.html","type":"rich","providerNameSlug":"twitter","className":""}
https://twitter.com/MurtazaViews/status/1239968138185211906?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1239968138185211906&ref_url=https%3A%2F%2Fhindi.news18.com%2Fnews%2Fworld%2Fpakistans-spike-in-coronavirus-cases-raises-quarantine-concerns-over-bad-situation-in-camps-2945176.html
/wp:core-embed/twitter

ଅଲ ଜଜୀରାର ରିପୋର୍ଟ ଅନୁସାରେ,କ୍ୱାରେଣ୍ଟାଇନ ସେଣ୍ଟର ଏକ ପରିତ୍ୟକ୍ତ ସ୍ଥାନରେ ତିଆରି କରାଯାଉଛି। ଏହା ଏକ ଡମ୍ପିଂୟାର୍ଡ ପାଖରେ ରହିଛି।ଅନେକ ଲୋକ ସୋସିଆଲ ମିଡିଆରେ ଏହାର ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ କଡା ନିନ୍ଦା ମଧ୍ୟ କରାଯାଉଛି। ପୁଣି ଏହି କାମ ପାଇଁ ପାକିସ୍ତାନ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛି।

{"id":240871,"width":753,"height":423,"sizeSlug":"large"}

ଇରାନ ସୀମା କ୍ୟାମ୍ପରେ ରହୁଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ, ଏଠାରେ ରହିବା ବହୁତ କଷ୍ଟକର। ଖାଇବା ପିଇବା ପାଇଁ ଅନେକ ସମସ୍ୟାର ସମ୍ମଖୀନ ହେବାକୁ ପଡୁଛି। ଏଠାକର ରହଣୀ ମଧ୍ୟ ବାସପଯୋଗୀ ନୁହେଁ ବୋଲି ସେମାନେ କହିଛନ୍ତି। କିନ୍ତୁ କ୍ୟାମ୍ପ ଚଳାଉଥିବା ସଂସ୍ଥା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ କ୍ୟାମ୍ପଟି ଅପରିତ୍ଯକ୍ତ ହୋଇ ରହିଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.