ପାକର ଷଡଯନ୍ତ୍ର : ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ ଡ୍ରୋନ୍ ମାଧ୍ୟମରେ ଜାମ୍ମୁରେ ଆତଙ୍କବାଦୀଙ୍କୁ ଯୋଗାଉଛି ଅସ୍ତ୍ର

Published By : Prameya-News7 Bureau | July 25, 2021 IST

ଶ୍ରୀନଗର ୨୫/୦୭ : ଜାମ୍ମୁ କାଶ୍ମୀର ପୋଲିସ୍ ମହାନିର୍ଦ୍ଦେଶକ ଦିଲବାଗ ସିଂ ରବିବାର ଦିନ କହିଛନ୍ତି ଯେ ଜାମ୍ମୁ ଅଞ୍ଚଳର ଜନଗହଳିପୂର୍ଣ୍ଣ ବଜାରରେ ବିସ୍ଫୋରଣ କରିବା ପାଇଁ ଭାରତ-ପାକ୍ ସୀମାରେ ଡ୍ରୋନ୍ ଦ୍ୱାରା ଆଇଇଡି ଛଡାଯାଇଥିଲା। ଏହା ଦର୍ଶାଉଛି ଯେ ଫେବୃଆରୀରେ ସ୍ୱାକ୍ଷରିତ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ସତ୍ତ୍ୱେ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ର ଯୋଗାଣ ବଜାୟ ରଖିବାକୁ ଚେଷ୍ଟା କରୁଛି।

ଦିଲବାଗ ସିଂ କହିଛନ୍ତି ଯେ ଲଶ୍କର-ଏ-ତୋଇବା ଏବଂ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସରିଆସିଲାଣି। କାରଣ ପୋଲିସ ତଥା ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ଆତଙ୍କବାଦୀ ଗୋଷ୍ଠୀର ସକ୍ରିୟ ସଦସ୍ୟଙ୍କ ମଡ୍ୟୁଲରୁ ଅନେକ ଲୋକଙ୍କୁ ଗିରଫ କରି ଏହାକୁ ରୋକିବାରେ ସଫଳ ହୋଇଛନ୍ତି।

{"id":485698,"width":826,"height":437,"sizeSlug":"large","linkDestination":"none"}

ସେ ପିଟିଆଇକୁ କହିଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବର ଠାରୁ ପାକିସ୍ତାନର କେତେକ ରାଜ୍ୟ ପ୍ରାୟୋଜିତ କିଛି ତତ୍ୱ ଅସ୍ତ୍ର, ଗୋଳାବାରୁଦ ଓ ଗୁଳିଗୋଳା ଏବଂ ନଗଦ ଟଙ୍କା ପକାଇବାକୁ ଡ୍ରୋନ ବ୍ୟବହାର କରୁଛନ୍ତି ଯେପରି ଆତଙ୍କବାଦୀ ଗୋଷ୍ଠୀଙ୍କ ଚାହିଦା ପୁରା କରାଯାଇପାରିବ। ଜୁଲାଇ ୨୩ ତାରିଖରେ ଜାମ୍ମୁ କାଶ୍ମୀର ପୋଲିସ ଅନ୍ତର୍ଜାତୀୟ ସୀମାରେ ଜାମ୍ମୁ ଅଞ୍ଚଳର କାନାଚକ ଅଞ୍ଚଳରେ ପାକିସ୍ତାନରୁ ଆସିଥିବା ଏକ ଡ୍ରୋନ ଉପରେ ଗୁଳି ଚଳାଇଥିଲା।

ଦିଲବାଗ ସିଂ କହିଛନ୍ତି ଡ୍ରୋନରେ ଆଇଇଡି ଥିଲା ଯାହାର ଓଜନ ୫ କିଲୋଗ୍ରାମ ଥିଲା। ଏହା ବ୍ୟବହାର ପାଇଁ ପ୍ରସ୍ତୁତ ଥିଲା। ଗୁଇନ୍ଦା ସଂସ୍ଥା ସଂକେତ ଦେଇଛି ଯେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀ ଡ୍ରୋନ ସାହାଯ୍ୟରେ ଜାମ୍ମୁର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବାକୁ ଚାହୁଁଥିଲେ ଯେପରି ଅଧିକରୁ ଅଧିକ ଲୋକ ଆହତ ହୋଇଥାନ୍ତେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.