Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଇସିସି ଓ୍ବାର୍ଲଡକପ୍-୨୦୧୯: ଇଂଲଣ୍ଡ ବିପକ୍ଷରେ ପାକ୍ ଟିମର ନୂଆ ବିଶ୍ବ ରେକର୍ଡ, ବିନା ଶତକରେ ୩୪୮ ରନର ବିଶାଳ ସ୍କୋର

3/06/2019 at 10:13 PM

ଟ୍ରେଣ୍ଟବ୍ରିଜ୍ : ଚଳିତ ଆଇସିସି ବିଶ୍ବ କପ୍ ରେ ଅନେକ ରେକର୍ଡ ହେବ। ଯାହାର ପ୍ରକ୍ରିୟା ଉଦଘାଟନୀ ମ୍ୟାଚ୍ ସହ ଆରମ୍ଭ ହୋଇଯାଇଛି। ଏହିକ୍ରମରେ ଟ୍ରେଣ୍ଟବ୍ରିଜ ଷ୍ଟାଡିୟମରେ ପାକ୍ କ୍ରିକେଟ୍ ଟିମ ଏକ ନୂଆ କିର୍ତ୍ତିମାନ ସ୍ଥାପନା କରିଛି। ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍ ରେ ପାକ୍ ୮ ଓ୍ବିକେଟ ବିନିମୟରେ ସୋମବାର ସଂଗ୍ରହ କରିଛି ୩୪୮ ରନର ବିଶାଳ ସ୍କୋର। ତେବେ ସବୁଠାରୁ ବଡ କଥା ହେଉଛି ଟିମ୍ ର ଏତେବଡ ସ୍କୋର ପାଇଁ କେହି ଜଣେ ବି ଖେଳାଳି ଶତକ କରିନାହାନ୍ତି। ବିନା ଶତକରେ ପାକ୍ ଟିମ୍ ଚଳିତ ବିଶ୍ବକପ୍ ରେ ସର୍ବାଧିକ ସ୍କୋରର ରେକର୍ଡ ସ୍ଥାପନା କରିଛି।

ମ୍ୟଚ୍ ରେ ଇଂଲଣ୍ଡ ଟିମ ଟସ୍ ଜିତି ପ୍ରଥମେ ପାକ୍ କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ୬୨ ବଲରେ ମହମ୍ମଦ ହାଫିଜଙ୍କ ୮୪ ରନ ବଳରେ ପାକ୍ ଟିମ୍ ୩୪୮ ରନ ସଂଗ୍ରହ କରିଛି। ହାଫିଜଙ୍କ ବ୍ୟତୀତ ଟିମର ବାବର ଆଜମ ୬୪ ଓ ସର୍ଫରାଜ ମହମ୍ମଦ ୫୫ ରନ କରିଛନ୍ତି। ତେବେ  ବିନା ଶତକରେ ଓ୍ବାର୍ଲଡ କପ୍ ରେ ୩୦୦ରୁ ଅଧିକ ରନ ସଂଗ୍ରହର ଏହା ତୃତୀୟ ରେକର୍ଡ।

୧୯୮୩ ବିଶ୍ବ କପ୍ ରେ ଶ୍ରୀଲଙ୍କା ବିପକ୍ଷରେ ୫ ଓ୍ବିକେଟ ହରାଇ ୩୩୮ ରନ ସଂଗ୍ରହ କରିଥିଲା ପାକ୍  । ସେହିପରି ୨୦୧୫ ବିଶ୍ବକପ୍ ରେ ନ୍ୟୁଜିଲ୍ୟାଣ୍ଡ ବିନା ଶତକରେ ୬ ୱିକେଟ ହରାଇ କରିଥିଲା ୩୪୧ ରନ। ତେବେ ବିନା ଶତକରେ ସର୍ବାଧିକ ରନ ସଂଗ୍ରହକାରୀ ଦଳ ଭାବେ ସାଉଥ ଆଫ୍ରିକା ପ୍ରଥମେ ସର୍ବାଧିକ ୩୪୧ ରନ ସ୍କୋର ରେକର୍ଡ କରିଥିଲା। ଯାହାକୁ ୱେଲିଂଟନରେ ନ୍ୟୁଜିଲ୍ୟାଣ୍ଡ ୨୦୧୫ରେ ୱାର୍ଲଡ କପରେ ଭାଙ୍ଗିଥିବା ବେଳେ ନ୍ୟୁଜିଲ୍ୟାଣ୍ଡର ଏହି ରେକର୍ଡକୁ ସୋମବାର ପାକ୍ ଭାଙ୍ଗି ୩୪୮ ରନର ନୂଆ କିର୍ତ୍ତିମାନ ସ୍ଥାପନା କରିଛି।

   Related Posts