Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପାକିସ୍ତାନର ରାଜନୈତିକ ଇତିହାସ

28/07/2018 at 6:55 AM

ପାକିସ୍ତାନର ସାଧାରଣ ନିର୍ବାଚନରେ ପୂର୍ବତନ କ୍ରିକେଟ ଅଧିନାୟକ ଇମ୍ରାନ ଖାନ୍ଙ୍କ ତେହେରିକ-ଇ-ଇନ୍ସାଫ୍ ସବୁଠୁ ବଡ ଦଳଭାବେ ଉଭା ହୋଇଛି । ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ସମ୍ଭାବନା ରହିଛି । ତେବେ ପାକିସ୍ତାନର ରାଜନୈତିକ ଇତିହାସ କହୁଛି ଦେଶର ଶାସନ ସାମରିକ ବାହିନୀ ଦ୍ବାରା ଅଧିକ ପ୍ରଭାବିତ । ଆସନ୍ତୁ ନଜର ପକାଇବା ପାକିସ୍ତାନର ରାଜନୈତିକ ଇତିହାସ ଉପରେ ନଜର-
-୧୯୪୭ ମସିହା ଅଗଷ୍ଟ ୧୪ ତାରିଖ- ଦେଶ ବିଭାଜନ ପରେ ପାକିସ୍ତାନ ଏକ ସର୍ବଭୌମ ସ୍ବତନ୍ତ୍ର ରାଷ୍ଟ୍ରଭାବେ ଉଭା ହେଲା ।
-୧୯୪୮ ମସିହା ସେପ୍ଟେମ୍ବର ୧୧ ତାରିଖ- ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲି ଜିହ୍ନାଙ୍କ ପରଲୋକ ହେଲା ।
-୧୯୫୧ ମସିହା ଅକ୍ଟୋବର ୧୬ ତାରିଖ- ରାୱଲପିଣ୍ଡିଠାରେ ଏକ ରାଜନୈତିକ ସଭା ଚାଲିଥିବାବେଳେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲି କାନ୍ଙ୍କୁ ଗୁଳି କରି ହତ୍ୟା କରାଗଲା । ଏହାକୁ ନେଇ ଅଶାନ୍ତ ହୋଇପଡିଲା ସମଗ୍ର ପାକିସ୍ତାନ ।
-୧୯୫୮ ମସିହା ଅକ୍ଟୋବର ୭ ତାରିଖ- ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଇସ୍କନ୍ଦର ମିର୍ଜା ସମ୍ବିଧାନକୁ ବିଲୋପ କରି ଦେଶରେ ସାମରିକ ଶାସନ ପ୍ରଚଳନ କଲେ । ତତ୍କାଳୀନ ସେନା ମୁଖ୍ୟ ଜେନେରାଲ ଆୟୁବ୍ ଖାନ୍ ପ୍ରଶାସକ ଭାବେ ନିଯୁକ୍ତ ହେଲେ ।
-୧୯୫୮ ମସିହା ଅକ୍ଟୋବର ୨୭ ତାରିଖ- ରାଷ୍ଟ୍ରପତି ଇସ୍କନ୍ଦର ମିର୍ଜାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଓହରିବା ପାଇଁ ବାଧ୍ୟ କରାଯିବା ସହ ତାଙ୍କୁ ନିର୍ବାସନରେ ଇଂଲଣ୍ଡ ପଠାଇଦିଆଗଲା । ଏହା ପରେ ଜେନେରାଲ ଆୟୁବ ଖାନ୍ ନିଜକୁ ରାଷ୍ଟ୍ରପତି ଭାବେ ଘୋଷଣା କଲେ । ନିର୍ବାସନରେ ଥିବାବେଳେ ଇଂଲଣ୍ଡରେ ମିର୍ଜାଙ୍କ ମୃତ୍ୟୁ ଘଟିଥିଲା ।
-୧୯୬୯ ମସିହା ମାର୍ଚ୍ଚ ୨୫ ତାରିଖ- ପଶ୍ଚିମ ଓ ପୂର୍ବ ପାକିସ୍ତାନରେ ଦଂଗା ଯୋଗୁଁ ଜେନେରାଲ ଆୟୁବ ଖାନ୍ ଦେଶର ଶାସନ ଭାର ସେନା ବାହିନୀର ତତ୍କାଳୀନ ମୁଖ୍ୟ ଜେନେରାଲ ଆଗା ମହମ୍ମଦ ୟାହିୟା ଖାନ୍ଙ୍କୁ ପ୍ରଦାନ କରିବାକୁ ବାଧ୍ୟ ହେଲେ ।
-୧୯୭୦ ମସିହା ଡିସେମ୍ବର ୭ ତାରିଖ- ପୂର୍ବ ପାକିସ୍ତାନ ଅର୍ଥାତ ବର୍ତ୍ତମାନର ବାଂଲାଦେଶରେ ଆୱାମୀ ଲିଗ୍ ଦଳ ବହୁମତ ହାସଲ କରିଥିଲା । କିନ୍ତୁ ୟାହିୟା କ୍ଷମତା ପ୍ରଦାନ କରିବାରେ ବିଳମ୍ବ କରିବା ଯୋଗୁଁ ପୂର୍ବ ପାକିସ୍ତାନରେ ବ୍ୟାପକ ଦଙ୍ଗା ସୃଷ୍ଟି ହେବା ସହ ଗୃହଯୁଦ୍ଧାର ସୂତ୍ରପାତ ହୋଇଥିଲା ।
-୧୯୭୧ ମସିହା ଡିସେମ୍ବର ୧୬ ତାରିଖ- ପୂର୍ବ ପାକିସ୍ତାନରେ ଲାଗି ରହିଥିବା ଗୃହଯୁଦ୍ଧରେ ଭାରତ ହସ୍ତକ୍ଷେପ କରିବା ଯୋଗୁଁ ପାକିସ୍ତାନ ସେନା ଆତ୍ମ ସମର୍ପଣ କରିଥିଲା । ଏହି ଦିନ ପୂର୍ବ ପାକିସ୍ତାନ ବଦଳରେ ଜନ୍ମ ନେଇଥିଲା ନୂତନ ସର୍ବଭୌମ ରାଷ୍ଟ୍ର ବାଂଲାଦେଶ ।
-୧୯୭୧ ମସିହା ଡିସେମ୍ବର ୨୦ ତାରିଖ- ଗୃହଯୁଦ୍ଧରେ ବିଫଳ ଯୋଗୁଁ ୟାହିୟା ଇସ୍ତଫା ଦେଇଥିଲେ । ଦାୟିତ୍ବ ନେଇଥିଲେ ଜୁଲଫିକର ଅଲ୍ଲି ଭୁଟ୍ଟୋ । ପରେ ସାଧାରଣ ନିର୍ବାଚନ ହେବା ସହ ଭୁଟ୍ଟୋଙ୍କ ଦଳ ବହୁମତ ପାଇଥିଲା ଓ ସେ ହୋଇଥିଲେ ପ୍ରଧାନମନ୍ତ୍ରୀ ।
-୧୯୭୭ ମସିହା ଜୁଲାଇ ୫ ତାରିଖ- ସାମରିକ ବାହିନୀର ତତ୍କାଳୀନ ମୁଖ୍ୟ ଜେନେରାଲ ଜିଆ ଉଲ୍ ହକ୍ କ୍ଷମତା ଦଖଲ କରିଥିଲେ ।
-୧୯୭୯ ମସିହା ଏପ୍ରିଲ ୪ତାରିଖ- ଏକ ହତ୍ୟା ଷଡଯଂତ୍ର ମାମଲାରେ ଜୁଲଫିକର ଅଲ୍ଲି ଭୁଟ୍ଟୋଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟ ଫାଶୀ ଦଣ୍ଡ ପ୍ରଦାନ କରିଥିଲେ । ରାଷ୍ଟ୍ରପତି ଜେନେରାଲ ଜିଆ ମହାକ୍ଷମା ଆବେଦନ ମଧ୍ୟ ପ୍ରତ୍ୟାକ୍ଷାନ କରିଦେଇଥିଲେ । ଫଳରେ ଭୁଟ୍ଟୋଙ୍କୁ ଫାଶୀ ଦିଆଯାଇଥିଲା । ଏହା ପରେ ତାଙ୍କ କନ୍ୟା ବେନଜୀର ଭୁଟ୍ଟୋ ପିତାଙ୍କ ରାଜନୈତିକ ଉତ୍ତରାଧିକାରୀ ହୋଇଥିଲେ ।
-୧୯୮୮ ମସିହା ଅଗଷ୍ଟ ୧୭ ତାରିଖ- ଜେନେରାଲ ଜିଆ ଉଲ୍ ହକ୍ ଏକ ରହସ୍ୟମୟ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
-୧୯୮୮ ମସିହା ନଭେମ୍ବର ୧୬ ତାରିଖ- ବେନଜୀର ଭୁଟ୍ଟୋ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ।
-୧୯୯୦ ମସିହା ଅଗଷ୍ଟ ୬ ତାରିଖ- ଦୁର୍ନୀତି ଓ ପରିଚାଳନାଗତ ବିଭ୍ରାଟ ଅଭିଯୋଗରେ ବେନଜୀର ସରକାରଙ୍କୁ ବରଖାସ୍ତ କରାଗଲା ।
-୧୯୯୦ ମସିହା ଅକ୍ଟୋବର ୨୪ ତାରିଖ- ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ସହ ନୱାଜ ସରିଫ ପ୍ରଧାନମନ୍ତ୍ରୀ ହେଲେ ।
-୧୯୯୩ ମସିହା ଏପ୍ରିଲ ୧୯ ତାରିଖ- ଦୁର୍ନୀତି ଅଭିଯୋଗରେ ସରିଫ ସରକାରକୁ ରାଷ୍ଟ୍ରପତି ଗୁଲାମ ଇସାକ ଖାନ ବରଖାସ୍ତ କରିଥିଲେ । ତେବେ ସୁପ୍ରିମ କୋର୍ଟ ଗୁଲାମଙ୍କୁ ଶାସନ ପାଇଁ ଅନୁମତି ପ୍ରଦାନ କରିଥିଲେ । କିନ୍ତୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ପରେ ମଧ୍ୟ ଆପୋଷ ବୁଝାମଣା ହୋଇପାରିନଥିଲା । ଫଳରେ ତତ୍କାଳୀନ ସେନାମୁଖ୍ୟ ଜେନେରାଲ ୱାହିଦ୍ କାକର୍ ଉଭୟଙ୍କୁ ଇସ୍ତଫା ଦେବାପାଇଁ ବାଧ୍ୟ କରିଥିଲେ ।
-୧୯୯୩ ମସିହା ଅକ୍ଟୋବର ୬ ତାରିଖ-ବେନଜୀର ଭୁଟ୍ଟୋ ନିର୍ବାଚନ ପରେ ପୁଣି କ୍ଷମତାକୁ ଫେରିଲେ ।
-୧୯୯୬ ମସିହା ନଭେମ୍ବର ୫ ତାରିଖ- ନିଜ ଦଳର ନେତା ଫାରୁକ୍ ଲିଘାରୀ ସରକାର ବିରୋଧରେ ଦୁର୍ନୀତି ଓ ଅପାରଗତା ପ୍ରସଂଗ ଉଠାଇବା ସହ ପୁରୁଣା ଦୁର୍ନୀତି ମାମଲାରେ ପୁଣି ବେନଜୀର ଗାଦିଚ୍ୟୁତ ହେଲେ ଓ ସରକାର ବରଖାସ୍ତ ହେଲା ।
-୧୯୯୭ ମସିହା ଫେବ୍ରୁଆରୀ ୩ ତାରିଖ- ସାଧାରଣ ନିର୍ବାଚନ ପରେ ପୁଣି ନୱାଜ ସରିଫ୍ କ୍ଷମତାକୁ ଫେରିଲେ । ଦୁର୍ନୀତି ମାମଲାରେ କାର୍ଯ୍ୟାନୁଷ୍ଠାନ ଭୟରେ ବେନଜୀର ଆତ୍ମ ନିର୍ବାସନରେ ରହିଲେ ।
-୧୯୯୯ ମସିହା ଅକ୍ଟୋବର ୧୨ ତାରିଖ- ତତ୍କାଳୀନ ସାମରିକ ବାହିନୀ ମୁଖ୍ୟ ପରଭେଜ୍ ମୁସରଫଙ୍କୁ ଚାକିରୀରୁ ବରଖାସ୍ତ ପାଇଁ ନୱାଜ ଉଦ୍ୟମ କରି ବିଫଳ ହେଲେ । ତେବେ ମୁସରଫ ବିନା ରକ୍ତପାତରେ ସରିଫଙ୍କୁ ଗାଦିଚ୍ୟୁତ କରିବାରେ ସଫଳ ହେଲେ । ମୁସରଫ୍ଙ୍କ ବିରୋଧରେ ଷଡଯଂତ୍ର ଅଭିଯୋଗରେ ଅଦାଲତ ନୱାଜଙ୍କୁ ନିର୍ବାସନ ଦଣ୍ଡରେ ଦଣ୍ଡିତ କଲେ ।
-୨୦୦୨ ମସିହା ଅକ୍ଟୋବର ୧୦ ତାରିଖ- ମୁସରଫଙ୍କ ତତ୍ତ୍ବାବଧାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ମୁସରଫ ସମର୍ଥନ କରୁଥିବା ଦଳ କ୍ଷମତାକୁ ଆସିଲା ଏବଂ ଜାଫରୁଲା ଜମାଲି ହେଲେ ପ୍ରଧାନମନ୍ତ୍ରୀ .
-୨୦୦୪ ମସିହା ଅଗଷ୍ଟ ୨୩ ତାରିଖ- ମୁସରଫଙ୍କ ସହ ଜମାଲିଙ୍କ ମତଭେଦ କାରଣରୁ ଜମାଲି ଇସ୍ତଫା ପ୍ରଦାନ କରିଥିଲେ । ସଉକତ ଅଜିଜ୍ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ ।
-୨୦୦୭ ମସିହା ଅକ୍ଟୋବର ୫ ତାରିଖ- ରାଷ୍ଟ୍ରପତି ପରଭେଜ୍ ମୁସରଫ ଏକ ବିବାଦୀୟ ଆଇନ ପ୍ରଣୟନ କରିଥିଲେ । ଯାହା ଫଳରେ ନିର୍ବାସନରେ ଥିବା ନୱାଜ ସରିଫ ଏବଂ ବେନଜୀର ଭୁଟ୍ଟୋ ପାକିସ୍ତାନ ଫେରିଥିଲେ ।
-୨୦୦୭ ନଭେମ୍ବର ୩ ତାରିଖ- ମୁସରଫଙ୍କ ରାଷ୍ଟ୍ରପତି ପଦର ବୈଧତା ନେଇ ସୁପ୍ରିମ କୋର୍ଟ ପ୍ରଶ୍ନ ଉଠାଇବାକୁ ଯାଇ କିଛି ରାୟ ପ୍ରଦାନ କରିବାକୁ ଯାଉଥିବାବେଳେ ମୁସାରଫ ଆଗୁଆ ପଦକ୍ଷେପ ସ୍ବରୂପ ସୁପ୍ରିମ କୋର୍ଟର କେତେକ ମୁଖ୍ୟ ପଦାଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିଥିଲେ ।
-୨୦୦୭ ମସିହା ଡିସେମ୍ବର ୨୭ ତାରିଖ- ରାୱଲପିଣ୍ଡିଠାରେ େକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ପରେ ପରେ ବଂଧୁକ ବୋମା ଆକ୍ରମଣରେ ପ୍ରାଣ ହରାଇଥିଲେ ବେନଜୀର ଭୁଟ୍ଟୋ ।
-୨୦୦୮ ମସିହା ଫେବ୍ରୁଆରୀ ୮ ତାରିଖ- ସାଧାରଣ ନିର୍ବାଚନରେ ବେନଜୀରଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ସର୍ବାଧିକ ଆସନ ହାସଲ କରି ସରକାର ଗଠନ କଲା । ପ୍ରଧାନମନ୍ତ୍ରୀ ହେଲେ ୟୁସୁଫ ରାଜା ଗିଲାନୀ ।
-୨୦୦୮ ମସିହା ଅଗଷ୍ଟ ୮ତାରିଖ- ପ୍ରବଳ ରାଜନୈତିକ ଚାପ ଯୋଗୁଁ ପରଭେଜ ମୁସରଫ ରାଷ୍ଟ୍ରପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।
-୨୦୦୮ ମସିହା ସେପ୍ଟେମ୍ବର ୬ ତାରିଖ- ସ୍ବର୍ଗତ ଭୁଟ୍ଟୋଙ୍କ ସ୍ବାମୀ ଅସିଫ ଅଲ୍ଲି ଜର୍ଦାରୀ ପାକିସ୍ତାନର ରାଷ୍ଟ୍ରପତି ହେଲେ ।
-୨୦୧୨ ମସିହା ଜୁନ ୧୯ ତାରିଖ- ସୁଇଜରଲାଣ୍ଡର ଏକ ଅଦାଲତକୁ ଜର୍ଦାରୀଙ୍କ ବିରୋଧରେ ଦୁର୍ନୀତି ମାମଲା ପୁନଃ ଚାଲୁ କରିବା ପାଇଁ ଅନୁରୋଧ କରିବା ଲାଗି ସୁପ୍ରିମ କୋର୍ଟ ଦେଇଥିବା ଏକ ନିର୍ଦ୍ଦେଢଶ ଅବମାନନା କରିବାରୁ ସୁପ୍ରିମକୋର୍ଟ ଗିଲାନୀଂକ ପ୍ରଧାନମନ୍ତ୍ରୀତ୍ବକୁ ଅସିଦ୍ଧ କରିଥିଲେ ।
-୨୦୧୨ ମସିହା ଜୁନ ୨୨ ତାରିଖ- ରାଜା ପରଭେଜ୍ ଆସ୍ରଫ୍ ପ୍ରଧାନମନ୍ତ୍ରୀ ହୋଇ ୨୦୧୩ ମସିହା ମାର୍ଚ୍ଚ ୧୬ ତାରିଖରେ ନିଜ କାର୍ଯ୍ୟକାଳ ସମାପ୍ତ କରିଥିଲେ ।
-୨୦୧୩ ମସିହା ମେ ୧୧ ତାରିଖ- ପାକିସ୍ତାନ ମୁସଲିମ ଲିଗ ସାଧାରଣ ନିର୍ବାଚନରେ ସ୍ପଷ୍ଟ ବହୁମତ ହାସଲ କରିଥିଲା ଏବଂ ନୱାଜ ସରିଫ ତୃତୀୟ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ ।
-୨୦୧୭ ମସିହା ଜୁଲାଇ ୨୮ ତାରିଖ- ପାନମା ପେପର ଲିକ୍ ମାମଲାରେ ସୁପ୍ରିମକୋର୍ଟ ନୱାଜଙ୍କ ପ୍ରଧାନମନ୍ତ୍ରୀତ୍ବକୁ ଅସିଦ୍ଧ ଘୋଷଣା କରିଥିଲେ ।
-୨୦୧୭ ମସିହା ଅଗଷ୍ଟ ୧ ତାରିଖ-ନୱାଜଙ୍କ ଅନୁଗତ ସାହିଦ ଖାକନ୍ ଅବାସୀ ପ୍ରଧାନମନ୍ତ୍ରୀ ହୋଇଥିଲେ ।
୨୦୧୭ ମସିହା ମେ ୩୧ ତାରିଖ- ସରିଫଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ହୋଇଥିଲା ।
୨୦୧୭ ମସିହା ଜୁଲାଇ ୧୩ ତାରିଖ- ନୱାଜ ସରିଫଙ୍କୁ ରାୱଲ ପିଣ୍ଡିରୁ ଗିରଫ ହୋଇଥିଲା ।

   Related Posts