ପିଓକେ ମୁଜାଫରବାଦରେ ପାକ୍ ପିଏମ୍ ରାଲି : କାଶ୍ମୀର ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ଅଭିଯୋଗରେ ଗର୍ଜିବେ ଇମ୍ରାନ, ଏଫଏଟିଏଫରେ ବ୍ଲାକ୍ ଲିଷ୍ଟେଟ୍ ହୋଇପାରେ ପାକିସ୍ତାନ

Published By : Prameya-News7 Bureau | September 13, 2019 IST

ଇସଲାମାବାଦ ୧୩।୯: ଆଜି ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରାବାଦରେ ରାଲିର ଆୟୋଜନ କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କ ଦିନିକିଆ ମୁଜାଫରାବାଗ ଗସ୍ତରୁ ଏହି ରାଲିର ଶୁଭାରମ୍ଭ ହେବାକୁ ଥିବା ବେଳେ ଆଗକୁ ପୂରା ପାକିସ୍ତାନରେ ଆୟୋଜିତ ହେବ ।

କାଶ୍ମୀରରେ ନାଗରିକଙ୍କ ଅଧିକାର କ୍ଷୁର୍ଣ୍ଣ ହେଉଥିବା ଏବଂ ସେମାନଙ୍କୁ କୁଆଡ଼େ ଅତ୍ୟଧିକ ନିର୍ଯାତନା  ଦିଆଯାଉଥିବା ଅଭିଯୋଗ କରି ଇମ୍ରାନ ଏହି ରାଲିର ଆୟୋଜନ କରିଛନ୍ତି ।

ସେପଟେ କିନ୍ତୁ ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ବା FATFର ଲିଷ୍ଟରେ ବ୍ଲାକ୍ ଲିଷ୍ଟେଡ ହେବାକୁ ଯାଉଛି ପାକିସ୍ତାନ । ଖରାପ ରେଟିଂ ଯୋଗୁଁ ପାକିସ୍ତାନ ଏଭଳି ଦଶା ଭୋଗିବାକୁ ଯାଉଛି । ବ୍ୟାଙ୍କକରେ ହୋଇଥିବା FATFର ବୈଠକରେ ପାକିସ୍ତାନ ଏସିଆ ପେସିଫିକ୍ ଜଏଣ୍ଟ ଗ୍ରୁପକୁ ଠିକ୍ ଭାବେ ଆଶ୍ବସ୍ତ କରି ନପାରିଥିବାରୁ ବ୍ଲାକ୍ ଲିଷ୍ଟେଡ ହେବା ପ୍ରାୟ ନିଶ୍ଚିତ ବୋଲି ଅନୁମାନ କରାଯାଉଛି ।

ତେବେ ପ୍ୟାରିସରେ ଅକ୍ଟୋବର ୧୩ରୁ ୧୮ ମଧ୍ୟରେ ବସିବାକୁ ଥିବା ବୈଠକରେ ଏସମ୍ବନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । FATFର କଳା ତାଲିକାଭୁକ୍ତ ହେଲେ ଆର୍ଥିକ ଅନୁଦାନ କ୍ଷେତ୍ରରେ ବଞ୍ଚିତ ହେବ ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.