ପାକିସ୍ତାନକୁ ଭାରତୀୟ ମିଜାଇଲର ଡର ଥିଲା : ଇମ୍ରାନ ଖାନ୍

Published By : Prameya-News7 Bureau | March 01, 2019 IST

ନୂଆଦିଲ୍ଲୀ ୧|୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ବଢି ଯାଇଥିବା ଦେଖିବାକୁ ମିଳିଥିଲା । ଭାରତର କଡା କାର୍ଯ୍ୟାନୁଷ୍ଠାନ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ନିଦ ହଜାଇଦେଇଥିଲା । ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭାରତୀୟ ମିଜାଇଲର ଡର ଥିଲା । ଆକ୍ରମଣ ଘଟଣା ପରେ ପାକ୍ ସଂସଦରେ ସମ୍ବୋଧିତ କରିବା ସମୟରେ ଇମ୍ରାନ୍ ଖାନ୍ କହିଛନ୍ତି ପାକିସ୍ତାନର ଡର ଥିଲା ଯେ, କାଳେ ପାକିସ୍ତାନର ଆକ୍ରମଣ ପରେ ଭାରତ ମିଜାଇଲ ହମଲା କରିଦେବ ବୋଲି । ଏଥିପାଇଁ ସାରା ଦେଶ ହାଇ ଆଲର୍ଟରେ ଥିଲା । ବିମାନ ଚଳାଚଳ ବନ୍ଦ କରିଦିଆଯାଇଥିଲା ଏବଂ ସେନାକୁ କୌଣସି ବି ପଦକ୍ଷେପ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଥିଲା ।

ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ଆକ୍ସନରେ ସେ ଖୁସି ନଥିଲେ । ଯେମିତି ପାକିସ୍ତାନ ସୀମାରେ ଭାରତ ପଶି ଆକ୍ରମଣ କରିଥିଲା ସେମିତି ପାକିସ୍ତାନ ମଧ୍ୟ ଭାରତ ସୀମାରେ ପଶି ଆକ୍ରମଣ କରିଥିଲା ।  ଭାରତର ଦୁଇଟି ବିମାନ ପାକିସ୍ତାନ କ୍ରାସ୍ କରାଇଥିବା ଇମ୍ରାନ କହିଛନ୍ତି । କିନ୍ତୁ ଆମେ ଶାନ୍ତି ଚାହୁଁଛୁ ବୋଲି କହିଥିଲେ ଇମ୍ରାନ୍ । ଆମେ କେବଳ ଏହା ଦେଖାଇବା ପାଇଁ ଚାହୁଁଥିଲୁ ଯେ ଆମେ ମଧ୍ୟ ଆକ୍ରମଣ କରିପାରିବୁ ।

ଭାରତ ଯଦି ପୂର୍ବରୁ ଜୈଶ-ଏ-ମହମ୍ମଦ ଉପରେ ଡେଜିୟର ଦେଇଥାନ୍ତା ତେବେ ଆମେ କାର୍ଯାନୁଷ୍ଠାନ ନେଇଥାନ୍ତୁ କିନ୍ତୁ ଭାରତ ଏହା ନକରି ତା ପୂର୍ବରୁ ହିଁ ଆମ ଉପରେ ଆକ୍ରମଣ କରିଦେଲା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଯୁଦ୍ଧ ଚାହୁଁନି, ଶାନ୍ତି ଚାହୁଁଛି । ଏଥିପାଇଁ ସେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କଥା ହୋଇଥିଲେ । କିନ୍ତୁ ଏହି ଚେଷ୍ଟା ବିଫଳ ହୋଇଥିଲା । କିଛି ଜବାବ ମିଳିଲାନି ।

ପାକିସ୍ତାନ ବାଲାକୋଟରେ ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣର ଜବାବରେ ପାକ୍ ବୁଧବାର ଭାରତୀୟ ସୀମାରେ ପଶିଆସିଥିଲା । କିନ୍ତୁ ତାର କଡା ଜବାବ ଦେଇଥିଲା ଭାରତୀୟ ବାୟୁସେନା । ଏପରିକି ଏକ ଏଫ-୧୬କୁ ମାରି ଖସାଇଦିଆଯାଇଥିଲା । କିନ୍ତୁ ଏକ ମିଗ୍-୨୧ କ୍ରାଶ୍ ହୋଇପଡିଥିଲା ଏବଂ ଆମ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନା କବଜାରେ ଫସିଯାଇଥିଲେ ।

ଏହି ଘଟଣାର କୌଣସି ବଡ କାର୍ଯାନୁଷ୍ଠାନ କରାଗଲାନି କିନ୍ତୁ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ, ୩ ସେନାର ପ୍ରମୁଖ ଓ ଏନଏସଏର ଏକ ଲମ୍ବା ବୈଠକ ଚାଲିଲା । ଯାହାକି ପାକିସ୍ତାନ ପାଇଁ ଚିନ୍ତାର କାରଣ ପାଲଟିଥିଲା । ପୂରା ପାକିସ୍ତାନ ଆଲର୍ଟ ହୋଇଗଲା । ଏପରିକି ଇମ୍ରାନ୍ ଖାନ୍ ସଂସଦରେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ଡର ଥିଲା କାଳେ ଭାରତ ମିସାଇଲ୍ ହମଲା କରିଦେବନି ତ ।

ଇମ୍ରାନ ଖାନ୍ ପୁଣି ଥରେ ଆତଙ୍କବାଦକୁ ସମର୍ଥନ କରିବା ସହ ପୁଲଓ୍ବାମା ହମଲାର ଅଭିଯୁକ୍ତ ଆଦିଲ ଅହମ୍ମଦ ଡାରକୁ ବଞ୍ଚାଇଛନ୍ତି । ଇମ୍ରାନ ଖାନ୍ ଅଭିଯୋଗ ଆଣିଛନ୍ତି ଯେ, ଭାରତ ସରକାର କାଶ୍ମୀରବାସୀଙ୍କ ଉପରେ ଆତ୍ୟାଚାର କରୁଛନ୍ତି । ଫଳରେ ସ୍ବାଧିନତାର କଥା କହୁଥିବା କାଶ୍ମୀର ଯୁବକ ଆଦିଲ ଅହମ୍ମଦ ଡାର ଆତ୍ମଘାତୀ ହୋଇ ନିଜକୁ ଉଡାଇଦେଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.