Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ସଉତୁଣୀ ବୁଶରାଙ୍କୁ ଜେମିମାଙ୍କ ଟ୍ବିଟ୍ ଆକ୍ଷେପ , ‘ତମେ ମିଆଁଙ୍କ ଉପରେ କି କଳାଯାଦୁ କରିଛ’?

21/02/2020 at 2:10 PM

ଇସଲାମାବାଦ ୨୧/୨: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପତ୍ନୀ ଜେମିମା ଗୋଲ୍ଡସ୍ମିଥ ଏପରି ଏକ ପୋଷ୍ଟ୍ ଟ୍ବିଟ୍ କରିଛନ୍ତି ଯେ ଯାହା ପରଠୁ ଲୋକେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ସେମାନେ ବୁଝିପାରୁନାହାନ୍ତି ଯେ ଏଥିରେ କିପରି ପ୍ରତିକ୍ରିୟା ଦେବେ। ପ୍ରକୃତରେ ଜେମିମା ଟ୍ବିଟରରେ ନିଜର ସ୍ବାମୀଙ୍କୁ ନେଇ ଏକ ଫନି ମିମ ସେୟାର କରିଛନ୍ତି। ଜେମିମାଙ୍କ ଏହି ଟ୍ବିଟ୍ ଲୋକଙ୍କୁ ସମସ୍ୟାରେ ପକାଇଛି କାରଣ ସେ ନିଜ ପୂର୍ବତନ ସ୍ବାମୀଙ୍କ ସହ ଜଡ଼ିତ କୌଣସି ମାମଲାରେ ନିଜର ପ୍ରତିକ୍ରିୟା ଦିଅନ୍ତି ନାହିଁ। ଇମରାନ୍ ୩ଜଣଙ୍କୁ ବିବାହ କରିଥିଲେ। ତେବେ ​‌େ​‌ବ୍ରିଟିଶ୍ ନାଗରିକ ଜେମିମା ଇମରାନଙ୍କ ପ୍ରଥମ ପତ୍ନୀ ଏବଂ ଦୁଇ ପୁଅଙ୍କ ମାଆ।

ଜେମିମା ଯେଉଁ ପୋଷ୍ଟର ସେୟାର କରିଛନ୍ତି ତାହା କଳାଯାଦୁ କିମ୍ବା ବ୍ଲାକ୍ ମ୍ୟାଜିକର କଥା କୁହେ। । ପୋଷ୍ଟରରେ ଜେମିମାଙ୍କ ବ୍ୟତୀତ ଇମରାନ ଖାନ୍ ଏବଂ ତାଙ୍କ ତୃତୀୟ ପତ୍ନୀ ବୁଶରା ଶେଖଙ୍କୁ ଦେଖାଯାଇଛି। ଏହି ପୋଷ୍ଟରରେ କ୍ୟାପ୍ସନ୍ ଲେଖାଯାଇଛି,‘ ତୁମେ କେଉଁ କଳା ଯାଦୁ କରିଛ?’ ଏହି କ୍ୟାପସନର ଈଶାରା ଇମରାନ ଖାନଙ୍କ ତୃତୀୟ ପତ୍ନୀ ବୁଶରାଙ୍କ ଆଡ଼କୁ ଥିଲା। ଏହା ପରେ ଜେମିମା ଆଉ ଏକ ଟ୍ବିଟ୍ କରିଥିଲେ ଏବଂ କହିଥିଲେ ଯେ ସେ କାହାକୁ ଅପମାନିତ କରିବାକୁ ଚାହୁଁନାହାନ୍ତି କିନ୍ତୁ ତାଙ୍କୁ ମଜାଳିଆ ଆର୍ଟ ଥିବା ଲଲିଉଡ ପୋଷ୍ଟର ପସନ୍ଦ। ଜେମିମା କହିଥିଲେ ଯେ ଅନ୍ୟଙ୍କ ପରି ତାଙ୍କୁ ମଧ୍ୟ ଏହି ପୋଷ୍ଟର ଫନି ଲାଗିଥିଲା। ବୋଧହୁଏ ସେ ମଧ୍ୟ ଇମରାନ ଖାନଙ୍କ ସମର୍ଥକଙ୍କ ଟ୍ରୋଲ୍ ହେବାର ଆଶଙ୍କା ବିଷୟରେ ଜାଣି ଯାଇଥିଲେ।

ଜେମିମାଙ୍କ ଆଜି ବି ପାକିସ୍ତାନରେ ଭଲ ଫ୍ୟାନ୍ ଫଲୋୟର ଅଛନ୍ତି ଏବଂ ଲୋକେ ତାଙ୍କୁ ଭାବି ବୋଲି ଡାକନ୍ତି। ଜେମିମା ପୋଷ୍ଟର ସେୟାର କରିବା ପରେ ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଟ୍ବିଟରରେ ଅନେକ ପ୍ରଶ୍ନ କରିଛନ୍ତି। ଜେମିମା ଏବଂ ଇମରାନ ଖାନଙ୍କ ବିବାହ ୧୯୯୫ମସିହାରେ ହୋଇଥିଲା ଏବଂ ୨୦୦୪ମସିହାରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଇମରାନ ଖାନ୍ ଏବଂ ଜେମିମାଙ୍କ କାସିମ୍ ଏବଂ ସୁଲେମାନ ନାମକ ଦୁଇ ପୁଅ ଅଛନ୍ତି।

ଇମରାନ ଏବଂ ଜେମିମାଙ୍କ ଯୋଡ଼ି ପାକିସ୍ତାନରେ ଅତ୍ୟନ୍ତ ଲୋକପ୍ରିୟ ଥିଲା ଏବଂ ରେହମ୍ ଖାନଙ୍କ ସହ ଦ୍ବିତୀୟ ବିବାହ ବିଫଳ ହେବା ପରେ ଫ୍ୟାନ୍ସ ପୁଣି ଥରେ ଉଭୟଙ୍କୁ ଏକାଠି ହେବାର ଆଶା କରୁଥିଲେ। କିନ୍ତୁ ଇମରାନ,ବୁଶରା ମାନେକାଙ୍କୁ ତୃତୀୟ ବିବାହ କରିଥିଲେ। ବୁଶରା ପ୍ରାୟତଃ ବୁର୍ଖାରେ ନଜର ଆସନ୍ତି।

   Related Posts