Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଇମରାନଙ୍କ ଗାଦି ଟଳମଳ: ଏକାଠି ହେଲେ ୩ ବିରୋଧି, ବୈଠକରେ ମାଷ୍ଟରପ୍ଲାନ୍ !

21/07/2020 at 3:58 PM

ଲାହୋର, ୨୧|୦୭: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ତାଙ୍କୁ ଶାସନ ଗାଦିରୁ ହଟାଇବା ପାଇଁ ତିନୋଟି ବିରୋଧି ଦଳ ହାତ ମିଳାଇଛନ୍ତି । ତେବେ ଏହି ସବୁ ବିରୋଧି ଦଳ ଏକ ନୂଆ ମେଣ୍ଟ ଗଠନ କରିବାକୁ ଯାଉଛନ୍ତି । କିନ୍ତୁ ବିଧିବଦ୍ଧ ଭାବେ ଏନେଇ ଘୋଷଣା କରାଯାଇ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କ ଦଳ ପିଏମଏଲ-ଏନ, ବିଲାଓ୍ୱାଲ ଭୁଟ୍ଟୋଙ୍କ ଦଳ ପିପିପି ଓ ମୌଲାନା ଫଜଲ୍ ଉର ରେହମାନଙ୍କ ପାର୍ଟି ଜମିୟତ ଉଲ ଇସଲାମି ମିଳିତ ଭାବେ ଇମରାନଙ୍କୁ ହଟାଇବା ପାଇଁ ପାଗ ଭିଡିଛନ୍ତି । ତିନୋଟି ଦଳ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଥିବା ବେଳେ ସୋମବାର ବୈଠକ ମଧ୍ୟ କରିଥିଲେ ।

ଜିୟୋ ନ୍ୟୁଜ୍ ଅନୁସାରେ, ମୌଲାନା ଫଜଲଙ୍କ ଦଳ ଇମରାନଙ୍କ ବିରୋଧରେ ଗତ ନଭେମ୍ବରରେ ମୋର୍ଚ୍ଚା ବାହାର କରିଥିଲେ । ଇସଲାମବାଦ ଯାଏଁ ସେ ଏହି ମୋର୍ଚ୍ଚାକୁ ବଢାଇଥିଲେ । ସୋମବାର ପିଏମଏଲ-ଏନ ନେତା ବିଲଓ୍ୱାଲ ଭୁଟ୍ଟୋଙ୍କ ଘରେ ପହଁଚିଥିଲେ । ଇମରାନଙ୍କୁ ହଟାଇବା ପାଇଁ ବିଭିନ୍ନ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା  । ନୂଆ ମେଣ୍ଟ ବାବଦରେ ମଧ୍ୟ ଆଲୋଚନା ହୋଇଥିଲା ।

ଏହି ନେତାମାନେ ଇମରାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ତେବେ ଇମରାନ ସରକାର ମଧ୍ୟ ଏହି ଦଳର ମୁଖ୍ୟ ନେତା ନଓ୍ୱାଜ ସରିଫ  ଜରଦାରୀଙ୍କୁ ଜେଲ୍ ପଠାଇଛନ୍ତି । ଏହାବ୍ୟତୀତ ରାଜ୍ୟ ନେତାମାନେ ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇଛନ୍ତି ।  ହାତ ମିଳାଇଥିବା ବିରୋଧି ଦଳଗୁଡିକର ବିଚାର ଭିନ୍ନ ହୋଇଥିବା ବେଳେ ସେମାନେ କିନ୍ତୁ ଇମରାନଙ୍କ ବିରୋଧରେ ଏକାଠି ହୋଇଛନ୍ତି । ଜେଲରେ ବନ୍ଦି ଥିବା ଜରଦାରୀଙ୍କ ପରାମର୍ଶ ମଧ୍ୟ ନିଆଯାଇଛି । ଯଦି ତିନୋଟି ଦଳ ହାତ ମିଳାଇ ନିର୍ବାଚନ ଲଢନ୍ତି ତେବେ ଇମରାନଙ୍କ ପାଇଁ ସଙ୍କଟ ବୃଦ୍ଧି ପାଇବ । ଏପରିକି ଶାସନ ମଧ୍ୟ ଛଡାଇନେବାର ଦକ୍ଷତା ରଖିଛନ୍ତି ଏହି ଦଳ ।

 ପାକ୍ ପଞ୍ଜାବ ଅଞ୍ଚଳରେ ନଓ୍ୱାଜଙ୍କ ଭଲ ଦବଦବା ଥିବା ବେଳେ ସିନ୍ଧରେ ପିପିପି ମଜବୁତ ରହିଛି । ଇମରାନ କେବଳ ଫୋଖତୁନଖାରେ ଶକ୍ତିଶାଳୀ ରହିଛନ୍ତି । ପାକ୍ ସେନାବାହିନୀର ଅଧିକାଂଶ ପଦରେ ପଞ୍ଜାବର ଲୋକ ହିଁ ରହିଛନ୍ତି । ଯଦି ଏହି ମେଣ୍ଟ ଗଠନ ହୁଏ ତେବେ ଇମରାନଙ୍କ ପାଇଁ ଅଡୁଆ ବଢିବ ।  

   Related Posts