Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଶ୍ରୀଲଙ୍କାରେ ବି ‘କାଶ୍ମୀର’କୁ ନେଇ ଆଳାପ କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କଣ କହିଲେ ଇମ୍ରାନ ଖାନ

24/02/2021 at 10:07 PM

ନୂଆଦିଲ୍ଲୀ ୨୪/୦୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶ୍ରୀଲଙ୍କାରେ କାଶ୍ମୀର ଲୁହ ଗଡ଼ାଇଛନ୍ତି। ଭାରତ ସହିତ କେବଳ କାଶ୍ମୀର ବିବାଦ ରହିଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇପାରିବ।୨୦୧୮ରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଭାରତ ସହ ଶାନ୍ତି ବାର୍ତ୍ତା ଆୟୋଜିତ କରିବାକୁ କହିଥିଲି କିନ୍ତୁ କିଛି ହେଲା ନାହିଁ ବୋଲି ଶ୍ରୀଲଙ୍କା-ପାକିସ୍ତାନ ବ୍ୟାପାର ଏବଂ ନିବେଶ ସମ୍ମିଳନୀରେ କହିଛନ୍ତି ଇମ୍ରାନ ଖାନ୍‌।

ଇମ୍ରାନ ଖାନ ଶ୍ରଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ସହ ସମ୍ମଳନୀର ସହ ଅଧ୍ୟକ୍ଷତା କରିଛନ୍ତି। ଏହା ସହ ସେ କହିଛନ୍ତି ‘ଆମ ମଧ୍ୟରେ କେବଳ କାଶ୍ମୀରକୁ ନେଇ ବିବାଦ ରହିଛି । ଯାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରିହେବ।’ ଚଳିତ ମାସ ଆରମ୍ଭରୁ ଭାରତ ଆତଙ୍କବାଦ, ହିଂସା ଏବଂ ଅସ୍ଥିରତା ମୁକ୍ତ ପରିବେଶରେ ପାକିସ୍ତାନ ସହ ସମ୍ପର୍କ ସାମନ୍ୟ ହୋଇପାରିବ ବୋଲି କହିଥିଲା।

ଆତଙ୍କବାଦ ଏବଂ ଅସ୍ଥିରତା ମୁକ୍ତ ପରିବେଶ ଗଠନ କରିବା ପାକିସ୍ତାନର ଦାୟିତ୍ବ ବୋଲି ଭାରତ କହିଥିଲା। କରୋନା ମହାମାରୀ ପରେ ଶ୍ରୀଲଙ୍କା ଗସ୍ତ କରିବା ମାମଲା​‌ରେ ଇମ୍ରାନ ଖାନ ପ୍ରଥମ ରାଷ୍ଟ୍ର ମୁଖ୍ୟ। ପଡ଼ୋଶୀ ଦେଶ ମଧ୍ୟରେ ଭଲ ସମ୍ପର୍କ ରହିଲେ ରାଜନୈତିକ ସ୍ଥିରତା କାଏମ ରହିବା ଦ୍ବାରା ବ୍ୟବସାୟ ଅନୁକୂଳ ପରିବେଶ ତିଆରି ହେବ, ଅନ୍ତତଃ ଲୋକମାନଙ୍କ ଭଲ ହୋଇପାରିବ ବୋଲି ଇମ୍ରାନ୍‌ ଖାନ କହିଛନ୍ତି।

ପ୍ରଥମେ ଅନୁମତି ମିଳିନଥିବା ବେଳେ ପରେ ଶ୍ରୀଲଙ୍କାର ମୁସଲିମ ନେତାଙ୍କ ସହ ଇମ୍ରାନ ଖାନ ସାକ୍ଷାତ କରିଛନ୍ତି। ମୁସଲମାନଙ୍କ ମୁଖ୍ୟ ପାର୍ଟି- ଶ୍ରୀଲଙ୍କା ମୁସଲିମ୍‌ କଂଗ୍ରେସର ନେତା ରଉଫ ହକିମ କହିଛନ୍ତି ଇମ୍ରାନ ଖାନଙ୍କ ସହ ତାଙ୍କ ଆଲୋଚନା ସଫଳ ହୋଇଛି। ଶ୍ରୀଲଙ୍କାରେ ସାଂପ୍ରଦାୟିକ ସଦଭାବ ପ୍ରତିଷ୍ଠା କ୍ଷେତ୍ରରେ ମୁସଲିମ ନେତାଙ୍କ କ୍ଷମତା ଉପରେ ଇମ୍ରାନ ଭରସା କରିଥିଲା ରଉଫ ହକିମ କହିଛନ୍ତି।

   Related Posts