ଜରୁରୀକାଳୀନ ପରିସ୍ଥିତିକୁ ସାମନା କରିବାକୁ ପାକିସ୍ତାନର ଜନସାଧାରଣଙ୍କୁ ପରାମର୍ଶଦେଲେ ପ୍ରଧାନମନ୍ତ୍ରୀ ଇମରାନ ଖାନ
26/02/2019 at 5:57 PM

ଇସଲାମବାଦ ୨୬/୨- ପୁଲଓ୍ଵାମା ଘଟଣାର ପ୍ରତିଶୋଧ ଭାବେ ଭାରତ ମଙ୍ଗଳବାର ଭୋର ୩.୩୦ରେ କରିଥିଲା ସର୍ଜିକାଲ ଷ୍ଟ୍ରାଇକ-୨ । ଏହି ସର୍ଜିକାଲ ଷ୍ଟ୍ରାଇକପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜରୁରୀକାଳୀନ ପରିସ୍ଥିତିକୁ ସାମନା କରିବାକୁ ପାକିସ୍ତାନର ଜନସାଧାରଣଙ୍କୁ ଦେଲେ ପରାମର୍ଶ ।

ପୁଲଓ୍ଵମା ଘଟଣାର ଭାରତ ନେଇଥିଲା ପ୍ରତିଶୋଧ । ମଙ୍ଗଳବାର ଭୋର ୩.୩୦ରେ ଭାରତର ବାୟୁସେନା ପାକିସ୍ତାନ ଅଧିକୃତ ବାଲାକୋଟରେ ଥିବା ଜୈସ-ଏ-ମହମ୍ମଦର ଆତଙ୍କୀ ଆଡ଼ା୍ଡ଼ା ଉପରେ କରିଥିଲା ଆକ୍ରମଣ । ଏହି ହମଲାରେ ପାକିସ୍ତାନ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ଆଶଙ୍କା କରି ଆଜି ସକାଳେ ସରକାରୀସ୍ତରରେ ସଜାଗ ରହିବାକୁ ଜନସାଧାରଣଙ୍କୁ ଦେଇଥିଲା ପରାମର୍ଶ । ଦେଶ କୌଣସି ସମୟରେ ଜରୁରୀକାଳୀନ ପରିସ୍ଥିତରେ ଗତି କରିପାରେ ବୋଲି ଇମରାନ ଖାନ୍ ସୂଚନା ଦେଥିଲେ ।
ସରକାରୀସ୍ତରରେ ସକାଳେ ଜନସାଧାରଣଙ୍କୁ ପରାମର୍ଶ ଦେବା ପରେ ଆଜି ଅପରାହ୍ନରେ ପାକିସ୍ତାନ ସୀମା ସେପଟୁ କରିଛି ପ୍ରବଳ ଗୁଳିବର୍ଷା ।
ପାକିସ୍ତାନ ଆଜି ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରି ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି ।ସେପଟେ ଭାରତ ସର୍ଜିକାଲ ଷ୍ଟ୍ରାଇକ କରିଥିବା ସ୍ଥାନକୁ ପାକିସ୍ତାନ ସେନା ଜଗିରହିଥିବାର ସୂଚନା ମିଳିଛି ।