ଇମ୍ରାନ ଖାନ କହିଲେ , ଏହି ବଡ଼ କାରଣ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେବ! କାରଣ କ’ଣ ଜାଣନ୍ତୁ

Published By : Prameya-News7 Bureau | August 31, 2019 IST

ଇସ୍ଲାମାବାଦ୩୧|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବିଚଳିତ ହୋଇ ସହଜ ବାଟ ଖୋଜୁଛନ୍ତି। ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁସାରେ, କାଶ୍ମୀର ପ୍ରସଙ୍ଗକୁ କେନ୍ଦ୍ରକରି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପାକିସ୍ତାନର ବୈଦେଶିକମନ୍ତ୍ରୀ ଶାହ ମେହମୁଦ କୁରେଶୀ କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ସର୍ତ୍ତ ରଖି ଭାରତ ସହ ଆଲୋଚନା କରାଯିବା ଉଚିତ। ଯଦି ତାହା ହୁଏ ତେବେ ଭାରତ ସହ ଆଲୋଚନା କରିବା ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି ଶାହ କହିଛନ୍ତି।

{"id":151465}

ଇମ୍ରାନ ଖାନ କହିଛନ୍ତି, କାଶ୍ମୀରକୁ ଅଣଦେଖା କରି ପାରିବ ନାହିଁ ପାକିସ୍ତାନ।ସେମାନେ ଏବେ ବିପଦ ସଙ୍କୁଳ ପରିସ୍ଥିତିରେ ରହିଛନ୍ତି। କାଶ୍ମୀର ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତି ପାକିସ୍ତାନ ସ୍ବର ଉଠାଇବ ବୋଲି ଇମ୍ରାନ କହିଛନ୍ତି। ଦୁଇଟି ଦେଶ ମଧ୍ୟରେ ଯଦି ପରମାଣୁ ଯୁଦ୍ଧ ହୁଏ ତେବେ କାଶ୍ମୀର ହିଁ ମୁଖ୍ୟ କାରଣ ହେବ ବୋଲି ଇମ୍ରାନ କହିଛନ୍ତି। ତେଣୁ କାଶ୍ମୀର ପ୍ରସଙ୍ଗକୁ ଯୁକ୍ତରାଷ୍ଟ୍ର ଗୁରୁତର ସହ ନେବା ଉଚିତ୍। ଇମ୍ରାନ କହିଛନ୍ତି , ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମରୁ କଠୋର ନୀତି ଅବଲମ୍ବନ କରିଛନ୍ତି। କିନ୍ତୁ ଗତ ମେ ମାସରେ ହୋଇଥିବା ନିର୍ବାଚନରେ ପାକିସ୍ତାନ ବିରୋଧୀ କଥା କହି ମୋଦି ନିଜକୁ ଦେଶଭକ୍ତର ପ୍ରମାଣ ଦେଇଛନ୍ତି। ପୁଲଓ୍ବାମା ଆକ୍ରମଣ ସମୟରେ ବି ଭାରତ ସହ ଶାନ୍ତି ବୁଝାମଣା କଥା କହି ବିଫଳ ହୋଇଥିବା କଥା ସେ କହିଛନ୍ତି।

{"id":151466}

କାଶ୍ମୀର ପ୍ରସଙ୍ଗକୁରେ ଅନ୍ତର୍ଜାତୀୟ ସ୍ତରେ କୌଣସି ରାଷ୍ଟ୍ର ହସ୍ତକ୍ଷେପ କରୁନାହାନ୍ତି। କେବଳ ଚୀନ ଓ ବ୍ରିଟେନକୁ ଛାଡିଦେଲେ ଅନ୍ୟ ରାଷ୍ଟ୍ରକୁଡିକ ଏହି ପ୍ରସଙ୍ଗରେ ମୁଣ୍ଡ ପୂରାଉ ନାହାନ୍ତି। ଏହା ଭାରତର ବ୍ୟକ୍ତିଗତ ମାମଲା କହି ପ୍ରସଙ୍ଗ ଆଡ଼େଇ ଦେଉଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଦ୍ବାରା କୁହାଯାଇଛି ଯେ, ପାକିସ୍ତାନ ନିରପେକ୍ଷ ଭାବରେ ଭାବନ୍ତୁ,କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଠିକ୍‌ ହୋଇଛି କି ଭୁଲ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.