କରୋନା ଭାଇରସ୍ କଥାରେ ମସଗୁଲ ଥିଲେ ପାଇଲଟ୍, ବିମାନକୁ ନିୟନ୍ତ୍ରଣ କରିବାକୁ ହାତରେ ନଥିଲା ସମୟ, ଏହା ପରେ…

Published By : Prameya-News7 Bureau | June 24, 2020 IST

ନୂଆଦିଲ୍ଲୀ ୨୪।୦୬: ଗତ ମାସରେ ପାକିସ୍ତାନରେ ଘଟିଥିବା ଭୟାବହ ବିମାନ ଦୁର୍ଘଟଣାରେ ୯୭  ଜଣଙ୍କ ପ୍ରାଣହାନୀ ଘଟିଥିଲା। ଏବେ ଏହି ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରୁ ଜଣା ପଡିଛି ଯେ, ପାଇଲଟ୍‌ଙ୍କ ଭୁଲ କାରଣରୁ ଦୁର୍ଘଟଣା ଘଟିଛି। ଅବତରଣ ସମୟରେ ପାଇଲଟ୍‌ କରୋନା ଭୂତାଣୁ ବିଷୟରେ ଚର୍ଚ୍ଚାରେ ଏମିତି ମସଗୁଲ୍‌ ହୋଇ ଯାଇଥିଲେ ଯେ, ବିମାନକୁ ନିୟନ୍ତ୍ରଣ କରିବାକୁ ତାଙ୍କ ପାଖରେ ଆଉ ସମୟ ନଥିଲା।

ମେ ୨୨ରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ(PIA)ର ବିମାନ କରାଚିରେ ଅବତରଣ କରିବାର ଠିକ୍ ପୂର୍ବରୁ ଏକ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଖସି ପଡିଥିଲା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କୁ ଛାଡି ଦେଲେ ବାକି ସମସ୍ତଙ୍କର ଅକାଳ ମୃତ୍ୟୁ ଘଟିଥିଲା।

{"id":290972,"sizeSlug":"large"}

ସଂସଦରେ ତଦନ୍ତର ପ୍ରାରମ୍ଭିକ ରିପୋର୍ଟ ଉପସ୍ଥାପନ କରି ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଗୁଲାମ ସରବାର ଖାନ କହିଛନ୍ତି, ପାଇଲଟ୍ ଏବଂ ଏୟାରଟ୍ରାଫିକ ନିର୍ଦ୍ଧାରିତ ନିୟମ ପାଳନ କରି ନାହାନ୍ତି। ବିମାନ ଏ୩୨୦ର ଅବତରଣ ସମୟରେ ପାଇଲଟ୍‌ କରୋନା ବିଷୟରେ କଥା ହେଉଥିଲେ। ପାଇଲଟ୍‌ ଏବଂ ସହାୟକ ପାଇଲଟ୍‌ଙ୍କ ଧ୍ୟାନ ବିମାନ ଉଡାଣ ଉପରେ ନଥିଲା ଏବଂ ପୂରା ଯାତ୍ରାରେ କରୋନା ବିଷୟ କଥାରେ ମସଗୁଲ୍ ଥିଲେ। ସେମାନଙ୍କର ଧ୍ୟାନ କେବଳ କରୋନା ଉପରେ ଥିଲା। କାରଣ ପାଇଲଟ୍‌ଙ୍କ ପରିବାର ଲୋକ ସଂକ୍ରମିତ  ଥିଲେ ଏବଂ ସେହି ବିଷୟରେ ହିଁ ଉଭୟ ପାଇଲଟ୍ କଥା ହେଉଥିଲେ। ଦୁର୍ଭାଗ୍ୟବଶତଃ ପାଇଲଟ୍‌ ଅତି ଆତ୍ମବିଶ୍ଵାସୀ ଥିଲେ ବୋଲି ମନ୍ତ୍ରୀ କହିଛନ୍ତି।

{"id":290970,"sizeSlug":"large"}

ଏକ୍ସପ୍ରେସ୍ ଟ୍ରିବ୍ୟୁନ୍‌ର ଖବର ଅନୁଯାୟୀ ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟରେ କୁହାଯାଇଛି ଯେ, ସିଏଏ କର୍ମଚାରୀ, କକ୍‌ପିଟ୍‌ରେ ବସିଥିବା ଚାଳକ ଦଳର ସଦସ୍ୟ, ବିମାନ ନିୟନ୍ତ୍ରଣ ଟାଓ୍ଵାର ଓ ଏଟିସି କ୍ରମାଗତ ଅନେକ ଭୁଲ କରିଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ମିଳିଥିବା ବ୍ଲାକ ବକ୍ସରେ କୌଣସି ଯାନ୍ତ୍ରିକ ତ୍ରୁଟି ମିଳିନାହିଁ। ଯେତେବେଳେ ପାଇଲଟ୍‌ ପ୍ରଥମ ଥର ବିମାନ ଅବତରଣ କରିବାକୁ ପ୍ରୟାସ କରିଥିଲେ, ସେହି ସମୟରେ ବିମାନର ଗତି ଏବଂ ଉଚ୍ଚତା ଅଧିକ ଥିଲା।

ରିପୋର୍ଟ ଅନୁଯାୟୀ ପ୍ରଥମ ଥର ବିମାନ ଯେବେ ଓହ୍ଲାଇବାକୁ ପ୍ରୟାସ କରୁଥିଲା, ସେହି ସମୟରେ ବିମାନ ଯାତାୟାତ ନିୟନ୍ତ୍ରଣ କକ୍ଷ ଅଧିକ ଗତି ଏବଂ ଉଚ୍ଚତାରେ ହେବା ପରେ ମଧ୍ୟ ବିମାନକୁ ଓହ୍ଲାଇବାକୁ ଅନୁମତି ଦେଇଥିଲେ। ଖବର କାଗଜ ଅନୁଯାୟୀ ପାଇଲଟ୍‌ ଲ୍ୟାଣ୍ଡିଂ ଗିୟର ଜାମ ହେବାର ସୂଚନା ନିୟନ୍ତ୍ରଣ କକ୍ଷକୁ ମଧ୍ୟ ଦେଇନଥିଲେ। ପାଇଲଟ୍‌ଙ୍କ ଦ୍ଵାରା ବିମାନକୁ ଅବତରଣ କରାଇବାର ନିଷ୍ପତ୍ତି ସଂପୂର୍ଣ୍ଣ ଭୁଲ ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.