Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଭାରତକୁ ଫୁଟାଣି ଦେଖାଇବା ପାକିସ୍ତାନ ପ୍ରତି ପଡିଲା ମହଙ୍ଗା : କପେ ଚା ପିଇବା ମୁସ୍କିଲ୍

14/10/2021 at 12:46 PM

ନୂଆଦିଲ୍ଲୀ ୧୪।୧୦: ଚା’ ପିଇବାକୁ କାହାକୁ ବା ଭଲ ନଲାଗେ । ପ୍ରାୟ ସବୁ ଦେଶର ଲୋକେ ଚା ପିଇବାକୁ ପସନ୍ଦ କରିଥାନ୍ତି । ହେଲେ ଏବେ ଚା କପେ ପିଇବା ବି ମୁସ୍କିଲ ହୋଇଗଲାଣି । ଲୋକଙ୍କ ପାଇଁ ଚା କପେ ଏଠି ସାତ ସପନ ପାଲଟିଗଲାଣି । ଲୋକେ ଭୁଲିଗଲେଣି ଚା’ର ସ୍ୱାଦ । କାରଣ କପେ ଚା’ର ଦାମ ଶୁଣିଲେ ପଡିଯିବ ଚଡକ । ଏତେ ଟଙ୍କାରେ ଚା କିଣି ପିଇବାକୁ ଅସହାୟ ମନେ କରୁଛନ୍ତି ଲୋକେ ।

ଯଦି ପାକିସ୍ତାନ ଚାହିଁଥାନ୍ତା ତେବେ ଏହା ଭାରତରୁ ଶସ୍ତା ଚିନି ପାଇଥାନ୍ତା । କିନ୍ତୁ ଚଳିତ ବର୍ଷ ଭାରତରୁ ଆମଦାନୀ କରିବାକୁ ପାକିସ୍ତାନ ମନା କରିଦେଇଛି । ପାକିସ୍ତାନର ସୁପରଷ୍ଟାର ବୋଲର ଶୋଏବ ଅଖତରଙ୍କ ସହର ରାୱଲପିଣ୍ଡିରେ ଲୋକଙ୍କ ସ୍ୱାଦକୁ ଖରାପ କରିଦେଇଛି ଚା । ଏଠାରେ ଏକ କପ୍ ଚା’ର ମୂଲ୍ୟ ୪୦ ଟଙ୍କା ହୋଇଛି । ପୂର୍ବରୁ ଏକ କପ୍ ଚା’ର ମୂଲ୍ୟ ୩୦ ଟଙ୍କା ଥିଲା, ଯାହା ବର୍ତ୍ତମାନ ୪୦ ଟଙ୍କାକୁ ବୃଦ୍ଧି ପାଇଛି ।

ସମ୍ପ୍ରତି ଚା’ର ମୂଲ୍ୟ ପୁଣି ଥରେ ବଢିଛି । ଚା ପତି, ଚା ବ୍ୟାଗ, କ୍ଷୀର, ଚିନି ଏବଂ ଗ୍ୟାସର ମୂଲ୍ୟ ବୃଦ୍ଧି ହେତୁ ଗତ କିଛି ଦିନ ମଧ୍ୟରେ ଚା ମୂଲ୍ୟ ବୃଦ୍ଧି ପାଇଛି । କାରଣ ଖିର , ଚିନି ଆଉ ଚା’ ପତି ଏତେ ଚଢା ଯାହା ଫଳରେ ଚା’ ବେପାର କରିବାକୁ ଡରୁଛନ୍ତି ବ୍ୟବସାୟୀ । ଆଉ ଯେଉଁ କେତେ ଜଣ ଷ୍ଟଲ ଚଳାଇଛନ୍ତି କପେ ଚା’କୁ ଚଢା ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ।

ଭାରତକୁ ନାଲି ଆଖି ଦେଖାଇ ଆତଙ୍କବାଦୀଙ୍କ ପଛରେ ଆଖିବୁଜା ଟଙ୍କା ଖର୍ଚ୍ଚ କରିବାରେ ଲାଗିଛି ପାକିସ୍ତାନୀ । ଫଳରେ ଦେଶବାସୀଙ୍କ ଅବସ୍ଥା ଶୋଚନୀୟ । ଲୋକେ କହିଛନ୍ତି କ୍ଷୀରର ମୂଲ୍ୟ ଲିଟର ପିଛା ୧୦୫ ରୁ ୧୨୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବ୍ୟତୀତ ଚା ପତ୍ରର ମୂଲ୍ୟ ୮୦୦ ରୁ ୯୦୦ ଟଙ୍କା ଏବଂ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୦୦ ରୁ ୩୦୦୦ ଟଙ୍କାରେ ଉପଲବ୍ଧ ହେଉଛି ।

ସେସବୁକୁ ଦୃଷ୍ଟିରେ ରଖି ଚାର ମୂଲ୍ୟ ବୃଦ୍ଧି ହୋଇଛି । ଗତ ବର୍ଷରୁ ପାକିସ୍ତାନର ଆର୍ଥିକ ଅବସ୍ଥା ଏପରି ବିଗିଡିଯାଇଛି । ଖାଦ୍ୟ ସାମଗ୍ରୀ କିଣିବା ଲୋକଙ୍କ ପାଇଁ କାଠିକର ପାଠ ହେଉଛି । ସ୍ଥିତି ଏପରି ହୋଇଛି ଯେ ଚା’ କପେ ପିଇବା ବି ଲୋକଙ୍କ ଭାଗ୍ୟରେ ଜୁଟୁନି । ଏଠାରେ ଚିନି , ଚା’ ପତି ଠାରୁ ଆରମ୍ଭ କରି ଖିର, ଟି ବ୍ୟାଗ୍, ରନ୍ଧନ ଗ୍ୟାସ ସବୁ ଦର ବୃଦ୍ଧି ଯୋଗୁଁ ଚା’ ଦାମ ମଧ୍ୟ ବଢିଛି । ଏଠାରେ କପେ ଚା’କୁ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି ।

ପାକିସ୍ତାନରେ ଖିର ଲିଟରକୁ ୧୨୦ ଟଙ୍କା ହୋଇଥିବାବେଳେ ଚା’ ପତିକୁ ୮୦୦ରୁ ୯୦୦ ଟଙ୍କା । ଗ୍ୟାସ୍ ସିଲିଣ୍ଡର ୩୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏପରି ଦରଦାମ ବୃଦ୍ଧି ଯୋଗୁଁ ଚା ବିକ୍ରି କରି ପରିବାର ପୋଷୁଥିବା ବ୍ୟବସାୟୀଙ୍କ ଅବସ୍ଥା ବି ଶୋଚନୀୟ ହୋଇପଡିଛି । ସୂଚନା ଅନୁସାରେ, ଚଳିତ ବର୍ଷ ଏପ୍ରିଲରେ ଭାରତ ପାକିସ୍ତାନକୁ ଚିନି ଓ ଗହମ ରପ୍ତାନୀ କରିବାକୁ ଚାହୁଁଥିଲେ ବି ପାକିସ୍ତାନ ଏହାକୁ ଅଗ୍ରାହ୍ୟ କରିଦେଇଥିଲା । ଯେପର୍ଯ୍ୟନ୍ତ କାଶ୍ମୀରରେ ୩୭୦ ଧାରା ପୁନର୍ବାର ଲାଗୁ ନହୋଇଛି ସେଯାଏଁ ଭାରତର କୌଣସି ସାହାଯ୍ୟ ଗ୍ରହଣ କରିବ ନାହିଁ ବୋଲି ପାକିସ୍ତାନ କହିଥିଲା ।

   Related Posts