ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ପରେ ବିଚଳିତ ପାକିସ୍ତାନ : ଭାରତୀୟ ବିମାନ ପାଇଁ ପାକ୍ ଏୟାରସ୍ପେସ୍ ବନ୍ଦ

Published By : Prameya-News7 Bureau | August 08, 2019 IST

ନୂଆଦିଲ୍ଲୀ ୮|୮: ଏପଟେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟିଲା ସେପଟେ ପାକିସ୍ତାନ ବିଚଳିତ ହୋଇପଡିଛି । ଭାରତ ସହ କୂଟନୈତିକ ସଂପର୍କ ସ୍ତରକୁ ହ୍ରାସ କରିବା ନେଇ ଘୋଷଣା କରିବା ପରେ ପରେ ଭାରତ ପାଇଁ ପାକିସ୍ତାନ ତାର ଆକାଶ ମାର୍ଗକୁ ଆଂଶିକ ବନ୍ଦ କରି ଦେଇଛି । ୫ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ଏହାସହ ପାକିସ୍ତାନର ଆକାଶ ମାର୍ଗରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ବିଦେଶୀ ବିମାନ ଉଡାଣ ଉଚ୍ଚତା ବଢାଇ ଦିଆଯାଇଛି । ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ପରେ ଭାରତୀୟ ବିମାନ ପାଇଁ ପାକିସ୍ତାନ ତାର ଏୟାର ସ୍ପେସ୍ ବନ୍ଦକରି ଦେଇଥିଲା ।

{"id":142079}

ତେବେ ଜୁଲାଇ ୧୬ତାରିଖରେ ଏହାକୁ ଖୋଲି ଦିଆଯାଇଥିଲା । କିନ୍ତୁ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଲ୍ ସଂସଦରେ ଗୃହୀତ ହେବା ପରେ ଏହାକୁ ନେଇ ଉଭୟ ଦେଶର ସଂପର୍କରେ ତିକ୍ତତା ବଢି ଯାଇଛି । ଇସଲାମବାଦରେ ଥିବା ଭାରତୀୟ ହାଇକମିଶନରଙ୍କୁ ପାକିସ୍ତାନ ବହିଷ୍କାର କରିବା ସହିତ ନୂଆଦିଲ୍ଲୀରୁ ନିଜ ହାଇକମିଶନରଙ୍କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ପାକିସ୍ତାନ । ଭାରତ ସହ ଦ୍ବିପାକ୍ଷିକ ବାଣିଜ୍ୟ କାରବାରକୁ ବାତିଲ କରିବା ସହ କୂଟନୈତିକ ସଂପର୍କ ସ୍ତରକୁ ହ୍ରାସ କରିଛି ।

{"id":142081}

ଇସଲାମବାଦରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ବସିଥିବା ଜାତୀୟ ସୁରକ୍ଷା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଭାରତ ସହିତ ରାଜନୈତିକ ସଂପର୍କ ମଧ୍ୟ କାଟ୍ ଛାଟ୍ କରିବାକୁ ଘୋଷଣା କରିଛି ପାକିସ୍ତାନ । ସୀମାରେ ସେନାକୁ ସଜାଗ ରହିବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଛି ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.