Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

କରୋନା ପାଇଁ ପାକିସ୍ତାନ ଭୟଭୀତ: ମୋଦିଙ୍କ ରାସ୍ତାରେ ଇମ୍ରାନ

21/03/2020 at 4:20 PM

ନୂଆଦିଲ୍ଲୀ୨୧/୩: କୋରାନା ଭାଇରସ୍‌ ପୂରା ଦକ୍ଷିଣ ଏସିଆରେ ଭୟାବହ ସୃଷ୍ଟି କରିଛି। ତେବେ କରୋନାକୁ ନେଇ ଭାରତ ଓ ପାକିସ୍ତାନ ସରକାର ନିଜ ନିଜ ଦେଶରେ ସଚେତନତା ସୃଷ୍ଟି କରିବା ଦିଗରେ ତତ୍ପର ଅଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୨ ତାରିଖରେ ଜନତା କର୍ଫ୍ୟୁ ପାଳନ ପାଇଁ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ନିଜ ଦେଶରେ ସଚେତନତାର ବାର୍ତ୍ତା ଦେଇଛନ୍ତି।

୨ଟି ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। କରୋନାକୁ ନେଇ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତା କର୍ଫ୍ୟୁ ଜାରି କରିବା ସହ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଏପରି କି କରୋନାରେ ଭୟଭୀତ ହେବାର ଆବଶ୍ୟକ ନାହିଁ। ଆବଶ୍ୟକ ଅନୁସାରେ ଖାଦ୍ୟ ସାମଗ୍ରୀ କିଣନ୍ତୁ, ଅଧିକ କିଣନ୍ତୁ ନାହିଁ। ଏଭଳି ଭାବେ ମୋଦି ନିଜ ଅଭିଭାଷଣରେ ଦେଶବସୀଙ୍କୁ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅନୁସରଣ କରିଛନ୍ତି । ପାକିସ୍ତାନରେ ବିଭିନ୍ନ କଟକଣା ଜାରି କରିଛନ୍ତି।

   Related Posts