IND vs PAK: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଭାରତ, ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିଲା ସୁଯୋଗ

Published By : Prameya-News7 Bureau | October 24, 2021 IST

ଦୁବାଇ ୨୪।୧୦: ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ମୁକାବିଲାର ସମୟ ଆସି ଉପନ୍ନିତ ଯାଇଛି। ଦୁଇ ଦଳ ପ୍ରସ୍ତୁତ ଏବଂ ଷ୍ଟାଡିୟମକୁ ଦର୍ଶକଙ୍କ ଆଗମନ ହେବାରେ ଲାଗିଛି। ରବିବାର ସନ୍ଧ୍ୟା ୭ଟା ୩୦ରେ ମୁହାମୁହିଁ ହେବେ ଭାରତ-ପାକିସ୍ତାନ। ଟସ୍ ଜିତି ପାକିସ୍ତାନର ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଦୁଇ ଦଳର ବିଶ୍ଵ କପରେ ଏହା ପ୍ରଥମ ମ୍ୟାଚ୍। ତେଣୁ ଉଭୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିବାକୁ ଚାହିଁବେ। ଭାରତୀୟ ଚୂଡାନ୍ତ ଏକାଦଶରେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନଙ୍କୁ ସୁଯୋଗ ମିଳିନି।

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ମାର୍ଗଦର୍ଶନ ଏବଂ ବିରାଟ କୋହଲିଙ୍କ ନେତୃତ୍ଵରେ ଭାରତ ପାକିସ୍ତାନ ବିପକ୍ଷରେ ନିଜର ବିଜୟ ବ୍ୟବଧାନକୁ ୧୩-୦ କରିବା  ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ। ଦୁଇ ଦଳ ବିଶ୍ଵ କପରେ ଏ ପର୍ଯ୍ୟନ୍ତ ୧୨ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ପ୍ରତିଥର ଭାରତ ପାକିସ୍ତାନକୁ ମାତ୍ ଦେଇଛି। ଭାରତର ପାକ୍ ବିରୋଧୀ ବିଜୟ ଅଭିଯାନ ୧୯୯୨ ବିଶ୍ଵ କପରୁ ଆରମ୍ଭ ହୋଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ବିରାଟ କୋହଲି ଏହି ମ୍ୟାଚ୍‌ର ମହତ୍ଵକୁ ବେଶ୍ ଭଲ ଭାବେ ଜାଣିଛନ୍ତି ଏବଂ ପୂରା ଶକ୍ତି ସହିତ ମଇଦାନକୁ ଓହ୍ଲାଇବ। ଦଳର ଶୀର୍ଷ ଏବଂ ମଧ୍ୟମ କ୍ରମ ପ୍ରାୟତଃ ସ୍ଥିର ହୋଇ ସାରିଛି ଏବଂ ଏଥିରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ଏ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଟି-୨୦ ବିଶ୍ଵ କପ୍‌ରେ ୫ ମ୍ୟାଚ୍ ଖେଳାଯାଇଛି ଏବଂ ସବୁ ମ୍ୟାଚ୍ ଭାରତ ଜିତିଛି।

ଭାରତୀୟ ଦଳ

ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ,  ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ଵର କୁମାର, ବରୁଣ ଚକ୍ରବର୍ତ୍ତୀ ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା।

ପାକିସ୍ତାନ ଦଳ

ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ଵାନ, ଫକର ଜମାନ, ମହମ୍ମଦ ହାଫିଜ, ସୋଏବ ମଲିକ, ଆସିଫ ଅଲ୍ଲୀ, ଇମାଦ ଓ୍ଵାସିମ, ଶାଦାବ ଖାନ, ଶାହିନ ଆଫ୍ରିଦି, ହସନ ଅଲ୍ଲୀ, ହରିଶ ରଉଫ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.