Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ଯେ କୌଣସି ସମୟରେ ପାକିସ୍ତାନ କରିପାରେ ଆଟାକ: ସୀମାରେ ସୈନ୍ୟ ସମେତ ଡାକ୍ତର ମୁତୟନ ସାଙ୍ଗକୁ ରାସନ ମହଜୁଦ କଲା ପାକ୍

13/09/2019 at 3:05 PM

ଇସ୍ଲାମାବାଦ୧୩|୯: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି।କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ବିଶ୍ବର ଶକ୍ତିଶାଳୀ ଦେଶର ଦ୍ବାରସ୍ଥ ହୋଇଥିଲା।ହେଲେ ସବୁ ବାଟ ବନ୍ଦ ହେବା ପରେ ପିଓକେ(ପାକିସ୍ତାନ ଅଧିକୃତ କାଶ୍ମୀର)ର ଲୋକଙ୍କୁ ଭାରତ ବିରୋଧରେ ପାକିସ୍ତାନ ଉସକାଇବା ପାଇଁ ଚେଷ୍ଟା କରିଥିଲା।

ସେଥିରେ ବିଫଳ ହେବା ପରେ ଆଫଗାନିସ୍ତାନ ସୀମାରେ ଥିବା ପାକ୍‌ ଯବାନଙ୍କୁ ପିଓକେ ସୀମାରେ ମୁତୟନ କରାଯାଇଛି।ଅନ ଲାଇନ ମିଡିଆ ମୁତାବକ, ପାକିସ୍ତାନର କିଛି ଯବାନଙ୍କୁ ଦୁକାଣ୍ଡିଆ ପିଓକେ ସୀମାରେ ମୁତୟନ କରାଯାଇଛି। ଏଥିସହ ପିଓକେ ସୀମାରେ ଡାକ୍ତର ଓ ରାସନ, ପାଣି ସମସ୍ତ ପ୍ରକାର ସୁବିଧା ମହଜୁଦ କରାଯାଉଛି।

ସୂଚନାଯୋଗ୍ୟ ଯେ, ପାକିସ୍ତାନର ଜଣେ ଯବାନଙ୍କ କହିବା ମୁତାବକ,  ଆଫଗାନିସ୍ତାନ ସୀମାରୁ ଯବାନଙ୍କୁ ବାହାର କରି ପିଓକେ ସୀମାରେ ମୁତୟନ କରାଯାଇଛି।ପୁଲଓ୍ବାମା ଆକ୍ରମଣ ପରଠାରୁ ଭାରତ ଓ ପାକିସ୍ତାନ ସୀମାରେ ହାଇଆଲର୍ଟ ଜାରି କରାଯାଇଛି।ପାକିସ୍ତାନର ସେନାର ପ୍ରବକ୍ତା ଆସିଫ୍‌ ଗଫୁର ଇସ୍ଲାମବାଦ୍‌ରେ  ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, କାଶ୍ମୀର ହେଉଛି ତାଙ୍କର।ଶେଷ ନିଃଶ୍ବାସ ପର୍ଯ୍ୟନ୍ତ କାଶ୍ମୀରକୁ ସେମାନେ ରକ୍ଷା କରିବେ।

ବିଶ୍ବ ଦରବାରରେ ପାକିସ୍ତାନ ଲଜ୍ଜିତ ହେବା ପରେ ଏ​‌ବେ ଆତଙ୍କବାଦୀଙ୍କ ସାହାର ନେଇ ଭାରତ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କରୁଛି।ପାକିସ୍ତାନ ନିୟନ୍ତ୍ରଣ ସୀମା(ଏଲଓସି) ଅଞ୍ଚଳରେ ବହୁ ଲଞ୍ଚ ପ୍ୟାଡ୍ ତିଆରି କରାଯାଇଛି।ପାଖାପାଖି ୨୭୫ ପସ୍ତୁନ ଓ ଆଫଗାନି ଆତଙ୍କବାଦୀ ଜମ୍ମୁ-କାଶ୍ମରରେ ପ୍ରବେଶ କରିବା ଚେଷ୍ଟା କରୁଛନ୍ତି ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁସାରେ, ଗୁରେଜ ସେକ୍ଟରରେ ୮୦ଟି ଆତଙ୍କୀ କ୍ୟାମ୍ପ ତିଆରି କରାଯାଇଛି। ସେହିପରି, ମଚ୍ଛଲରେ ୬୦,କାରନାହରେ ୫୦, କେରଣରେ ୪୦, ଉରୀରେ ୨୦, ନୌଗାନରେ ୧୫ ଓ ରାମପୁରରେ ୧୦ଟି ଆତଙ୍କବାଦୀ କ୍ୟାମ୍ପ ଗଠନ କରାଯାଇଛି।

   Related Posts