Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

ସତ କହିଲା ପାକିସ୍ତାନ : ଜାମ୍ମୁ କାଶ୍ମୀର ଭାରତର ବୋଲି ସ୍ୱୀକାର କଲା ପାକିସ୍ତାନୀ ଟିଭି ଚାନେଲ

8/06/2020 at 1:26 PM

ନୂଆଦିଲ୍ଲୀ ୦୮/୦୬ : କଥାରେ ଅଛି ସତ କେବେ ଲୁଚି ରହେନା | ଏମିତି ଏକ ଘଟଣା ପାକିସ୍ତାନୀ ଟିଭି ଚାନେଲ ପିଟିବି ସହ ମଧ୍ୟ ହୋଇଛି | ସବୁବେଳେ କାଶ୍ମୀର ପ୍ରସଙ୍ଗ ଉଠାଉଥିବା ପିଟିଭି, ପାକିସ୍ତାନ ଜନସଂଖ୍ୟା ଦର୍ଶାଇବାବେଳେ ଟିଭିରେ କାଶ୍ମୀରକୁ ଭାରତର ଅଂଶ ବୋଲି ଦର୍ଶାଇଛି | ସରକାରୀ ଟିଭିରେ ହୋଇଥିବା ଏହି ଭୁଲ ପରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଥିଲା | ଏହାପରେ ଲୋକ କାର୍ଯ୍ୟକ୍ରମର ସ୍କ୍ରିନସର୍ଟ ନେଇ ଇମ୍ରାନ ଖାନଙ୍କୁ ଟ୍ରୋଲ କରିଥିଲେ | ବର୍ତ୍ତମାନ ପିଟିଭି ସଫେଇ ଦେଇଛି ଯେ ଏହି ଭୁଲ କରିଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ | 

ପିଟିଭି ଏକ ବୟାନ ଜାରି କହିଛି ଯେ, ପିଟିଭି ପ୍ରବନ୍ଧନ ମାନବୀୟ ଭୁଲ ଯୋଗୁଁ ପାକିସ୍ତାନର ଭୁଲ ମାନଚିତ୍ର ଦେଖାଇଥିବା ହେତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ | ପିଟିଭିର ଏମଡି କହିଛନ୍ତି ଜେ, ତାଙ୍କ ସଂଗଠନ ଏହିଭଳି ଅପରାଧକୁ କ୍ଷମାର ଯୋଗ୍ୟ ବୋଲି ଭାବେନହିଁ | ସେ ଆଶ୍ୱାସନା ଦେଇଛନ୍ତି ଯେ, ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ପିଟିଭି ବୟାନ ପୂର୍ବରୁ ପାକିସ୍ତାନରେ ସୋସିଆଲ ମିଡ଼ିଆରେ ବହୁତ ହଙ୍ଗାମା ହୋଇଥିଲା | ଲୋକେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟ୍ରୋଲ କରିଥିଲେ | ଲୋକେ ଇମ୍ରାନ ସରକାରଙ୍କୁ ଏହି ଭୁଲର ଜବାବ ମାଗିବା ଆରମ୍ଭ କରିଥିଲେ | ଏହା ପୂର୍ବରୁ ଇମ୍ରାନ ଖାନଙ୍କ ଚୀନ ଯାତ୍ରା ସମୟରେ ମଧ୍ୟ ଏକ ବଡ ଭୁଲ ହୋଇଥିଲା | ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ ପାର୍ଟି ସ୍କୁଲରେ ଇମ୍ରାନ ଖାନଙ୍କ ଭାଷଣର ଲାଇଭ ପ୍ରସାରଣ ସମୟରେ ସ୍କିନରେ ପେଇଚିଙ୍ଗ ବଦଳରେ ଇଂରାଜୀ ଶବ୍ଦ ବେଗିଙ୍ଗ ଲେଖି ଦେଇଥିଲେ | ଏଥିପାଇଁ ମଧ୍ୟ ତାଙ୍କୁ ଭୁଲ ମାଗିବାକୁ ପଡିଥିଲା | ଏହି ଭୁଲ ପାଇଁ ଚୀନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲା | 

ସୂଚନାଯୋଗ୍ୟ ଯେ, ପାକିସ୍ତାନ କରୋନା ଭାଇରସ ପାଇଁ ତିଆରି କରିଥିବା ୱେବସାଇଟରେ ଦେଶର ଏକ ବିବାଦୀୟ ମାନଚିତ୍ର ଜାରି କରିଥିଲା ଯେଉଁଥିରେ PoK ଭାରତରେ ନଜର ଆସିଥିଲା | ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ନଜର ଏଥିରେ ପଡିଥିଲା | ଅସଲରେ ୱେବସାଇଟରେ ଭାରତର ରାଜନୈତିକ ମାନଚିତ୍ରକୁର ବ୍ୟବହାର କରିଥିଲା ଯେଉଁଥିରେ PoK  ଭାରତର ଅଂଶ ଦର୍ଶାଇଥିଲା |

   Related Posts