Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବହୁତ ସହିଲୁ ଏବେ ଆଉ ନୁହେଁ: ଚୀନ ବିରୋଧ ଲଢେଇରେ ଭାରତକୁ ସମର୍ଥନ କଲେ ଏହି ଅଞ୍ଚଳର ଲୋକ

26/06/2020 at 9:57 PM

ଗ୍ଲାସଗୋ ୨୬।୦୬: ଭାରତ ସହିତ ପୂର୍ବ ଲଦାଖରେ ଉତ୍ତେଜନାମୂଳକ ସ୍ଥିତି ଉତ୍ପନ କରୁଥିବା ଚୀନର ପରମ ମିତ୍ର ପାକିସ୍ତାନ ଭିତରେ ଭାରତୀୟ ସେନା ପ୍ରତି ସମର୍ଥନର ସ୍ଵର ଉଠିଛି। ପାକିସ୍ତାନ ଅଧିକୃତ କାଶ୍ମୀର(POK) ସହିତ ଗିଲଗିଟ୍-ବାଲିଷ୍ଟାନର ଲୋକ ଭାରତ ଯବାନଙ୍କ ପ୍ରତି ସମର୍ଥନ ବ୍ୟକ୍ତ କରିଛନ୍ତି।

୭୦ ବର୍ଷ ଅଲଗା ରହିଲୁ, ଏବେ ଆଉ ଚୁପ୍ ନୁହଁ

ଗ୍ଲାସଗୋରେ ନିର୍ବାସିତ ଜୀବନ ବିତାଉଥିବା ଅମଜଦ ଆୟୁବ ମିର୍ଜା କହିଛନ୍ତି ଯେ, ଭାରତୀୟ ସେନାକୁ ସମର୍ଥନ କରିବାକୁ ପ୍ରତିଜ୍ଞା କରୁଛୁ। ମୂଳତଃ ପିଓକେର ମିର୍ଜାପୁର ନିବାସୀ ମିର୍ଜା କହିଛନ୍ତି, ୭୦ ବର୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର ଓ ଗିଲଗିଟ୍ ବାଲିଷ୍ଟାନର ଲୋକଙ୍କୁ ଭାରତଠୁ ଅଲଗା ରଖାଯାଇଛି। ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟ କାରଣରୁ ଭାରତ ମୁସ୍କିଲ ସମୟ ଦେଇ ଗତି କରୁଛି। ଆମେ ନିରବ ହୋଇ ବସିବୁ ନାହିଁ ଏବଂ ଭାରତ ସହିତ କାନ୍ଧରେ କାନ୍ଧ ମିଶାଇ ଛିଡା ହେବୁ। ସେ ଏହା ମଧ୍ୟ କହିଛନ୍ତି, ଚୀନ ପାକିସ୍ତାନ ଓ ନେପାଳର କମ୍ୟୁନିଷ୍ଟ ପାର୍ଟି ସହିତ ମିଶି ଘୃଣିତ ଖେଳ ଖେଳୁଛନ୍ତି।

ବଡ ଭୁଲ୍ କରିଛି ଚୀନ, ୧୩୦ କୋଟିକୁ ଉସୁକାଇଛି

ମିର୍ଜା କହିଛନ୍ତି, ମୁଁ ନିଜ ପାଇଁ ଲଢିବି ଏବଂ ଯେଉଁଠି ବି ଭାରତୀୟ ସୈନିକଙ୍କ ପାଇଁ ରକ୍ତ ବହିତ ସେଠାରେ ଶତ୍ରୁ ସହ ମୁକାବିଲା କରିବୁ। ଚୀନ ବଡ ଭୁଲ କରିଛି ଏବଂ ଭାରତର ୧୩୦ କୋଟି ଜନତା ଓ ପିଓକେ-ଗିଲଗିଟ  ବାଲିଷ୍ଟାନରେ ରହୁଥିବା ଲୋକଙ୍କୁ ଉସୁକାଇଛି। ଯଦି ଆବଶ୍ୟକ ପଡେ ତେବେ ସେ ଭାରତୀୟ ସେନାରେ ଯୋଗ ଦେଇ ଶତ୍ରୁ ବିରୋଧରେ ଲଢିବେ।

ଉଲ୍ଲେଖଯୋଗ୍ୟ, ଜୁନ ୧୫ ରାତିରେ ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଚୀନ ଓ ଭାରତୀୟ ସୈନିକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ଭାରତର ୨୦ ଯବାନ ସହିଦ ହୋଇଥିଲେ। ଏହ ପରେ ଚୀନ ପଛକୁ ହଟିବାକୁ ସହମତି ହୋଇଥିଲେ ହେଁ ସଂଘର୍ଷ ପାଇଁ ଭାରତକୁ ଦାୟୀ କରିଥିଲା। ଓଲଟା ସାଟେଲାଇଟ୍‌ ଛବିରୁ ଜଣା ପଡିଲା ଚୀନ ଗଲଓ୍ଵାନରୁ ନିଜ ସୈନ୍ୟ ପ୍ରତ୍ୟାହାର କରି ନାହିଁ। ଚୀନର ଆକ୍ରମଣାତ୍ମକକୁ ବିପଦ ଦର୍ଶାଇ ଆମେରିକା ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରି ଏସିଆରେ ମୁତୟନ କରିବାକୁ କହିଛି।

   Related Posts