Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ପାକିସ୍ତାନରେ ଆଜି ପାଳନ ହେଲା କାଶ୍ମୀର ଆୱାର : ନାହିଁନଥିବା ହଇରାଣ ହେଲେ ଲୋକେ, ସୋସିଆଲ ମିଡିଆରେ ଇମ୍ରାନଙ୍କୁ କଲେ ଟାର୍ଗେଟ୍

30/08/2019 at 4:12 PM

ନୂଆଦିଲ୍ଲୀ ୩୦|୮: ପାକିସ୍ତାନରେ ଆଜି କାଶ୍ମୀର ଆୱାର ପାଳନ ବେଳେ ଲୋକେ ନାହିଁନଥିବା ହଇରାଣ ହୋଇଛନ୍ତି ।ଏହାକୁ ନେଇ ସେଠାରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

କାଶ୍ମୀରକୁ ସ୍ବାୟତ୍ତତା ପ୍ରଦାନ କରିବାକୁ ଦାବି କରି ପାକିସ୍ତାନରେ ପାଳନ ହେଲା କାଶ୍ମୀର ଆୱାର । ଆଜି ଦିନ ୧୨ଟା ବାଜିବା ବେଳେ ସାରା ଦେଶରେ ସାଇରନ୍‌ ବାଜି ଉଠିଥିଲା ।ପାକିସ୍ତାନର ସବୁ ସହରରେ ଟ୍ରାଫିକ୍‌ ସିଗନାଲ ଗୁଡ଼ିକରେ ନାଲି ଲାଇଟ୍‌ ଜଳି ଉଠିଥିଲା ।ଆଉ ଇସଲାମାବାଦର କନଷ୍ଟିଚ୍ୟୁସନ ଆଭେନ୍ୟୁରେ କାଶ୍ମୀରର ସ୍ବାୟତ୍ତତା ଦାବିରେ ସ୍ଲୋଗାନ ଦେଇ ପତାକା ଦେଖାଉଥିବା ଜନତାଙ୍କୁ ଉଦବୋଧନ ଦେଇଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ।

ପାକିସ୍ତାନ ସରକାର ତ କାଶ୍ମୀରର ସ୍ବାୟତ୍ତତା ପାଇଁ କାଶ୍ମୀର ଆୱାର ପାଳନ କରୁଛନ୍ତି ହେଲେ ସାଧାରଣ ପାକିସ୍ତାନୀ କିନ୍ତୁ ଏହାକୁ ନେଇ ଖୁବ୍ ଅସନ୍ତୁଷ୍ଟ ।ରାସ୍ତାରେ ହଠାତ୍ ଲୋକଙ୍କୁ ଅଟକାଇ ଦିଆଯିବାରୁ ଲୋକେ ଏହା ବିରୋଧରେ ସୋସିଆଲ ମିଡିଆରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।

କେହି ଜଣେ ଲେଖିଛନ୍ତି ଆପଣ ରାସ୍ତାରେ ତ ଆମକୁ ଅଟକାଇ ଦେଲେ ହେଲେ ମୋଦି ଆକାଶରେ ଆମ ଉପର ଦେଇ ଚାଲିଯାଉଛନ୍ତି । ସେହିପରି ସ୍କୁଲରୁ ପିଲାମାନଙ୍କୁ ବାହାର କରି କାଶ୍ମୀର ପାଇଁ ସ୍ଲୋଗାନ ଦେବାକୁ ବାଧ୍ୟ କରାଯିବା ନେଇ ଅନେକ ପାକିସ୍ତାନୀ ଅସନ୍ତୁଷ୍ଟ ।

ତେବେ ପାକିସ୍ତାନରେ ପ୍ରତି ସପ୍ତାହରେ କାଶ୍ମୀର ପାଇଁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯିବ ।ସେପ୍‌ଟେମ୍ବର ୨୭ରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜାତିସଂଘରେ ଅଭିଭାଷଣ ରଖିବା ପର୍ଯ୍ୟନ୍ତ ଏପରି ପ୍ରତିବାଦ ପ୍ରଦର୍ଶନ ଚାଲିବ ।

   Related Posts