ନିରାଶ ପାକିସ୍ତାନ ଆତଙ୍କବାଦୀଙ୍କ ଶରଣ ପଶିଲା- ଜୈଶ ମୁଖ୍ୟ ମାସୁଦ ଆଝାରକୁ ଜେଲ୍‌ରୁ କଲା ମୁକ୍ତ

Published By : Prameya-News7 Bureau | September 09, 2019 IST

ନୂଆଦିଲ୍ଲୀ ୯।୯- ଭାରତ ବିରୋଧି ଅଭିଯାନରେ ବିଶ୍ବସମୁଦାୟ ପାଖରୁ ନିରାଶ ହେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ଶରଣରେ ପଶିଛି ।  ଜୈଶ -ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ପାକିସ୍ତାନ ଜେଲରୁ ଛାଡିଦେଇଛି । କଡା ସୁରକ୍ଷା ମଧ୍ୟରେ ଏହି ଆତଙ୍କବାଦୀଙ୍କୁ ଜେଲରୁ ଛାଡିଛି ପାକିସ୍ତାନ । ସେପଟେ ଦେଶର ଦକ୍ଷିଣ ଉପକୂଳରେ କେତେକ ପରିତ୍ୟକ୍ତ ବୋଟ୍ ମିଳିଥିବାରୁ ସେହିବାଟ ଦେଇ କେତେକ ଆତଙ୍କବାଦୀ ଭାରତରେ ପଶିଥିବା ଆଶଙ୍କା କରାଯାଉଛି । ସେପଟେ ଜେନିଭାରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଦେଶ। 

{"id":155404}

ଏଣ୍ଡୁଆ ଦଉଡ଼ି ଶିଜୁ ବୁଦାକୁ ପାକ୍‌ ପ୍ରଧାନମନ୍ତ୍ରୀ ଦୌଡ଼ି ଦୌଡ଼ି  ଜୈଶ ପାଖକୁ। ଚାରିଆଡୁ ନିରାଶ ହେଲା ପାକିସ୍ତାନ ଆଉ ଶେଷରେ ଆତଙ୍କବାଦୀଙ୍କ ଶରଣରେ ହିଁ ପଶିଲା। ଯାହା ଅନୁମାନ କରାଯାଉଥିଲା। ଜୈଶ  -ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ଜେଲ୍‌ରୁ ଖଲାସ କଲା ପାକିସ୍ତାନ । ପ୍ରଶ୍ନ ଉଠୁଛି କାହିଁକି ମାସୁଦ୍‌ ଆଝାରକୁ ଛାଡିଲା ପାକିସ୍ତାନ ?  ଭାରତ ଭିତରେ ମାସୁଦ୍ ଦ୍ବାରା କୌଣସି ଆତଙ୍କୀ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଏଭଳି କରିଛି କି ପାକିସ୍ତାନ

{"id":155405}

ସେପଟେ ଦେଶରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ଆସିଛି ଗୁଇନ୍ଦା ରିପୋର୍ଟ । କାରଣ ଦକ୍ଷିଣ ଉପକୂଳ ଦେଇ କେତେକ ଆତଙ୍କବାଦୀ ପଶିଥିବା ଖବର ଆସିଛି । ସାର କ୍ରିକ୍‌ ଠାରେ କିଛି ପରିତ୍ୟକ୍ତ ଡଙ୍ଗା ମିଳିଥିବାରୁ ସେହିବାଟ ଦେଇ ଆତଙ୍କବାଦୀ ଦେଶକୁ ପଶିଥିବା ସଂଦେହ କରାଯାଉଛି । ତେଣୁ ଦେଶର ଦକ୍ଷିଣ ଭାଗରେ ଏଥିପାଇଁ ସେନାକୁ ଆଲର୍ଟ ରଖାଯାଇଛି । ସେହିଭଳି କୁପୱାରା ଅଞ୍ଚଳରେ କେତେକ ଆତଙ୍କବାଦୀ ପଶୁଥିବା ବେଳେ ଏହାକୁ ପଣ୍ଡ କରିଛି ଭାରତୀୟ ସେନା । ଯାହା ଭିଡିଓ ଜାରି କରିଛି ଭାରତୀୟ ସେନା ।  ଦେଖନ୍ତୁ ଏ ହେଉଛି ସେହି ଭିଜୁଆଲ। ଏଠାରେ ପାକିସ୍ତାନ ପତାକା ଉଡୁଛି। ଆଉ ଏଲଓସି ପାଖରେ ହିଁ ପଡ଼ିଛି ଆତଙ୍କବାଦୀ  ଯେଉଁମାନଙ୍କୁ ପାକିସ୍ତାନର ବର୍ଡର ଆକ୍ସନ ଟିମ୍‌ ପଠାଇଥିଲା। ୪ଟି ମୃତ ଶରୀର ପଡ଼ିଛି।

{"id":155406}

ସେପଟେ ଜେନେଭାରେ ଜାତିସଂଘ ସାଧାରଣ ପରିଷଦ ବୈଠକରେ କାଶ୍ମୀର ପ୍ରସଙ୍ଗ ଉଠିଛି। ଜାତିସଂଘର ମାନବାଧିକାର ମୁଖ୍ୟ କାଶ୍ମୀର ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି । କାଶ୍ମୀରରେ ଲାଗିଥିବା କର୍ଫ୍ୟୁ କୋହଳ କରିବା ସହ ଲୋକଙ୍କ ଅଧିକାରୀକୁ ସମ୍ମାନ ଦେବାକୁ ଭାରତକୁ ଅପିଲ୍ କରିଛନ୍ତି ।

{"id":155407}

ତେବେ ପାକିସ୍ତାନର ହୀନ ଚକ୍ରାନ୍ତର ଜବାବ ଦେବାକୁ ଯାଉଛି ଭାରତ ।   ପାକିସ୍ତାନର ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ଅଜୟ ବିସରିଆ ଏବଂ ବୈଦେଶିକ ମନ୍ତ୍ରାଳୟ ସଚିବ ଙ୍କ ସହ ବିଭିନ୍ନ ଦେଶର ପ୍ରତିନିଧି ଏକାଠି ଆଲୋଚନା କରିଛନ୍ତି ।

{"id":155408}

ବିଶେଷକରି କାଶ୍ମୀରରେ ମାନବାଧିକାର ଉଲଂଘନ ହେଉଥିବା ନେଇ ପାକିସ୍ତାନ ଯେଉଁ ଅପପ୍ରଚାର ଚଳାଉଛି ସେନେଇ ବୈଠକରେ ଆଲୋଚନା ହୋଇଛି । ସେପଟେ ଜାତିସଂଘ ଜେନିଭା  ବୈଠକ ସାମ୍ନାରେ ବିକ୍ଷୋଭ କରିଛନ୍ତି ବେଲୁଚ ନାଗରିକ। ବେଲୁଚିସ୍ତାନରେ ପାକିସ୍ତାନ ମାନବାଧିକାର ଉଲ୍ଲଂଘନ କରୁଥିବା ନେଇ ସେମାନେ ବିକ୍ଷୋଭ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.