କେବଳ ଆତଙ୍କକୁ ସମର୍ଥନ ଲାଗି ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଏବେ ଏକାକୀ ହୋଇପଡିଛି ପାକ୍: ଆମେରିକା ଥିଙ୍କ୍ ଟ୍ୟାଙ୍କ୍
22/01/2020 at 7:34 PM

ୱାସିଂଟନ : କାଶ୍ମୀରକୁ ନେଇ ପାକିସ୍ତାନ ଏବେ ଖୁବ୍ ବାଡେଇ କଚାଡି ହେଉଛି, ହେଲେ ତା କଥାକୁ ଏବେ କେହି ଗୁରୁତ୍ୱ ଦେଉ ନାହାନ୍ତି। ଏକ ଆମେରିକୀୟ ଥିଙ୍କ ଟ୍ୟାଙ୍କ ଏହା କହିଛି। ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଭାରତର ନିଷ୍ପତ୍ତିକୁ ବିରୋଧ ଲାଗି ପାକିସ୍ତାନ ନିକଟରେ ଏବେ ସେଭଳି କୌଣସି ବିକଳ୍ପ ନଥିବା ବା ସୀମିତ ବିକଳ୍ପ ଥିବା କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ( ସିଆରଏସ) ରିପୋର୍ଟରେ ବିଶେଷଜ୍ଞମାନେ କହିଛନ୍ତି। କାରଣ ଆତଙ୍କବାଦକୁ ସମର୍ଥନ କରୁଥିବାରୁ ପ୍ରସଙ୍ଗରେ ଏବେ ପାକିସ୍ତାନର ଛବି ମଧ୍ୟ ଖରାପ।

୬ ମାସରୁ ବି କମ୍ ସମୟରେ ସିଆରଏସ୍ ଦ୍ୱିତୀୟ ରିପୋର୍ଟ ଜାରି କରିଛନ୍ତି। ଏଥିରେ ସୈନ୍ୟ ବଳରେ ଭାରତର ମୁକାବିଲା ଲାଗି ପାକ୍ ସମର୍ଥ ନଥିବା ବିଶେଷଜ୍ଞମାନେ କହିଛନ୍ତି। ଏଣୁ ପାକିସ୍ତାନ ନିକଟରେ କୁଟନୀତି ହିଁ ଦ୍ୱିତୀ ବିକଳ୍ପ ଥିଲା। ହେଲେ ଆତଙ୍କବାଦ ସମର୍ଥନ ଯୋଗୁ ତା କଥା ଉପରେ ଏବେ କେହି ଗୁରୁତ୍ୱ ବି ଦେଉ ନାହାନ୍ତି।

୧୩ ଜାନୁୟାରରୀରେ ସିଆରଏସଙ୍କ ଏହି ରିପୋର୍ଟରେ ଅଗଷ୍ଟ ୫ ତାରିଖ ପରେ କୂଟନୈତିକ ରୂପେ ପାକିସ୍ତାନ ଏକାକୀ ହୋଇଯାଇଥିବା ଦେଖାଯାଇଛି। ତେବେ ପ୍ରସଙ୍ଗରେ ପାକିସ୍ତାନକୁ ତୁର୍କି ସମର୍ଥନ କରିବ ବୋଲି କହିଥିଲା। ହେଲେ ତାହା ବି ଏବେ ସ୍ପଷ୍ଟ ଜଣାପଡୁ ନାହିଁ। ଏଥିରେ ଚୀନ ମଧ୍ୟ ପାକିସ୍ତାନ ସପକ୍ଷରେ ଆସୁଛି। ହେଲେ ମାନବାଧିକାର ପ୍ରସଙ୍ଗରେ ତାର ସ୍ଥିତି ମଧ୍ୟ ସଙ୍ଗିନ। ଏହା ସତ୍ତ୍ୱେ ଚୀନ ଜାତିସଂଘ ସୁରକ୍ଷା ପରିଷଦର ବନ୍ଦ ଦ୍ୱାର ବୈଠକରେ ପାକିସ୍ତାନ ଲାଗି ପ୍ରସଙ୍ଗ ଉତ୍ଥାପନ କରି ଚାଲିଛି। ହେଲେ ଏହାର କୌଣସି ନିଷ୍କର୍ଷ ହୋଇପାରୁନି। ଏଣୁ ବୈଠକର ବୟାନ ମଧ୍ୟ ଜାରି କରାଯାଉନଥିବା ସିଆରଏସ୍ ରିପୋର୍ଟରେ କୁହାଯାଇଛି।

ତେବେ ପ୍ରସଙ୍ଗରେ ଭାରତ ସହ ଆମେରିକାର ପ୍ରଗାଢତା ବଢିଛି। ଗତ କିଛି ଦଶକ ହେଲା ଏ ନେଇ ୱାସିଂଟନ ଓ ଭାରତ ସମ୍ପର୍କ କ୍ରମଶଃ ଦୃଢ ହେଉଥିବା ଦେଖାଯାଇଛି। ଆମେରିକା ପ୍ରସାଙ୍ଗର ସମାଧାନ ଦୁଇ ଦେଶ ମିସି କରନ୍ତୁ ବୋଲି କହିଆସୁଛି। ତେବେ ମାମଲାରେ ଭାରତ ପ୍ରତି ଆମେରିକାର ବିଶ୍ୱାସ ବଢିଛି।