Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଟିଏ ରାତିରେ ୨ଟି ଘରୁ ଲୁଟ୍, ନେଇଗଲେ ୬ ଭରି ସୁନା ଓ ଲକ୍ଷାଧିକ ଟଙ୍କା
  • ||
  • ଉଦ୍ଧାର ହେଲା ବିରାଟ ହରିଣ, ଓଜନ ୧ କ୍ୱିଣ୍ଟାଲ, ପେଟରେ ଗଭୀର କ୍ଷତ
  • ||
  • ସୁବର୍ଣ୍ଣପୁର : ରାସ୍ତା କଡରେ ପଡି କାନ୍ଦୁଥିଲା ନବଜାତ ଶିଶୁ, ଉଦ୍ଧାର କଲେ ଦମ୍ପତ୍ତି
  • ||
  • ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ, SCBରେ ହାଇରଦରକୁ ଭେଟିଥିଲା ୟାକୁବ
  • ||
  • ଚମକ ହରାଉଛି ସୁନା : ପୁଣି କମିଲା ଦାମ୍, ୧୦ ହଜାର ଟଙ୍କା ହେଲାଣି ଶସ୍ତା
  • ||
  • ଗଜପତି : ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍
  • ||
  • ନୀଳଗିରି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଚାନ୍ଦବାଲି : ମାସ୍କ ଚେକିଂ ନାଁରେ ୨ ଯୁବକଙ୍କୁ ଗୁଡେଇ ତୁଡେଇ ପିଟିଲା ପୋଲିସ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍
  • ||
  • ଜଳେଶ୍ବର : ଓଭରବ୍ରିଜ୍ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିଲା ବୋଲେରୋ, ୬ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୨୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

pok ସମ୍ପର୍କରେ ଜେନେରାଲ ରାବତଙ୍କ ବଡ ବୟାନ, କହିଲେ ଆତଙ୍କବାଦୀଙ୍କ ନିୟନ୍ତ୍ରଣରେ ରହିଛି ଭୂଖଣ୍ଡ

25/10/2019 at 8:11 PM

ନୂଆଦିଲ୍ଲୀ:  ପାକ୍ ଅଧିକୃତ କାଶ୍ମୀର (ପିଓକେ) ସମ୍ପର୍କରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାବତ ଶୁକ୍ରବାର ବଡ ବୟାନ ଦେଇଛନ୍ତି। ଏହି ବିସ୍ତୃତ ଭୂଖଣ୍ଡକୁ ପାକିସ୍ତାନ ସରକାର ନୁହଁନ୍ତି ଆତଙ୍କବାଦୀଙ୍କ ଦ୍ୱାରା ନିୟନ୍ତ୍ରିତ କରାଯାଉଛି ବୋଲି କହିଛନ୍ତି । ଏଣୁ ପିଓକେକୁ ଏବେ ଆତଙ୍କବାଦ ନିୟନ୍ତ୍ରିତ ଦେଶ ଅଥବା ଆତଙ୍କବାଦୀ ନିୟନ୍ତ୍ରିତ ପାକିସ୍ତାନର ଏକ ଅଂଶ କୁହାଯାଇପାରେ ବୋଲି ଜେନେରାଲ ରାବତ ‘କାରିଆପ୍ପା ମେମୋରିଆଲ ଲେକ୍ଚରରେ’ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ସେ କହିଛନ୍ତି ଯେ ‘ଯେତେବେଳେ ଆମେ ଜମ୍ମୁ-କାଶ୍ମୀର କହୁଛେ, ସେତେବେଳେ ଏହା ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀର ରାଜ୍ୟକୁ ସଚିତ କରୁଛି। ଯେଉଁଥିରେ ଆଜାଦ କାଶ୍ମୀର(ପିଓକେ), ବାଲତିସ୍ତାନ ଓ ଗିଲଗିଟ ମଧ୍ୟ ସାମିଲ ରହିଛି’। ଏଣୁ ପିଓକେ ଓ ବାଲତିସ୍ତାନ ଏକ ନିୟନ୍ତ୍ରିତ କ୍ଷେତ୍ରରେ ପରିଣତ ହୋଇଛି। ଯାହାକୁ ପଶ୍ଟିମ ପଡୋଶୀ ଜାଲିଆତି କରି ମାଡିବସିଛନ୍ତି।

ରାବତ କହିଛନ୍ତି ଯେତେବେଳେ ସମ୍ବିଧାନର ଅନୁଚ୍ଛେଦ ୩୭୦ର ଅସ୍ଥାୟୀ ପ୍ରତ୍ୟାହର ଲାଗି ନିଷ୍ପତ୍ତି ହେଲା ସେତେବେଳେ ସମସ୍ତେ ନିରବ ରହିଲେ। ହେଲେ ଏଥିରେ ପାକିସ୍ତାନ ଏତେ ବିଚଳିତ ହେବର କାରଣ କଣ ବୋଲି ରାବତ ପ୍ରଶ୍ନ କରିଛନ୍ତି। ବାସ୍ତବରେ ପାକିସ୍ତାନ କାଶ୍ମୀରରେ ସ୍ଥାୟୀ ଶାନ୍ତି ଚାହୁଁ ନଥିବା ସ୍ଥଳ ସେନାଧ୍ୟକ୍ଷ କହିଛନ୍ତି। ତେବେ ଭାରତୀୟ ସେନାକୁ ଖୁବ୍ ଶୀଘ୍ର ଆମେରିକୀୟ ‘ସିଗ୍ ସର’ ରାଇଫଲରେ ସଜ୍ଜିତ କରାଯିବ ବୋବିଲ ରାବତ କହିଛନ୍ତି। ଯାହା ଚଳିତବର୍ଷ ଶେଷ ସୁଦ୍ଧା ଭାରତୀୟ ସେନାକୁ ମିଳିଯିବ ବୋଲି କହିଛନ୍ତି ରାବତ। ଏହି ଅବସରରେ ସେ ସିୟାଚେନ ଗ୍ଲେସିୟର ସ୍ମାରକରେ ଏକ ଡାକଟିକେଟ୍ ଜାରି କରିଛନ୍ତି।

   Related Posts