Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପରମାଣୁ ଚୁକ୍ତିକୁ ମାନିବ ନାହିଁ ପାକିସ୍ତାନ, କହିଲା-‘ଆମେ ସର୍ତ୍ତ ମାନିବାକୁ ବାଧ୍ୟ ନୁହେଁ’

30/01/2021 at 12:57 PM

ଇସ୍‌ଲାମାବାଦ, ୩୦/୧: ପରମାଣୁ ଅସ୍ତ୍ରକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡ଼ିଛି । ଏହି ଅସ୍ତ୍ରର ନିର୍ମାଣ ଉପରେ ଲଗାମ୍‌ ରଖିବା ପାଇଁ ବିଶ୍ୱ ସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଦେଶମାନଙ୍କୁ ନେଇ ଗଠିତ ମଞ୍ଚମାନଙ୍କରେ ଏନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

ପାକିସ୍ତାନ ଏହି ପରମାଣୁ ଅସ୍ତ୍ର ନିଷେଧ ସମ୍ବନ୍ଧୀୟ ଚୁକ୍ତିକୁ ମାନିବାକୁ ମନା କରିଦେଇଛି । ଶୁକ୍ରବାର ଏନେଇ ପାକିସ୍ତାନ କହିଛି ଯେ, ସେ ଏହି ଚୁକ୍ତିକୁ ମାନିବାକୁ ବାଧ୍ୟ ନୁହେଁ । କାରଣ ଏହି ଚୁକ୍ତି ସମସ୍ତ ହିତାଧିକାରୀଙ୍କ ହିତକୁ ଧ୍ୟାନରେ ରଖିବା ପାଇଁ ବିଫଳ ହୋଇଛି । ପରମାଣୁ ଅସ୍ତ୍ରକୁ ନେଇ ଏଇ ଚୁକ୍ତି ଜାନୁଆରୀ ୨୨ ତାରିଖରୁ ଲାଗୁ କରାଯାଇଛି ।  ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ଆଡ଼କୁ ଆମେରିକା, ଜାପାନର ହିରୋସୀମା ଏବଂ ନାଗାସାକି ସହରରେ ପରମାଣୁ ବମ୍‌ ପକାଇଥିଲା । ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ସେବେଠାରୁ ଅଭିଯାନ ଆରମ୍ଭ ହୋଇଥିଲା । ତେବେ କିଛିଦିନ ତଳେ ଏହା ଲାଗୁ ହୋଇଥିଲା ।

ଏହି ଚୁକ୍ତିକୁ ନେଇ କେତେକ ରାଷ୍ଟ୍ର ଐତିହାସିକ ନିଷ୍ପତ୍ତି ବୋଲି କହିବା ସହିତ ଏହାର ସ୍ୱାଗତ କରିଥିଲେ । କିନ୍ତୁ ଏହି ଚୁକ୍ତିନାମାକୁ ଆମେରିକା, ଚୀନ୍, ଋଷ, ବ୍ରିଟେନ ଏବଂ ଭାରତ ସମେତ ବିଶ୍ୱର ଆଣବିକ ସଶସ୍ତ୍ର ରାଷ୍ଟ୍ର ବିରୋଧ କରିଥିଲେ । ଜାପାନ ମଧ୍ୟ ଏହି ଚୁକ୍ତିନାମାକୁ ସମର୍ଥନ କରିନଥିଲା। ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଜୁଲାଇ ୨୦୧୭ରେ ଗ୍ରହଣ କରାଯାଇଥିବା ଏହି ଚୁକ୍ତିନାମାକୁ ଜାତିସଂଘର ନିରସ୍ତ୍ରୀକରଣ ବାର୍ତ୍ତା ମଞ୍ଚର ବିନା ଅନୁମତିରେ ବୁଝାମଣା କରାଯାଇଛି । ବିବୃତ୍ତି ଅନୁଯାୟୀ, ପାକିସ୍ତାନ ଏହି ଚୁକ୍ତିରେ ଥିବା କୌଣସି ବାଧ୍ୟତାମୂଳକ ବନ୍ଧନରେ ଆବଦ୍ଧ ନୁହେଁ ବୋଲି ସୂଚିତ କରାଯାଇଛି।

   Related Posts