ଗୋଟିଏ ତୀରରେ ଅନେକ ଶିକାର ଯୋଜନାରେ ପାକିସ୍ତାନ, ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କଲା

Published By : Prameya-News7 Bureau | August 29, 2019 IST

କାଶ୍ମୀର  ପ୍ରସଙ୍ଗରେ ବିଶ୍ୱରୁ ମିଳଲାନି ସହାୟତା,ଗଜନବି କ୍ଷେପଣାସ୍ତ୍ର ପରୀକ୍ଷା କଲା ପାକିସ୍ତାନ

ଇସଲାମାବାଦ - କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ  ବିଶ୍ୱ ସମୁଦାୟରୁ କୌଣସି ସହାୟତା ମିଳି ନାହିଁ । ଏହାପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌  ପରମାଣୁ ଯୁଦ୍ଧ ଧମକ ଦେଇଥିବା ବେଳେ ଅନ୍ୟ ମନ୍ତ୍ରୀମାନେ ବି ଯୁଦ୍ଧର ମାସ ବିଷୟରେ ଘୋଷଣା କରିସାରିଲେଣି । ଏବେ ପାକିସ୍ତାନରେ ଆର୍ଥକ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ  ପାକିସ୍ତାନ ଗୁରୁବାରରେ ଗଜନବୀ(ହଲ୍ଫ-୩) କ୍ଷେପଣାସ୍ତ୍ରକୁ ପରୀକ୍ଷା କରିଛି  । ଏହା ଚୀନ୍‌ ନିର୍ମିତ ଏମ୍‌-୧୧ର ପାକିସ୍ତାନ ସଂସ୍କରଣ । ଏହି କ୍ଷେପଣାସ୍ତ୍ର ମାତ୍ର ୨୯୦ କିଲୋମିଟର ଲକ୍ଷ୍ୟ ଭେଦର କ୍ଷମତା ରଖିଛି । ଏହି କ୍ଷେପଣାସ୍ତ୍ର ପରୀକ୍ଷା କରି ପାକିସ୍ତାନ ଗୋଟିଏ ତୀରରେ ଅନେକ ଶିକାର କରିବା ପାଇଁ ଲକ୍ଷ୍ୟ ରଖିଛି ।

{"id":150559,"width":571,"height":380}

ପ୍ରଥମେ ପାକିସ୍ତାନର ଅର୍ଥନୀତି ଭୁଶୁଡି ପଡିଥିବା ବେଳେ ଏବେ  ମହଙ୍ଗା ମାଡରେ ପାକିସ୍ତାନୀ ଘାଣ୍ଟି ହେଉଛନ୍ତି । ଏଥିରୁ ଦୃଷ୍ଟି ହଟାଇବା ପାଇଁ ସେ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ।

କ୍ଷେପଣାସ୍ତ୍ର ପରୀକ୍ଷା କରି ଯୁଦ୍ଧର ସ୍ଥିତି ହୋଇଛି ବୋଲି ବିଶ୍ୱ ସମୁଦାୟକୁ ଜଣାଇବା ପାଇଁ ଚେଷ୍ଟା କରି ଆତଙ୍କବାଦରୁ ଦୃଷ୍ଟି ହଟାଇବା ପାଇଁ ଉଦ୍ୟମ କରିଛି ।

ପାକିସ୍ତାନ ସେନାର ମୁଖପାତ୍ର ମେଜର ଜେନେରାନ୍‌ ଆସିଫ୍‌ ଗଫୁର ଗୁରୁବାରରେ ଏହି କ୍ଷେପଣାସ୍ତ୍ର ପରୀକ୍ଷଣ ଭିଡିଓ ପୋଷ୍ଟ କରିଥିଲେ । ପାକିସ୍ତାନ  ରାତିରେ ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟ ଭେଦ କରାଯାଇ ପାରୁଥିବା  ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । କରାଚୀ ନିକଟରେ ଥିବା ସୋନମିୟାନ ନିକଟରେ ଏହାକୁ ପରୀକ୍ଷା କରାଯାଇଥିବା ସେ ସୂଚନା ଦେଇଛନ୍ତି ।

{"id":150560,"width":568,"height":425}

ପାକିସ୍ତାନ ନିଜ ଅର୍ଥନୈତିକ ମାନ୍ଦାବସ୍ଥାରୁ ପାକିସ୍ତାନୀ ନାଗରିକଙ୍କ ଧ୍ୟାନ ହଟାଇବା ପାଇଁ ଏହି ପରୀକ୍ଷଣ କରିଛି  ବୋଲି ଅନେକ ପ୍ରତିରକ୍ଷା ବିଶେଷଜ୍ଞ ମତ ଦେଇଛନ୍ତି ।

{"id":150561}

ଏବେ ପାକ୍‌ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ସବୁ କ୍ଷେତ୍ରରେ ବିଫଳ ହେବାପରେ ଲୋକଙ୍କ ଧ୍ୟାନ ହଟାଇବା ପାଇଁ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିବା ପାକିସ୍ତାନର ପ୍ରତିରକ୍ଷା ବିଶେଷଜ୍ଞ କମର ଆଗା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.