ଟି -୨୦ ବିଶ୍ବକପ : ପ୍ରଥମ ଇଂନିସରେ ଆଫଗାନିସ୍ତାନ ୧୪୭/୬, ଗୁଲାବୁଦ୍ଦିନ ନଇବଙ୍କ ବିସ୍ଫୋରକ ବ୍ୟାଟିଂ, ପାକିସ୍ତାନକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | October 29, 2021 IST

ଦୁବାଇ ୨୯/୧୦ : ବିଶ୍ବକପ ଟ୍ବେଣ୍ଟି ଟ୍ବେଣ୍ଟିରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଏବଂ ଆଫଗାନିସ୍ତାନ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୪୭ ରନ । ପାକିସ୍ତାନକୁ ଜିତିବାକୁ ହେଲେ ୧୪୮ ରନ କରିବାକୁ ହେବ । ପାକ୍‌ର ଶାଣିତ ବୋଲିଂକୁ ସାମ୍ନା କରି ଫାଇଟିଂ ଟୋଟାଲ ସ୍କୋର କରିବାରେ ସକ୍ଷମ ହୋଇଛି ଆଫଗାନିସ୍ତାନ ।

ଆଫଗାନିସ୍ତାନ ପକ୍ଷରୁ ଅଧିନାୟକ ମହମ୍ମଦ ନବୀ ଏବଂ ଗୁଲାବୁଦ୍ଦୀନ ନଇବ ଶେଷରେ ଦମଦାର ବ୍ୟାଟିଂ କରିଛନ୍ତି । ଉଭୟ ୮ ଓ୍ବିକେଟ ପାଇଁ ୭୦ ରନର ପାର୍ଟନରସିପ୍‌ କରିଛନ୍ତି । ଓପନର ହଜତୁଲ୍ଲା ଜାଜାଇ ଖାତା ଖୋଲିବାରେ ସକ୍ଷମ ହୋଇନଥି​ଲେ । ମହମ୍ମଦ ସେହଜାଦ ୮ରନ କରି ଆଉଟ ହୋଇଥିବା ବେଳେ, ଗୁରବାଜ୍‌ ୧୦, ଅସଗର ଅଫଗାନ୍‌ ୧୦, କରିମ୍‌ ଜନ୍ନତ ୧୫, ନଜୀବୁଲ୍ଲା ଜାଦରନ୍‌ ୨୨ ରନ କରି ଆଉଟ ହୋଇଛନ୍ତି । ମହମ୍ମଦ ନବୀ ଏବଂ ଗୁଲାବୁଦ୍ଦୀନ ନଇବ ୩୫ ରନ କରି ଅପରାଜିତ ଅଛନ୍ତି ।

ପାକିସ୍ତାନ ପକ୍ଷରୁ ସାହିନ ଆଫ୍ରିଦୀ ୪ ଓଭରରେ ୨୨ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ଇମାଦ ଓ୍ବାସିମ୍‌ ୪ ଓଭରରେ ୨୫ ରନ ୨ ଓ୍ବିକେଟ୍, ହାରିଫ୍‌ ରୌଫ୍‌ ୪ ଓଭରରେ ୩୭ରନ ୧ ଓ୍ବିକେଟ, ହାସନ ଅଲ୍ଲୀ ୪ ଓଭରରେ ୩୮ ରନ ୧ ଓ୍ବିକେଟ ଏବଂ ସଦାବ ଖାନ ୪ ଓଭରରେ ୨୨ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.