Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଭାରତକୁ ଶରଣ ଭିକ୍ଷା କରିଛନ୍ତି ପାକିସ୍ତାନୀ ଏମକ୍ୟୁଏମ ନେତା, ପ୍ରଧାନମନ୍ତ୍ରୀଙ୍କୁ କରିଛନ୍ତି ଏପରି ଗୁହାରୀ

17/11/2019 at 8:09 PM

ଲଣ୍ଡନ: ପାକିସ୍ତାନ ମୁତ୍ତାହିଦା କ୍ୱାମୀ ମୁଭମେଣ୍ଟ (ଏମକ୍ୟୁଏମ) ନେତା ଅଲତାଫ ହୁସୈନ ଶେଷରେ ଭାରତର ଶରଣାପନ୍ନ ହୋଇଛନ୍ତି।  ପାକ୍ ସଂସଦରେ ପାର୍ଟିର ଏବେବି ୨୫ ଜଣ ସାଂସଦ ଅଛନ୍ତି। ତେବେ ପାର୍ଟି ଓ ଲଣ୍ଡନରେ ରହୁଥିବା ଏହାର ନେତାଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯାଇଛି। ଅଲତାଫଙ୍କ ବିରୋଧରେ ବ୍ରିଟେନର କ୍ରାଉନ ପ୍ରୋସିକ୍ୟୁସନ ସର୍ଭିସେସ୍ ଅଭିଯୋଗ ଆଣିଥିବା ବେଳେ ଆସନ୍ତା ୨୦୨୦ ମସିହାରେ ତାଙ୍କ ବିରୋଧରେ କୋର୍ଟରେ ମୋକଦ୍ଦମା ଚାଲିପାରେ। ଏଥିଲାଗି ଏବେ ତାଙ୍କର ବିଦେଶ ଗସ୍ତ ଉପରେ କଟକଣା ଜାରି ହୋଇଥିବା ବେଳେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ରାଜନୈତିକ ଶରଣ ଭିକ୍ଷା କରିଛନ୍ତି।

ଏମକ୍ୟୁଏମ ପାକିସ୍ତାନରେ ମୁହାଜିରଙ୍କ ସ୍ୱାର୍ଥ୍ୟ ଲାଗି ଲଢୁଥିବା ଏକ ରାଜନୈତିକ ସଙ୍ଗଠନ। ୧୯୮୪ ମସିହାରୁ ଦେଶରେ ଏହି ସଙ୍ଗଠନ କାର୍ଯ୍ୟ କରୁଥିବା ବେଳେ ୧୯୯୨ ମସିହାରେ ତତ୍କାଳୀନ ବେନଜିର ହୁସେନ ସରକାର କରାଚୀକୁ ସେନା ପଠାଇ ଏମକ୍ୟୁଏମ୍ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କୁ ଦମନ କରିଥିଲେ। ତେବେ ସେତେବେଳେ ଦଳର ନେତା ଅଲତାଫ ହୁସୈନ ଦେଶରୁ ଖସି ବ୍ରିଟେନ ପଳାଇଥିଲେ। ୨୦୦୨ ମସିହାରେ ସେ ବ୍ରିଟିଶ ନାଗରିକତା ହାସଲ କରିଥିବା ବେଳେ ସେହିଠାରେ ରହି ଦେଶରେ ତାଙ୍କ ସଙ୍ଗଠନର ଗତିବିଧି ସଞ୍ଚାଳନ କରିଆସୁଛନ୍ତି।

ତେବେ ୨୦୦୬ ମସିହାରେ ଅଲତାଫଙ୍କ  ସଙ୍ଗଠନକୁ କାନାଡା ଫେଡେରାଲ କୋର୍ଟ ଆତଙ୍କବାଦୀ ଘୋଷଣା କରିଥିବା ବେଳେ ଏବେ ବ୍ରିଟେନରେ ବି ହୁସୈନଙ୍କ ବିରୋଧରେ ଏହି ଭଳି କାରଣ ଯୋଗୁ ମୋକଦ୍ଦମା ଚାଲିବ। ତେବେ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଶରଣ ଭିକ୍ଷା କରିଛନ୍ତି। ତାଙ୍କୁ ଦେଶରେ ରାଜନୈତିକ ଶରଣ ପ୍ରଦାନ କରନ୍ତୁ ଅଥବା ଆର୍ଥିକ ସହାୟତା ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ପତ୍ରରେ ଭାରତରେ ତାଙ୍କ ପିତା, ମାତା ଓ ପରିବାର ଲୋକେ କବର ନେଇଛନ୍ତି। ସେହିମାନଙ୍କ ସହ ରହିବାକୁ ଚାହାନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।  

ପାକିସ୍ତାନ ଗଠନ ପରେ ଯେଉଁ ଭାରତୀୟମାନେ ସେଠାକୁ ଚାଲିଯାଇଥିଲେ ସେଠାରେ ଏପର୍ଯ୍ୟନ୍ତ ସେମାନଙ୍କୁ ନାଗରିକର ମାନ୍ୟତା ମିଳି ନାହିଁ। ଫଳରେ ସେମାନେ ପୁଣି ଭାରତ ଫେରିପାରିନଥିବା ବେଳେ ପାକିସ୍ତାନରେ ମୋହାଜିର ପାଲଟିଯାଇଛନ୍ତି। ସେମାନଙ୍କ ସ୍ୱାର୍ଥଲାଗି ଏମକ୍ୟୁଏମ୍ ଲଢେଇ କରୁଥିବା ବେଳେ ଦେଶର ଏକ ମଜଭୁତ ରାଜନୈତିକ ଦଳରେ ମଧ୍ୟ ପରିଣତ ହୋଇଛି । ଦେଶରେ ସରକାରଙ୍କୁ ନାକେଦମ କରି ରଖିଥିବା ଏହି ଦଳର ନେତା ଏବେ ଦେଶର ରାଜନୈତିକ ଷଡଯନ୍ତ୍ରର ଶିକାର ହୋଇଛନ୍ତି ।

   Related Posts