Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ଭାରତକୁ ଯୁଦ୍ଧ ଧମକ ଦେଉଥିବା ପାକ୍ ଏବେ ମୁହାଁଇଛି ଗୃହ ଯୁଦ୍ଧକୁ , ଜାଣନ୍ତୁ କାରଣ

1/09/2019 at 3:56 PM

ଇସ୍ଲାମାବାଦ : କାଶ୍ମୀର ପ୍ରସଙ୍ଗରେ ଭାରତକୁ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନ ଏବେ ଗୃହଯୁଦ୍ଧ ଆଡକୁ ମୁହାଁଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିରୁ ଋଣ ଆଣି ଦେଶର ବଜେଟ କରିଥିବା ଇମ୍ରାନ ସରକାର କିଛି ସମୟ ପୂର୍ବରୁ ରାଜକୋଷ ମଜଭୁତ କରିବା ଲାଗି ଜନତାଙ୍କ ସମର୍ଥନ ଲୋଡିଥିଲେ। ଏଥିଲାଗି ଲୋକଙ୍କୁ ନିଜର ସମ୍ପତ୍ତି ଓ ଆୟ ଘୋଷଣା କରିବାକୁ ଚାପ ପକାଇବା ସହ ସରକାର ନିଜେ ବି ଖର୍ଚ୍ଚକାଟ କରିଥିଲେ। ହେଲେ ଭାରତ ସରକାର ଯେମିତି ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର କରିଛନ୍ତି ପାକ୍ ସରକାର ନିଜ କଥା ଭୁଲି କାଶ୍ମୀର ପଛରେ ପଡିଯାଇଛନ୍ତି।

ମୁଦ୍ରାପାଣ୍ଠିରୁ ପାକ୍ ଆଣିଥିବା କରଜ ଅର୍ଥର ଏକ ବୃହତ୍ତ ଅଂଶ ଏବେ ସେନା ଓ ସରକାର ମିସି ଚଳୁ କରିସାରିଲେଣି। ପରିସ୍ଥିତି ଏପରି ଯେ ଖୋଦ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବକେୟା ବିଦ୍ୟୁତ ବିଲ ବି ପୈଠ ହୋଇପାରୁନି। ଏଥିରୁ ଦେଶରେ ଉପୁଜିଥିବା ପରିସ୍ଥିତିରୁ ଜନତାଙ୍କ ଧ୍ୟାନ ହଟାଇବାକୁ ଇମ୍ରାନ ସରକାର ଓ ତାଙ୍କ ମନ୍ତ୍ରୀମାନେ କାଶ୍ମୀର ରାଗ ଗାଇଚାଲିଛନ୍ତି। ପାକ୍ ର ଜନତା ବୁଝନ୍ତିନି କାଶ୍ମୀର ଅନୁଚ୍ଛେଦ ୩୭୦ କଣ ? ହେଲେ ସରକାର କହିଛନ୍ତି ଏଣୁ ଶୁକ୍ରବାର ନମାଜ ପରେ ମସଜିଦ ବାହାରେ ଏବେ ଅଧଘଣ୍ଟା ଟହଲୁଛନ୍ତି। ହେଲେ ଏଥିରୁ କ’ଣ ହେବ ତାହା ବି ସେମାନେ ଜାଣନ୍ତି ନାହିଁ।

ଏହା ଛଡା ଭାରତ ସହ ଦ୍ୱିପାକ୍ଷିକ ବ୍ୟବସାୟିକ ସମ୍ପର୍କ ଛିନ୍ନ ହେବା ପରେ ସରକାର ବିପୁଳ ସୀମାଶୁଳ୍କ ହରାଇଛନ୍ତି। ଅନ୍ୟପଟେ ତ୍ରୁଟିପୁର୍ଣ୍ଣ ନିଷ୍ପତ୍ତି ଯୋଗୁ  ଭାରତ ସହ କାରବାର କରୁଥିବା ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ତାଲା ଝୁଲିଛି। ଫଳରେ ଏହି ସବୁ ପ୍ରତିଷ୍ଠାନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଭରସା କରୁଥିବା ହଜାର ହଜାର ଲୋକେ ଏବେ ବେକାର ହୋଇଯାଇଛନ୍ତି। ଏଥିରେ ସରକାର କାଶ୍ମୀର ପ୍ରସଙ୍ଗ ନାମରେ  ଜନତାଙ୍କ ସମସ୍ୟାକୁ ଏକରକମ ଆଖିବୁଜିଦେଇଛନ୍ତି। ପ୍ରସଙ୍ଗରେ ସରକାରଙ୍କୁ ଏବେ ସେନା ସାଥ ଦେବା ପରିସ୍ଥିତିକୁ ଅଧିକ ଜଟିଳ କରିଛି।

ଗୋଟିଏ ପଟେ ବର୍ଦ୍ଧିତ ଦରବୃଦ୍ଧି ତ ଆଉ ଗୋଟିଏପଟେ ବେକାରୀ ସମସ୍ୟାରେ ଘେରିଯାଇଛନ୍ତି  ପାକିସ୍ତାନ ନାଗରିକ। ଏପର୍ଯ୍ୟନ୍ତ ନାଗରିକଙ୍କୁ ଅବହେଳା କରି ସେନା ଓ ଆତଙ୍କବାଦକୁ ପ୍ରାଥମିକତା ଦେଉଥିଲେ ପାକ୍ ସରକାର । ହେଲେ ସରକାର ଏବେ ନିଜ ଜାଲରେ ନିଜେ ପଡିଯାଇଛନ୍ତି। ଏଣୁ ସବୁଆଡୁ ବିଫଳ ସରକାର  କେତେବେଳେ ଜନ ଆକ୍ରୋଶର ଶିକାର ନ ହେବ ତାହା କହି ହେଉ ନାହିଁ।

   Related Posts