ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀଙ୍କର ମୁହଁ ଫୁଟାଣି, ପାକିସ୍ତାନ ମହାକାଶ ଯାନ ପଠାଇ ପାରିବ - ଭାରତ ମହାକାଶକୁ ବିପଦପୂର୍ଣ୍ଣ କରୁଛି

Published By : Prameya-News7 Bureau | September 09, 2019 IST

ଇସଲାମାବାଦ- ପାକିସ୍ତାନ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଫଓ୍ୱାଦ ଚୌଧୁରୀ ତାଙ୍କର ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ଅନେକ ସମୟରେ ଲଜ୍ଜିତ ହୁଅନ୍ତି । ତାଙ୍କରି ଦେଶର ଲୋକ ତାଙ୍କୁ ଟ୍ରୋଲ କରିଥାଆନ୍ତି। ଇଣ୍ଟରନେଟ୍‌ରେ ତାଙ୍କ ପେଟକୁ ନେଇ ପାକିସ୍ତାନୀ ମଜାକ କରନ୍ତି ।ଇଂରାଜୀରେ ପଦେ କଥା କହି ପାରୁ ନଥିବା ଫଓ୍ୱାଦ ଭୁଲ୍‌ ଇଂରାଜୀ ଲେଖି ଟ୍ୱିଟ କରନ୍ତି ।
ଏବେ ପୁଣି ସେ ଏକ ମନ୍ତବ୍ୟ ଯୋଗୁଁ ଲଜ୍ଜିତ ହୋଇଛନ୍ତି।

ପାକିସ୍ତାନର ଅର୍ଥ ବ୍ୟବସ୍ଥା ଦୋହଲି ଯାଇଛି ।ଇମରାନ୍‌ ଖାନ୍ ସାହଯ୍ୟ ପାଇଁ ଏବେ ବିଭିନ୍ନ ଦେଶକୁ ଗୁହାରି କରିଛନ୍ତି । ଅନେକ ଦେଶ ତାଙ୍କୁ ଆର୍ଥିକ ସହାୟତା ଦେବାପାଇଁ ମନା କରି ଦେଇଛନ୍ତି । ମହାକାଶକୁ ଯାନ ପଠାଇବା ଦୂର କଥା ଅନ୍ୟ ବିଜ୍ଞାନ୍ ଓ ପ୍ରଯୁକ୍ତି ବିକାଶ କଥା ଚିନ୍ତା କରିବା ଏବେ ପାକିସ୍ତାନ ପାଇଁ ଦୂରୁହ ବ୍ୟାପାର । ମାତ୍ର ସେଥିରେ ଫଓ୍ୱାଦ ମୁହଁ ଫୁଟାଣି ଛାଡି ନାହାନ୍ତି ।

ପାକିସ୍ତାନ ମହାକାଶ ଯାନ ପଠାଇ ପାରିବ । ତାଙ୍କ ବୈଜ୍ଞାନିକମାନେ ଏଥିପାଇଁ ବେଶ୍‌ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି କହିଛନ୍ତି । ମାତ୍ର ଭାରତ ବାରମ୍ବାର ମହାକାଶକୁ ମହାକାଶଯାନ ପ୍ରେରଣ କରି ବିପଦପୂର୍ଣ୍ଣ କରିଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି ।

ଭାରତ ଚନ୍ଦ୍ରକୁ ଦ୍ୱିତୀୟ ଥର ଏକ ମହାକାଶ ଯାନ ପ୍ରେରଣ କରିଛି ।ଚନ୍ଦ୍ରଯାନ-୨ରେ ଏଥରେ ବିକ୍ରମ ଲ୍ୟାଣ୍ଡର ସହ ପ୍ରଜ୍ଞାନ ରୋଭର ବି ପ୍ରେରଣ କରିଛି । ମାତ୍ର ଶେଷ ମୁହୁର୍ତ୍ତରେ ଏହା ସଫ୍ଟ ଲ୍ୟାଣ୍ଡିଂ ବଦଳରେ ହାର୍ଡ ଲ୍ୟାଣ୍ଡିଂ କରିଥିଲା । ମାତ୍ର ବିକ୍ରମ ଲ୍ୟାଣ୍ଡର ଗୋଟିଏ ପଟକୁ ଅଣାଇ ହୋଇ ରହିଥିବା ଇସ୍ରୋ ପକ୍ଷରୁ କୁହାଯାଉଛି। ଏହା ଅକ୍ଷତ ଅବସ୍ଥାରେ ଥିବା କଥା ଇସ୍ରୋ କହୁଛି ।

ମାର୍ଚ୍ଚ ମାସରେ ଭାରତ ନିଜର ଏକ ସାଟେଲାଇଟ୍‌ ବା କୃତ୍ରିମ ଉପଗ୍ରହକୁ ଶକ୍ତି ନାମକ କ୍ଷେପଣାସ୍ତ୍ର ବା ମିସାଇଲ୍‌ ମାଡ କରି ନଷ୍ଟ କରିଥିଲା ।ଏହାକୁ ନାସା ପସନ୍ଦ କରି ନଥିଲା । ଏଥିରୁ ସୃଷ୍ଟି ହୋଇଥିବା ଆବର୍ଜନା ମହାକାଶଯାନ ପାଇଁ ବିପଦ ବୋଲି ନାସା କହିଥିଲା ।

ପାକିସ୍ତାନ ୨୦୨୨ରେ ନିଜର ମହାକାଶଚାରୀଙ୍କୁ ମହାକାଶକୁ ପଠାଇବ ବୋଲି ଚଳିତ ବର୍ଷ ଜୁଲାଇରେ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.