ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ, କହିଲେ- 'ପରମାଣୁ ବୋମାରେ ମୁସଲମାନଙ୍କର କିଛି କ୍ଷତି ହେବ ନାହିଁ'

Published By : Prameya-News7 Bureau | August 20, 2020 IST

ଲାହୋର, ୨୦|୦୮:  ନିଜ ବୟାନକୁ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ବୋମାର ଧମକ ଦେଇଛନ୍ତି ।ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି । ଏହା ନିଜର ଟାର୍ଗେଟକୁ ସର୍ବାଧିକ କ୍ଷତି ପହଁଚାଇବ ବୋଲି ସେ କହିଛନ୍ତି । ଏପରିକି ଏହି ପରମାଣୁ ଆକ୍ରମଣରେ ମୁସଲିମଙ୍କୁ କୌଣସି ହାନୀ ପହଁଚିବନି ବୋଲି ସେ ଦମ୍ଭୋକ୍ତି ବାଢିଛନ୍ତି ।

{"id":317723,"width":631,"height":359,"sizeSlug":"large"}

ଶେଖ ରସିଦ କହିଛନ୍ତି ଯେ, ହିନ୍ଦୁସ୍ଥାନ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଏହା ନିର୍ଣ୍ଣାୟକ ଏବଂ ଭୟଙ୍କର ହେବ । ଏପରିକି ପାକିସ୍ତାନ ପାଖରେ ଥିବା ଅସ୍ତ୍ର ମୁସଲମାନଙ୍କ ଜୀବନକୁ ରକ୍ଷା କରି ଆସାମ ଯାଏଁ ଟାର୍ଗେଟ୍ କରିବ ବୋଲି ସେ କହିଛନ୍ତି ।

ସେ ଏପରି ଧମକ ପ୍ରଥମ ଥର ଦେଇନାହାଁନ୍ତି । ପୂର୍ବରୁ ମଧ୍ୟ ସେ ଏପରି ଅନେକ ବୟାନ ଦେଇଛନ୍ତି । ପୂର୍ବରୁ ମଧ୍ୟ ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେଲେ ପରମ୍ପରାଗତ ନହୋଇ ପରମାଣୁ ହେବ । ତୋପ ଟ୍ୟାଙ୍କ୍ ଯୁଦ୍ଧ ନହୋଇ ସିଧାସଳଖ ପରମାଣୁ ଯୁଦ୍ଧ ହେବ ।

ସେ ଆହୁରି କହିଛନ୍ତି, ପାକିସ୍ତାନ ପାଖରେ ଶହେ ଓ ଅଢେଇ ଶହ କେଜିର ପରମାଣୁ ବୋମା ରହିଛି ଯାହାକୁ କୌଣସି ଖାସ୍ ଟାର୍ଗେଟକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯିବ । ଏପରିକି ୫୦୦ ଗ୍ରାମର ପରମାଣୁ ବୋମା ଥିବା ମଧ୍ୟ ସେ ଦାବି କରିଥିଲେ । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନାଯୋଗ୍ୟ, ସେ ନିକଟରେ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ଭାରତ ଧର୍ମନିରପେକ୍ଷ ଦେଶ ନୁହେଁ ବୋଲି କହିଥିଲେ । ଏହି ବୟାନର ଭାରତ କଡା ଜବାବ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.