Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

‘ମୁସଲମାନଙ୍କୁ ଶୁଭେଚ୍ଛା, ଭାରତ ବିପକ୍ଷରେ ବିଜୟ ଇସଲାମର ବିଜୟ’ : ବିଷ ଓଗାଳିଲେ ପାକ୍ ମନ୍ତ୍ରୀ

25/10/2021 at 2:31 PM

ନୂଆଦିଲ୍ଲୀ, ୨୫/୧୦:   ଖରାପ ବ୍ୟାଟିଂ ଓ ବୋଲିଂ କାରଣରୁ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ବିପକ୍ଷରେ ଟି୨୦ ବିଶ୍ୱକପରେ ପରାସ୍ତ ହୋଇଛି । ପରାଜୟ ପରେ ଭାରତୀୟ ପ୍ରଶଂସକ ହତାଶ ଥିବା ବେଳେ ସମେତ ପାକିସ୍ତାନବାସୀ କିନ୍ତୁ ଖୁସି ମନାଉଛନ୍ତି ।ପାକ୍‌ର ବିଜୟ ପରେ ଇମରାନ ସରକାରଙ୍କ ମନ୍ତ୍ରୀ ସେଖ ରସିଦ ବିଷ ଓଗାଳିଛନ୍ତି । ଏହାସହ ଖେଳକୁ ଧର୍ମ ଆଧାରରେ ସେ ବିଭାଜନ କରିବାକୁ ଚାହିଁଛନ୍ତି ।

ସେ କହିଛନ୍ତି ଯେ, ଭାରତ ବିପକ୍ଷରେ ମ୍ୟାଚ୍ ଜିତିବା ଆର୍ଥ ଇସଲାମର ବିଜୟ । ଏଥିପାଇଁ ସାରା ବିଶ୍ୱର ମୁସଲିମଙ୍କୁ ଗର୍ବ କରିବା ଦରକାର । ସେ ମ୍ୟାଚକୁ ଗ୍ରାଉଣ୍ଡରେ ନ ଦେଖିପାରିଥିବାରୁ ସାମାନ୍ୟ ଦୁଃଖିତ ଅଛନ୍ତି । ଖେଳାଳିଙ୍କୁ ଶୁଭେଚ୍ଛା । ଦେଶବାସୀ ଖୁସି ମନାଇବା ପାଇଁ ରାସ୍ତାଘାଟରେ ଗାଡି ଚଳାଚଳ ବନ୍ଦ ହେଉ । ଏହା ତାଙ୍କ ପାଇଁ ଫାଇନାଲ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସାରା ବିଶ୍ୱର ମୁସଲମାନଙ୍କ ସମେତ ଭାରତୀୟ ମୁସଲମାନଙ୍କ ସମର୍ଥନ ପାକିସ୍ତାନ ପାଇଁ ଥିଲା । ସମସ୍ତ ମୁସଲମାନଙ୍କୁ ଅଭିନନ୍ଦନ ।

ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ନିଜ ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ପରାସ୍ତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୧୫୧ ରନ କରିଥିଲା । ଜବାବରେ ପାକିସ୍ତାନ ବିନା କୌଣସି ହରାଇ ୧୭.୫ ଓଭରରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା । ପାକିସ୍ତାନ ବିପକ୍ଷରେ ରୋହିତ ଶର୍ମା ପ୍ରଥମ ବଲରେ ଆଉଟ ହୋଇଥିଲେ । ଏହାପରେ କେଏଳ ରାହୁଲ ୩ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଉଭୟଙ୍କ ଓ୍ୱିକେଟ୍ ସାହିନ ଆଫ୍ରିଦି ନେଇଥିଲେ । ସାହିନ ନିଜର ୪ ଓଭରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ । 

   Related Posts