ଟିମ୍ ଇଣ୍ଡିଆର ମନୋବଳ ଦୁର୍ବଳ କରିବାକୁ ପାକିସ୍ତାନର ମାଇଣ୍ଡ ଗେମ୍, ଧୋନୀଙ୍କ ଗ୍ଲୋଭସରେ ସେନା ବଳିଦାନର ଚିହ୍ନକୁ ପାକିସ୍ତାନ ମନ୍ତ୍ରୀଙ୍କ ସମାଲୋଚନା
7/06/2019 at 11:05 AM

ଭୁବନେଶ୍ବର ୭|୬: ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ସାଙ୍ଘାତିକ ଷଡ଼ଯନ୍ତ୍ର । ମାଇଣ୍ଡ ଗେମ୍ ଖେଳି ଟିମ୍ ଇଣ୍ଡିଆର ମନୋବଳ ଦୁର୍ବଳ କରିବାର ଚକ୍କରରେ ଅଛି ପାକିସ୍ତାନ । ପାକିସ୍ତାନ ମନ୍ତ୍ରୀ ଫୱାଦ ଚୌଧୁରୀ ଟ୍ବିଟର ହ୍ୟାଣ୍ଡେଲରେ ଧୋନୀଙ୍କୁ ସମାଲୋଚନା କରିବା ସହ ଭାରତୀୟ ଗଣମାଧ୍ୟମ ଉପରେ ମଧ୍ୟ ହମଲା କରିଛନ୍ତି । ଧୋନୀ ତାଙ୍କ ଗ୍ଲୋଭସ୍ ରେ ସେନା ବଳିଦାନର ଯେଉଁ ଚିହ୍ନ ବ୍ୟବହାର କରୁଛନ୍ତି ତାକୁ ନେଇ ଟାର୍ଗେଟ୍ କରିଛନ୍ତି ଫୱାଦ ।
ଧୋନୀ ବିଶ୍ବକପ୍ ପାଇଁ ଇଂଲଣ୍ଡ ଯାଇଛନ୍ତି ମହାଭାରତ ପାଇଁ ନୁହେଁ । ତେଣୁ ଧୋନୀଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଭରତୀୟ ସାମ୍ବାଦିକମାନେ ସିରିଆ, ଆଫଗାନିସ୍ତାନ ଓ ରୋୱାଣ୍ଡାରେ ଯୁଦ୍ଧ ଲଢ଼ନ୍ତୁ ବୋଲି ଲେଖିଛନ୍ତି ଫୱାଦ ।
ଏପଟେ ଫୱାଦଙ୍କ ନେଇ ଭାରତରେ ଝଡ଼ ସୃଷ୍ଟି ହୋଇଛି । ଫୱାଦଙ୍କ ଉପରେ ନିଶାନା ସାଧିବା ସହ ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ମାମଲାରେ ଅଧିକ ଫୋକସ କରୁ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ଧୋନୀଙ୍କୁ ୨୦୧୧ରେ ପାରାଚୁଟ୍ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀ ମିଳିଥିବାରୁ ସେ ଗ୍ଲୋଭସରେ ସେନା ବଳିଦାନର ଚିହ୍ନ ବ୍ୟବହାର କରିପାରିବେ ବୋଲି ମଧ୍ୟ ପ୍ରତିରକ୍ଷା ବିଶେଷଜ୍ଞ ଯୁକ୍ତି ବାଢିଛନ୍ତି ।
ଦେଖିବାକୁ ଗଲେ ଆଜି ପର୍ଯ୍ୟନ୍ତ ବିଶ୍ବକପରେ ଭାରତ ଠାରୁ କୌଣସି ମ୍ୟାଚ୍ ଜିତି ନାହିଁ ପାକିସ୍ତାନ । ତେଣୁ ଜୁନ୍ ୧୬ରେ ହେବାକୁ ଥିବା ମ୍ୟାଚ୍ ପୂର୍ବରୁ ପାକିସ୍ତାନ ନୂଆ ଚାଲି ଖେଳୁଥିବା ଅନୁମାନ କରାଯାଉଛି ।
ତେବେ ଧୋନିଙ୍କ ଗ୍ଲୋଭସରେ ଲାଗିଥିବା ସେନରା ପ୍ରତୀକକୁ ହଟାଇବାକୁ ବିସିସିଆଇକୁ ଆଇସିସି ଅନୁରୋଧ କରିଛି । ଆଇସିସିର ପୋଷାକ ଓ ସରଞ୍ଜାମ ନିୟମକୁ ଏହା ଉଲ୍ଲଙ୍ଘନ କରୁଥିବାରୁ ଏହାକୁ ସେନାର ପ୍ରତୀକକୁ ହଟାଇବାକୁ ବିସିସିଆଇକୁ ଆଇସିସି ଅନୁରୋଧ କରିଛି।