ଆତଙ୍କୀଙ୍କୁ ପାକିସ୍ଥାନୀ ଗଣମାଧ୍ୟମ ଦେଶପ୍ରେମୀ କହିବାବେଳେ ପାକିସ୍ଥାନ ସରକାର କିଛି ହାତ ନାହିଁ ବୋଲି ସଫେଇଦେବା କେଉଁ ପ୍ରକାର ଛଳନା
17/02/2019 at 7:56 PM

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ଯଦି ଦେଶର କୌଣସି କଥାକୁ ଲୋକଲୋଚନକୁ ଆଣେ, ତାହେଲେ ଦେଶର ଆଭିମୁଖ୍ୟ ନିଶ୍ଚିତଭାବେ ଜାଣିହେବ । ପାକିସ୍ଥାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଏହା କିଏ ନ ଜାଣେ । କିନ୍ତୁ ପୁଲଓ୍ଵାମା ଘଟଣାପରେ ପାକିସ୍ଥାନ ସଫେଇ ଦେଉଛି ଏହି ଘଟଣା ସହ ତାର କିଛି ହାତ ନାହିଁ । ମିଛରେ ଭାରତ ଓ ଭାରତର ଗଣମାଧ୍ୟମ ଅପପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ପାକିସ୍ଥାନ । ଏହି ଆତଙ୍କବାଦୀ ହମାଲାରେ ସଂପୃକ୍ତ ଥିବାବାକଥା କୌଣସି ପ୍ରମାଣ ନାହିଁ ବୋଲି ପାକିସ୍ଥାନ କହିଛି ।
କିନ୍ତୁ ପାକିସ୍ଥାନର ଗଣମାଧ୍ୟମ ଆତଙ୍କୀଙ୍କ ସପକ୍ଷରେ ଲେଖିବା ଓ ସେମାନଙ୍କୁ ଦେଶପ୍ରେମୀ ବୋଲି ଆଖ୍ୟାଦେବାରୁ ଜଣାପଡ଼ୁଛି ଏହି ହମାଲା ପାଇଁ କଣ ରହିଥିଲା ପାକିସ୍ଥାନର ଭୂମିକା । ଯଦି ଦେଶର ଗଣମାଧ୍ୟମ ଏହି ଘଟଣାକୁ ପ୍ରଶଂସା କରିବା ସହ ଭାରତ ଅଧିକୃତ କାଶ୍ମିରୀ ବୋଲି ଅଭିହିତ କରି ଆତଙ୍କୀଙ୍କୁ ପ୍ରତ୍ସାହିତ କରିବାକୁ ପ୍ରଶଂସା କରେ, ତାହେଲେ ବିଶ୍ଵ ସମୁଦାୟ ବୁଝିବାକୁ କଣ ଭୁଲ କରିବେ… ପାକିସ୍ଥାନ ଆତଙ୍କବାଦକୁ ସମର୍ଥନ କରୁନାହିଁ ବୋଲି । ଏଥିରୁ ସ୍ଫଷ୍ଟ ବାରି ହେଇପଡ଼ୁଛି ପାକିସ୍ଥାନର ସହଯୋଗରେ ହିଁ ସମସ୍ତ ଆତଙ୍କବାଦୀ ଶିବିର ଚାଲିବା ସହ ହମାଲା ପାଇଁ ପାକିସ୍ଥାନର ନିର୍ଦ୍ଦେଶରେ ଚାଲୁଛି ବ୍ଲୁପ୍ରିଣ୍ଟ । ତାହେଲେ ଆହୁରି ପ୍ରଶ୍ନଟିଏ ମଧ୍ୟ ଆସିପାରେ ଭାରତୀୟ କ୍ରିକେଟଖେଳାଳୀ ସିଦ୍ଧୁ କିପରି ପାକିସ୍ଥାନର ହାତ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇ କହିପାରିଲେ । ତାହେଲେ ପାକିସ୍ଥାନର ସମୀକରଣକୁ ହିସାବକୁ ନେଲେ ସିଦ୍ଧୁ କୌଣସି ଆତଙ୍କୀଠାରୁ ବି କମ୍ ନୁହେଁ ବୋଲି ବୁଝିବାକୁ ପଡ଼ିବ ।
ପାକିସ୍ଥାନର ପ୍ରମୁଖ ଗଣମାଧ୍ୟମମାନେ ଲେଖିଛନ୍ତି ପାକିସ୍ଥାନୀ ସ୍ଵାଧୀନତା ସଂଗ୍ରାମୀମାନେ ଯେଉଁ ଆକ୍ରମଣ କଲେ ଏଥିରେ ଅନୁପ୍ରବେଶ କରୁଥିବା ୪୪ଜଣ ଭାରତୀୟ ସୈନିକ ପ୍ରାଣ ହରାଇଛନ୍ତି । ଏହି ହେଡ଼ଲାଇନ ଦେଇ ଖବର ପସାରଣ କରିଥିବା ଗଣମାଧ୍ୟମ କଣ ପାକିସ୍ଥାନର ଆଭିମୁଖ୍ୟକୁ ସହଜରେ ବିଶ୍ଵ ଆଗରେ ଉପସ୍ଥାପନ କରୁ ନାହିଁକି ?