ଭାରତ ଲୋକସଭା ନିର୍ବାଚନ ଫଳାଫଳ ଜାଣିବା ପାଇଁ ଲଗାତାର ନଜର ରଖିଛି ପାକିସ୍ତାନ

Published By : Prameya-News7 Bureau | May 23, 2019 IST

ଭାରତ ଲୋକସଭା ନିର୍ବାଚନ ଫଳାଫଳ ଜାଣିବା ପାଇଁ ଯେତିକି ଉତ୍ସାହ ଭାରତୀୟଙ୍କ ମଧ୍ୟରେ ରହିଛି, ସେତିକି ଉତ୍ସାହ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ଫଳାଫଳ ଉପରେ ପାକିସ୍ତାନ ମିଡ଼ିଆ ମଧ୍ୟ ନଜର ରଖିଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ହିଁ ପାକିସ୍ତାନ ମିଡ଼ିଆ ଉତ୍ସାହ ଦେଖାଇଥିଲା । ପାକିସ୍ତାନର ଜଣାଶୁଣା ଖବରକାଗଜ ଦି ଡନ୍ ଲଗାତାର ନିର୍ବାଚନ ଫଳାଫଳ ଉପରେ ଲାଇଭ୍ ଅପଡେଟ୍ ଦେଇଚାଲିଛି ।

{"id":115023,"align":"center","width":578,"height":324}

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବ ପରେ ଏକ୍ଦିଟ୍ ପୋଲ ଉପରେ ମଧ୍ୟ ପାକିସ୍ତାନୀ ମିଡ଼ିଆ ଖବର ପ୍ରସାରଣ କରିଥିଲା । ପଡୋଶୀ ଦେଶ ହୋଇଥିବା ଯୋଗୁଁ ଉଭୟ ଦେଶର ନୀତି ପରସ୍ପରକୁ ଦେଖି ପ୍ରସ୍ତୁତ କରାଯାଇଥାଏ । ସେଥିପାଇଁ ପଡୋଶୀ ଦେଶରେ କେଉଁ ସରକାର ଗଠନ ହେବ ସେ ନେଇ ସର୍ବଦା ଉତ୍ସାହ ଦେଖିବାକୁ ମିଳିଥାଏ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ପର୍କରେ ଯଦି ଆଲୋଚନା ହୁଏ, ତାହେଲେ ଇମ୍ରାନ ଖାନ ନିର୍ବାଚନ ଫଳାଫଳ ପୂର୍ବରୁ ହିଁ ବଡ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଭାରତରେ ପୁଣିଥରେ ମୋଦି ସରକାର ଗଠନ ହେଲେ ଉଭୟ ଦେଶକୁ ଅନେକ ଲାଭ ହେବ । କାରଣ ଉଭୟ ଦେଶ ମଧ୍ୟରେ ଚାଲିଥିବା ତିକ୍ତତାକୁ ସମାଧାନ କରିବାର ସାମର୍ଥ୍ୟ କେବଳ ମୋଦିଙ୍କ ପାଖରେ ହିଁ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.