ଓସାମା ଭଳି ଆକ୍ସନ ନିଆଯିବ କି ପାକିସ୍ତାନ ଉପରେ ? ରାଜନାଥ କହିଲେ "ଅପେକ୍ଷା କରନ୍ତୁ… ଦେଶବାସୀ ନିରାଶ ହେବେନାହିଁ "

Published By : Prameya-News7 Bureau | February 22, 2019 IST

ଶ୍ରୀନଗର ୨୨/୨ : ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ଇଣ୍ଟରଭିୟୁରେ କହିଛନ୍ତି ଯେ, ପାକିସ୍ତାନର ହୁକ୍କା ପାଣି ବନ୍ଦ ହୋଇଥିଲେ ମଧ୍ୟ ଦେଶ ଶାନ୍ତିରେ ନାହିଁ | ଏସବୁ ତ ଆରମ୍ଭ ମାତ୍ର | ଇମ୍ରାନ ଖାନଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ପୁଲୱାମା ହମଲା ପରେ ଯେଉଁ ପ୍ରଧାନମନ୍ତ୍ରୀ ଦେଶର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିନଥିଲେ, ସେ ଆତଙ୍କବାଦୀ ବିରୋଧରେ ଭାରତର କ'ଣ ସାଥ ଦେବେ | ଏବେ ଭାରତ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ଆଲୋଚନା କରିବାର ସମୟ ଆଉ ନାହିଁ ବୋଲି କହିଛନ୍ତି ରାଜନାଥ ସିଂହ | ଏବେ ସିଧା ଆକ୍ସନ ନିଆହେବ ବୋଲି କହିଛନ୍ତି |

ରାଜନାଥ ସିଂହଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଯେ, ଆମେରିକା ଯେଭଳି ଅଲକାଇଦା ମୁଖ୍ୟ ଓସାମା ବିରୋଧରେ ମୁକଦ୍ଦମା କରିଥିଲା, କଣ ଭାରତ ସେଭଳି ମୋକଦ୍ଦମା କରିପାରିବ ? ଜବାବରେ ରାଜନାଥ ସିଂହ କହିଥିଲେ ଯେ, ଆମେରିକାକୁ ଏହି ମୋକଦ୍ଦମା କରିବା ପାଇଁ ଅଢେଇ ବର୍ଷ ଲାଗିଥିଲା | ତେବେ ଭାରତ ସରକାର ଦେଶବାସୀଙ୍କୁ ନିରାଶ ହେବାକୁ ଦେବେନାହିଁ | ଅପେକ୍ଷା କରନ୍ତୁ ବୋଲି କହିଥିଲେ ରାଜନାଥ ସିଂହ |

ରାଜନାଥ ସିଂହ କହିଛନ୍ତି ଯେ, ଆତଙ୍କବାଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବ ସମୁଦାୟକୁ ଏକତ୍ରିତ କରିବାରେ ସଫଳ ହୋଇଛନ୍ତି | ବିଶ୍ୱର ସମସ୍ତ ଦେଶ ପୁଲୱାମା ହମଲାକୁ ନିନ୍ଦା କରୁଛନ୍ତି | ଏବେ ଯୁଦ୍ଧ କରିବାର ସମୟ ଆସିଛି | ଏବେ ଆତଙ୍କବାଦ ବିରୋଧରେ ଯେଉଁ ଯୁଦ୍ଧ ହେବ ତାହା ନିର୍ଣ୍ଣାୟକ ହେବ | ସେ କହିଥିଲେ ଯେ, ଚୀନ ମଧ୍ୟ ପୁଲୱାମା ହମଲା ପରେ ଭାରତ ସପକ୍ଷରେ ଛିଡା ହୋଇଛି | ପାକିସ୍ତାନ ପୁରା ଏକା ହୋଇଯାଇଛି ବୋଲି କହିଛନ୍ତି ରାଜନାଥ |

ଗୃହମନ୍ତ୍ରୀ ରାଜନାଥ ସିଂହ କଂଗ୍ରେସ ତରଫରୁ ଲଗା ଯାଇଥିବା ଅଭିଯୋଗ ପ୍ରସଙ୍ଗରେ କହିଛନ୍ତି ଯେ, କଂଗ୍ରେସ ଅନୈତିକ ଅଭିଯୋଗ କରିଛି | ସୀମାରେ ଯବାନଙ୍କୁ ନେଇ ରାଜନୀତି କରାଯିବ ଉଚିତ ନୁହେଁ | ପ୍ରଧାନମନ୍ତ୍ରୀଙ୍କ ଠାରୁ ଅଧିକ ସମ୍ବେଦନଶୀଳ ଆଉ କେହି ମଧ୍ୟ ହୋଇପାରିବେ ନାହିଁ | ହମଲା ବାବଦରେ ସୂଚନା ମିଳିବା କ୍ଷଣି ମୋଦି ଲୋକଙ୍କ ସହ ଆଲୋଚନା କରିବା ଆରମ୍ଭ କରିଦେଇଥିଲେ | ଦେଶର ସୁରକ୍ଷା ବ୍ୟବସ୍ଥା ସହିତ ଜଡିତ ପ୍ରଶ୍ନ ଉପରେ କଂଗ୍ରେସକୁ ଏଭଳି ରାଜନୀତି କରିବା ଉଚିତ ନୁହେଁ ବୋଲି କହିଥିଲେ ରାଜନାଥ |

ଏନଆଇଏ ପୁଲୱାମା ହମଲାର ଯାଞ୍ଚ କରୁଛି | ବିସ୍ଫୋରକକୁ ନେଇ ମଧ୍ୟ ଅନେକ କଥା ସାମ୍ନାକୁ ଆସିଥିବା ରାଜନାଥ ସିଂହ କହିଛନ୍ତି | ଯବାନଙ୍କୁ ଏୟାରଲିଫ୍ଟ କରିବା ପ୍ରଶ୍ନ ଉପରେ ରାଜନାଥ କହିଥିଲେ ଯେ, କଂଗ୍ରେସ ଶାସନକାଳରେ ଜାମ୍ମୁରୁ ଶ୍ରୀନଗର ଯିବା ପାଇଁ କେବଳ ୪ଦିନ ଏୟାର କ୍ୟାରିଅର ସେବା ରହିଥିଲା |

ରାଜନାଥ କହିଛନ୍ତି ଯେ, ସରକାର ଜନତାଙ୍କ ଭରସାକୁ ଭାଙ୍ଗିବାକୁ ଦେବେ ନାହିଁ | ପୁଲୱାମା ହମଲାର ଜବାବ ସରକାର ନିଶ୍ଚୟ ଦେବେ | ପାକିସ୍ତାନ ସହ ଯୁଦ୍ଧ ପ୍ରସଙ୍ଗରେ ରାଜନାଥ କହିଥିଲେ ଯେ, ଏ ସମ୍ପର୍କରେ ସେ ଏବେ କିଛି କହି ପରିବେନାହିଁ | ସୀମାରେ ଭାରତୀୟ ସେନା ଏବେ ଆହୁରି କଡା ସୁରକ୍ଷା କରୁଛନ୍ତି | ଯେଉଁଥିପାଇଁ ପାକିସ୍ତାନ ଥରହର ହୋଇଗଲାଣି | ସୀମାରେ ଥିବା ଗାଁଗୁଡିକୁ ଖାଲି କରାଯାଉଛି | ପାକିସ୍ତାନ ବିରୋଧରେ ରାଜନାଥ କହିଥିଲେ ଯେ, ସମଗ୍ର ବିଶ୍ୱ ଜାଣିଚି, ଆତଙ୍କବାଦର ଜନ୍ମସ୍ଥଳୀ ପାକିସ୍ତାନ | ଆତଙ୍କବାଦ ପାକିସ୍ତାନରେ ବଢି ବଢି ଚାଲିଛି | ଆତଙ୍କବାଦୀଙ୍କୁ ସୁରକ୍ଷିତ ସ୍ଥାନରେ ଲୁଚାଇବା ପାଇଁ ପାକିସ୍ତାନ ପୁରା ସାହାଯ୍ୟ କରୁଛି ବୋଲି କହିଥିଲେ ରାଜନାଥ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.