Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କମର ବାଜୱାଙ୍କ ଲାଗି ସଙ୍କଟରେ ଇମ୍ରାନ ସରକାର, ପାକିସ୍ତାନରେ ଜାରିହୋଇପାରେ ଜରୁରୀ ପରିସ୍ଥିତି

27/11/2019 at 11:04 PM

ଇସ୍ଲାମାବାଦ :  ପାକିସ୍ତାନରେ ଜରୁରୀ ପରିସ୍ଥିତି ଜାରି ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଅନିୟନ୍ତ୍ରିତ ଦରଦାମ ବୃଦ୍ଧି ଯୋଗୁ ଲୋକଙ୍କ ଆକ୍ରୋଶ ଏବେ ଚରମ ସୀମାରେ ପହଞ୍ଚିଛି।  ଇମ୍ରାନ ସରକାର ସେଥିପ୍ରତି ଧ୍ୟାନ ଦେଇପାରୁନଥିବା ବେଳେ ଦେଶର ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧି କରି ଏବେ ଅଡୁଆରେ ପଡିଛନ୍ତି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେନାମୁଖ୍ୟ ଜେନେରାଲ କମର ବାଜୱାଙ୍କ କାର୍ଯ୍ୟକାଳକୁ ଅଧିକ ୩ ବର୍ଷ ବୃଦ୍ଧି କରିଥିଲେ। ତେବେ ଏହା ଉପଯୁକ୍ତ ପଦ୍ଧତୀରେ ହୋଇନଥିବା ଏବେ ସୁପ୍ରିମକୋର୍ଟ କହିଛନ୍ତି।

ଏଣୁ କୋର୍ଟ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧି ଲାଗି ସରକାରଙ୍କ ନିଷ୍ପତ୍ତି ଉପରେ ସାମୟିକ ରୋକ ଲଗାଇଥିବା ବେଳେ ପରିସ୍ଥିତିର ମୁକାବିଲା ଲାଗି ଏବେ ଜରୁରୀ ପରିସ୍ଥିତି ଜାରି ନିମନ୍ତେ ସରକାର ଚିନ୍ତା କରୁଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜେନେରାଲ ବାଜୱାଙ୍କ ମାମଲାରେ ସୁପ୍ରିମକୋର୍ଟ ଯଦି ସରକାରଙ୍କ ବିରୋଧରେ ରାୟ ଦିଅନ୍ତି ତେବେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିରୁ ବର୍ତ୍ତିବା  ଲାଗି ସରକାର ଏପରି ଚିନ୍ତା କରୁଛନ୍ତି। 

ତେବେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେଲେ ଅବସ୍ଥା ଅଧିକ ଜଟିଳ ହୋଇପଡିବ ବୋଲି ଆଶଙ୍କା କରାଯାଉଛି। ଏଣୁ ଏ ନେଇ କୌଣସି ନିଷ୍ପତ୍ତି ହୋଇ ନଥିଲେ ହେଁ ଉଚ୍ଚ ପଦପଦବୀରେ ଥିବା ଅଧିକାରୀ ଏହାର ବିରୋଧ କରୁଛନ୍ତି। ତେବେ ବିରୋଧୀ ଦଳ ଓ ରାଜନୈତିକ ନେତାମାନେ ଦେଶରେ ଜରୁରୀ ପରିସ୍ଥିତି ଲାଗୁ ନିମନ୍ତେ ଦାବି କରୁଛନ୍ତି। କାରଣ ଅତୀତରେ ଯେବେବି ଦେଶରେ ଏଭଳି ପରିସ୍ଥିତି ଲାଗୁ କରାଯାଇଛି ତା ପର ପରିଣାମ ସବୁବେଳେ ଭଲ ହିଁ ହୋଇଛି ବୋଲି କହୁଛନ୍ତି। ତେବେ ଏପର୍ଯ୍ୟନ୍ତ ସରକାର କୌଣସି ନିଷ୍ପତ୍ତିରେ ଉପନୀତି ହୋଇପାରିନାହାନ୍ତି।

   Related Posts