ପାକିସ୍ତାନ ଟି-୨୦ ବିଶ୍ଵ କପ୍‌ରେ ନ୍ୟୁଜିଲାଣ୍ଡର ବହିଷ୍କାର କରିବ ? ଉତ୍ତର ରଖିଲା ପିସିବି

Published By : Prameya-News7 Bureau | September 19, 2021 IST

କରାଚି ୧୯।୦୯: ପାକିସ୍ତାନ କ୍ରିକେଟ୍  ବୋର୍ଡ(ପିସିବି) ନ୍ୟୁଜିଲାଣ୍ଡ ଦ୍ଵାରା ଗସ୍ତ ରଦ୍ଦ ହେବା ପରେ ନିଜ ଦେଶରେ ସଂକ୍ଷିପ୍ତ ସିରିଜ୍ ପାଇଁ ଶ୍ରୀଲଙ୍କା ଓ ବାଂଲାଦେଶ ସହ ଯୋଗାଯୋଗ କରିଛି। ହେଲେ ଦୁଇ ଦେଶର ଖେଳାଳି ନିଜର ପୂର୍ବ ଅନୁଭୂତି କାରଣରୁ ଖେଳିବାକୁ ମନା କରି ଦେଇଛନ୍ତି। ପିସିବି ସିଇଓ ଓ୍ଵାସିମ ଖାନ କହିଛନ୍ତି, ଶ୍ରୀଲଙ୍କା କ୍ରିକେଟ୍ ଓ  ବାଂଲାଦେଶ କ୍ରିକେଟ୍  ବୋର୍ଡ(ବିସିବି) ପାକିସ୍ତାନରେ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ସେମାନଙ୍କ ପାଖରେ ନିଜ ଦଳକୁ ପଠାଇବା ପାଇଁ ବହୁତ କମ ସମୟ ରହିଥିଲା। ତେଣୁ ଦୁଇ ଦେଶ ପାକିସ୍ତାନ ଗସ୍ତରେ ଆସିବାକୁ ମନା କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦  ବିଶ୍ଵ କପ୍ ମ୍ୟାଚ୍‌ ବହିଷ୍କାର କରିବାର ଏମିତି କୌଣସି ସମ୍ଭାବନା ନଥିବା ସେ କହିଛନ୍ତି।

ସେ କହିଛନ୍ତି, ନ୍ୟୁଜିଲାଣ୍ଡ ରାଓ୍ଵଲପିଣ୍ଡିରେ ଖେଳାଯିବାକୁ ଥିବା ଦିନିକିଆର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ସୁରକ୍ଷା କାରଣ ଦର୍ଶାଇ ଗସ୍ତ ବାତିଲ୍ କଲା। ଏହା ପରେ ଇସଲାମାବାଦରୁ ଚାର୍ଟର୍ଡ ବିମାନରୁ ଦୁବାଇ ପହଞ୍ଚିଛନ୍ତି। ଏମିତି କରି ନ୍ୟୁଜିଲାଣ୍ଡ ପାକିସ୍ତାନ କ୍ରିକେଟ୍‌ର ଅନାଦାର କରିଛି। ସେମାନଙ୍କର ଏକତରଫା ଗସ୍ତ ବାତିଲ୍ ନିଷ୍ପତ୍ତି କୌଣସି ଯନ୍ତ୍ରଣାଠୁ କମ୍ ନୁହେଁ। ତଥାପି ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍‌ର ବହିଷ୍କାରର କୌଣସି ସମ୍ଭାବନା ନଥିବା ପିସିବି ସିଇଓ କହିଛନ୍ତି।

ସେ କହିଛନ୍ତି ଆମେ ବିଶ୍ଵ କ୍ରିକେଟ୍‌ରେ ଏକ ଅବାସ୍ତବିକ ସମସ୍ୟାର ସାମ୍ନା କରୁଛୁ। ଯଦି ଏମିତି ସୁରକ୍ଷା ବିପଦକୁ ଦୃଷ୍ଟିରେ ସରକାର ଏବଂ ଗୁଇନ୍ଦା ବିଭାଗସ୍ତରରେ ଆଲୋଚନା କରାନଯିବା ତେବେ ଭବିଷ୍ୟତରେ ଏମିତି ଆହୁରି ଦଳ ଏକତରଫା ନିଷ୍ପତ୍ତି ନେଇ ଗସ୍ତରୁ ଓହରି ଯିବେ। ପାକିସ୍ତାନ ସହ ହେଉଥିବା ଭେଦଭାବ ପ୍ରସଙ୍ଗରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ସହ ଆଲୋଚନା କରିବ। ସମସ୍ତ ସଦସ୍ୟ ଦେଶ ପାଇଁ ଏକ ସମାନ ନିୟମ ହେବା ଉଚିତ୍ ବୋଲି ଓ୍ଵାସିମ ଖାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.