କୁଳଭୂଷଣ ଜାଧବ ମାମଲାରେ ପାକ୍‌ ନେବ ବଡ ନିଷ୍ପତ୍ତି- ସେନା କୋର୍ଟ ବାହାରେ ହେବ ଶୁଣାଣୀ

Published By : Prameya-News7 Bureau | November 13, 2019 IST

ଇସଲାମାବାଦ ୧୩।୧୧ - କୁଳ ଭୂଷଣ ଜାଧବଙ୍କୁ ନେଇ ପାକିସ୍ତାନ ବଡ ନିଷ୍ପତ୍ତି ନେଇପାରେ । ଏବେ ତାଙ୍କ ମାମଲାର ଶୁଣାଣୀ ସେନା କୋର୍ଟ ବାହାରେ ହେବ । ସାଧାରଣ କୋର୍ଟରେ ତାଙ୍କର ଶୁଣାଣୀ ହେବ । ଏଥିପାଇଁ ସେନା ନିୟମରେ ପରିବର୍ତ୍ତନ କରାଯିବ ।

ଜାଧବଙ୍କ ମାମଲାରେ ପାକିସ୍ତାନ ସେନା କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡ ଶୁଣାଇଥିଲା । ଏକ ମାସପୂର୍ବରୁ ଅନ୍ତର୍ଜାତୀୟ ନ୍ୟାୟାଳୟ କୁଳଭୂଷଣଙ୍କ ମାମଲାରେ ପାକିସ୍ତାନକୁ ଭତ୍ସନା କରିଥିଲା । ଅନ୍ତର୍ଜାତୀୟ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଅବଦୁଲ୍‌କାବୀ ୟୁସୁଫ ପାକିସ୍ତାନ ଜାଧବଙ୍କ ମାମଲାରେ ଭିଏନା ରାଜିନାମାର ଅନୁଛେଦ ୩୬କୁ ଉଲ୍ଲଘଂନ କରୁଛି ।

ଅନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନ ଜାଧବଙ୍କୁ ତାଙ୍କର ଅଧିକାର ପ୍ରଦାନ କରୁ ନ ଥିବା କଥା କହିଛି । ଭିଏନା ରାଜିନାମାର ଉଲ୍ଲଘଂନ କରାଯାଉଥିବା ଅଭିଯୋଗ ହୋଇଛି ।

ପାକିସ୍ତାନ ଜାଧବଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଥିଲା । ଗୁପ୍ତଚରୀ ଅଭିଯୋଗରେ ପାକିସ୍ତାନର ସେନା କୋର୍ଟ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା ।

ଏପ୍ରିଲ ୨୦୧୭ ମସିହାରେ ପାକିସ୍ତାନର ସେନା କୋର୍ଟ କୁଳ ଭୂଷଣ ଜାଧବଙ୍କୁ ଗୁପ୍ତଚରୀ ଓ ଆତଙ୍କବାଦର ପ୍ରସାର କରୁଥିବା ଅଭିଯୋଗରେ ମୃତ୍ୟୁଦଣ୍ଡ ନିର୍ଦେଶ ଦେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.